Fighter Movie Star Cast Fees: ବଲିଉଡ଼ ଅଭିନେତା ହ୍ରିତିକ୍ ରୋଶନ୍ ( hrithik roshan) ଓ ଦୀପିକା ପାଦୁକୋନଙ୍କ (deepika padukone) ଅଭିନୀତ ଫିଲ୍ମ ‘ଫାଇଟର’ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମର ଟିଜର ଶୁକ୍ରବାର ରିଲିଜ୍  (Fighter Teaser) ହୋଇଥିଲା।  ଟିଜରରେ ହ୍ରିତିକଙ୍କ ଦମଦାର୍ ଆକ୍ସନ୍ ସହ ଫାଇଟ୍ ବି ଦେଖିବାକୁ ମିଳିଛି। ଟିଜର ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମଟିକୁ ନେଇ ଉତ୍ସାହ ଦୁଇଗୁଣିତ ହୋଇଯାଇଛି। ସୋସିଆଲ୍ ମିଡିଆରେ ଟିଜର୍ ର କିଛି ଝଲକ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ତେବେ, ଆସନ୍ତୁ ଜାଣିବା ଏହି ଫିଲ୍ମରେ ହ୍ରିତିକଙ୍କ ବ୍ୟତିତ୍ ଅନ୍ୟ କେଉଁ କଳାକାର ମାନେ ନଜର ଆସିବେ। ଆଉ କିଏ କେତେ ଫି ଏଥିପାଇଁ ଚାର୍ଜ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

 



Also Read: Budh Margi 2024: ବୁଧଙ୍କ ଚଳନ ଫିଟାଇବ ଏହି ତିନି ରାଶିଙ୍କ ଭାଗ୍ୟ


ଜାଣନ୍ତୁ ଏହି ଫିଲ୍ମ ପାଇଁ କିଏ ନେଇଛନ୍ତି କେତେ ଫି?
ମିଡି଼ଆ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମର ଲିଡ୍ ରୋଲରେ ବଲିଉଡ୍‌ର ଗ୍ରିକ୍‌ ଗଡ୍ ଭାବେ ପରିଚିତ ହ୍ରିତିକ୍‌ ରୋଶନ୍ ନଜର ଆସିବେ। ଏହି ଫିଲ୍ମ ପାଇଁ ସେ ୫୦ କୋଟି ନେଇଛନ୍ତି। ସେହିପରି ଦୀପିକା ପାଦୁକୋନ୍ ମଧ୍ୟ ଏଥିରେ ନଜର ଆସିବେ। ଦୀପିକା  ଏହି ଫିଲ୍ମ ପାଇଁ ୧୫ କୋଟି ଟଙ୍କା ନେଇଛନ୍ତି। ସେହିପରି, ଅନୀଲ କପୁର ଏଥିରେ ଅଭିନୟ କରିବା ପାଇଁ ୭ କୋଟି ଚାର୍ଜ କରିଛନ୍ତି। ତେବେ, ଅନୀକ କପୁରଙ୍କ ବ୍ୟତିତ ଏହି ଫିଲ୍ମରେ କରଣ ସିଂ ଗ୍ରୋଭର ଓ ଅକ୍ଷୟ ଓବରାଏଙ୍କୁ ମଧ୍ୟ ଦେଖିବାକୁ ମିଳିବ।  କରଣ ସିଂ ଗ୍ରୋଭର ୨ କୋଟି ନେଇଥିବା ବେଳେ ଅକ୍ଷୟ ଓବରୟେ ୧ କୋଟି ନେଇଛନ୍ତି। ତେବେ, ଏଠି ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୫୦ କୋଟି ବଜେଟର ଏହି ଫିଲ୍ମଟି ତିଆରି ହୋଇଛି। ଏହି ଫିଲ୍ମଟି ଆସନ୍ତା ମାସ ଜାନୁଆରୀ ୨୫ରେ ରିଲିଜ୍ ହେବାକୁ ଥିବା ବେଳେ ଏହାର ନିର୍ଦ୍ଦେଶକ ଅଛନ୍ତି ସିର୍ଦ୍ଧାର୍ଥ ଆନନ୍ଦ। 


ଗତ ଶୁକ୍ରବାର ଦିନ ଫିଲ୍ମର ଟିଜର ରିଲିଜ୍ ହୋଇଥିଲା।  ୧ ମିନିଟ ୧୪ ସେକେଣ୍ଡର ଏହି ଟିଜରର ଆରମ୍ଭରେ ପ୍ରଥମେ ଏୟାରଫୋର୍ସ ଫାଇଟର ଜେଟର ଝଲକ ଦେଖିବାକୁ ମିଳିଛି । ଏହା ସହିତ ଭାରତୀୟ ବାୟୁସେନାର ୟୁନିଫର୍ମରେ ହ୍ରିତିକ୍, ଦୀପିକା ଓ  ଅନୀଲ କାପୁରଙ୍କ ଲୁକ୍ ସାମ୍ନାକୁ ଆସେ। ତେବେ, ଏଠାରେ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ଫିଲ୍ମରେ   ହ୍ରିତିକ ରୋଶନ ବାୟୁସେନା ସ୍କ୍ୱାର୍ଡନ ଲିଡର ସମଶେର ପଠାନିଆ ଭୂମିକାରେ ନଜର ଆସିଥିବା ବେଳେ ଦୀପିକା ତାଙ୍କ ସହଯୋଗୀ ମିନଲ ଭୂମିକାରେ ନଜର ଆସିବେ। ଏବଂ ଗ୍ରୁପ୍ କ୍ୟାପ୍ଟେନ ରାକେଶ ଜୟ ସିଂଙ୍କ ଭୂମିକାରେ ରହିଛନ୍ତି ଅନୀଲ କପୁର ।