Advertisement
Article Detail0/zeeodisha/odisha2458110
Zee OdishaOdisha National-Internationalକାଲକାଜୀ ମନ୍ଦିରରେ ଅଘଟଣ, ୧ ମୃତ ୭ ଆହତ

କାଲକାଜୀ ମନ୍ଦିରରେ ଅଘଟଣ, ୧ ମୃତ ୭ ଆହତ

ଦିଲ୍ଲୀର କାଲକାଜୀ ମନ୍ଦିରରେ ବିଦ୍ୟୁତ ଜନିତ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ମନ୍ଦିରର ରେଲିଂରେ ବିଦ୍ୟୁତ କରେଣ୍ଟ ଲାଗିବାରୁ ଏହି ଅଘଟଣ ଘଟିଛି । ଏଥିରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିସହ ୭ଜଣ ପିଲା ବିଦ୍ୟୁତ ଆଘାତରେ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚ

କାଲକାଜୀ ମନ୍ଦିରରେ ଅଘଟଣ, ୧ ମୃତ ୭ ଆହତ

Kalkaji Temple stampede after electrocution: ଦିଲ୍ଲୀର କାଲକାଜୀ ମନ୍ଦିରରେ ବିଦ୍ୟୁତ ଜନିତ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ମନ୍ଦିରର ରେଲିଂରେ ବିଦ୍ୟୁତ କରେଣ୍ଟ ଲାଗିବାରୁ ଏହି ଅଘଟଣ ଘଟିଛି । ଏଥିରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିସହ ୭ଜଣ ପିଲା ବିଦ୍ୟୁତ ଆଘାତରେ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

ସୂଚନାନୁସାରେ, ନବରାତ୍ରୀ ପ୍ରଥମ ଦିନ କାରଣରୁ ମାଆଙ୍କ ମନ୍ଦିରରେ ହାଲୋଜେନ୍ ଲାଇଟ୍ ଲଗାଯାଇଛି। ଏହି ହାଲୋଜେନ୍ ଖୁଣ୍ଟରୁ ବିଦ୍ୟୁତ ତାର ଛିଡି ନିକଟସ୍ଥ ଲୁହା ରେଲିଂ ଉପରେ ପଡିଥିଲା । ଯେଉଁଥିପାଇଁ ସେଠାରେ ଉପସ୍ଥିତ ଥିବା ଭକ୍ତମାନେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ଭକ୍ତମାନେ ଚିତ୍କାର କରିବାକୁ ଲାଗିଲେ। କିଛି ଶ୍ରଦ୍ଧାଳୁ ନିଜ ଜୀବନ ବଞ୍ଚାଇବା ପାଇଁ ମନ୍ଦିର ପରିସରରୁ ଦୌଡି ପଳାଇଥିଲେ ।

 

Add Zee News as a Preferred Source

ଖବର ମୁତାବକ, ଏହି ଦୁର୍ଘଟଣା ଅକ୍ଟୋବର ୨ ତାରିଖ ଦିନ ୧୨ଟା ୪୦ରେ ଘଟିଥିଲା । କୁହାଯାଉଛି ଯେ, ନବରାତ୍ରୀର ପ୍ରଥମ ଦିନ ହୋଇଥିବାରୁ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ଜମିଥିଲା। ଦୁର୍ଘଟଣା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଅନୁଯାୟୀ, ଦୁର୍ଘଟଣା ପରେ ଉପସ୍ଥିତ ଲୋକମାନେ ଶିଶୁ ଓ ମହିଳାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ହସ୍ପିଟାଲରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୭ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି ବୋଲି କୁହାଯାଉଛି ।

ପୋଲିସର ସୂଚନାନୁସାରେ, ସୂଚନା ପାଇବା ମାତ୍ରେ ମନ୍ଦିର କମ୍ପ୍ଲେକ୍ସକୁ ତୁରନ୍ତ ବିଦ୍ୟୁତ ସଂଯୋଗ କଟାଯାଇଥିଲା । ଏଥିସହ ଛିଡିଥିବା ତାରକୁ ଠିକ୍ କରିବା ପାଇଁ କାମ ଆରମ୍ଭ ହୋଇଥିଲା । ବର୍ତ୍ତମାନ ମନ୍ଦିର ପରିସରରେ ମାଆଙ୍କ ଦର୍ଶନ ପୁଣିଥରେ ଆରମ୍ଭ ହୋଇଛି। ଫୋରେନସିକ୍ କର୍ମଚାରୀ ଏବଂ ବିଏସ୍ଏସ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି। 

Also Read- Lucky Zodiac Sign: ଅକ୍ଟୋବର ୪ରେ କଳା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ଝାଡଖଣ୍ଡ ନିର୍ବାଚନ ପାଇଁ ଓଡ଼ିଶା ରାଜଭବନ ବିଜେପିର ୱାର ରୁମ ପାଲଟିଛି- ବିଜେଡି

About the Author