Anurag Kashyap: ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ(Anurag Kashyap) ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦୋବାରା' (Dobaaraa)କୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ତାପସୀ ପନ୍ନୁ ନଜର ଆସିବେ। ଉତ୍ତମ ମାନର ଚଳଚ୍ଚିତ୍ର ନିର୍ମାଣ ବ୍ୟତୀତ ଅନୁରାଗ କଶ୍ୟପ ତାଙ୍କର ନିର୍ଭିକ ବୟାନବାଜି ପାଇଁ ମଧ୍ୟ ବେଶ ଜଣାଶୁଣା। ପ୍ରାୟ ସମସ୍ତ ପ୍ରସଙ୍ଗରେ ସେ ନିଜର ମତ ଦିଅନ୍ତି। ନିକଟରେ ଏକ ସାକ୍ଷାତକାର ସମୟରେ ଚଳଚ୍ଚିତ୍ର ନିର୍ମାତା କଶ୍ୟପ, ବଲିଉଡ ଚଳଚ୍ଚିତ୍ର ଚାଲୁନଥିବାରୁ ଏକ ତିକ୍ଷଣ ବୟାନ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING


ଦକ୍ଷିଣ ଭାରତୀୟ(South India Film) ଓ ହିନ୍ଦୀ ଚଳଚ୍ଚିତ୍ର(Bollywood Film)ର ତୁଳନାରେ ଅନୁରାଗ କଶ୍ୟପ ଏକ ସାକ୍ଷାତକାରରେ କହିଛନ୍ତି, ପରିସ୍ଥିତି ଯେତିକି ଖରାପ ଦର୍ଶାଯାଉଛି, ତାହା ବାସ୍ତବରେ ସେତିକି ନୁହେଁ। ଚଳଚ୍ଚିତ୍ର ନିର୍ମାତା ମାନେ କେବଳ ଗଣମାଧ୍ୟମରେ ପରିବେଶଷଣ କରାଯାଉଥିବା ଖବରକୁ ନେଇ ଭୟ କରୁଛନ୍ତି। ସେମାନଙ୍କୁ ଭୟଭୀତ କରାଯାଉଛି, କାରଣ କିଛି ଲୋକ ଏହାକୁ କିଣିନେଉଥିବା ବେଳେ ଅନ୍ୟମାନେ ପାରୁନାହାନ୍ତି। ବଲିଉଡରେ ସମସ୍ତ ପ୍ରକାରର ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ଏବଂ କେବଳ ବଡ ଚଳଚ୍ଚିତ୍ର ସମ୍ପର୍କରେ ଅବଧାରଣା ସୃଷ୍ଟି କରାଯାଉଛି। ଅନୁରାଗ କଶ୍ୟପ(Anurag Kashyap) ଆହୁରି କହିଛନ୍ତି ଯେ, ଲୋକମାଙ୍କୁ କିପରି ଜଣା ଯେ, ସବୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର(South India Film) ଭଲ ଚାଲୁଛି? ସେମାନଙ୍କୁ ଏହା ମଧ୍ୟ ଜଣାନଥିବ ଯେ,  ଗତ ସପ୍ତାହରେ କେଉଁ ଫିଲ୍ମ ରିଲିଜ୍ ହୋଇଥିଲା। ତେଣୁ ଆମେ କିପରି କହିପାରିବା ଯେ, ସମସ୍ତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଭଲ ଚାଲୁଛି? 



ଅନୁରାଗ କଶ୍ୟପ ଆହୁରି କହିଛନ୍ତି, 'ଫିଲ୍ମ ଦେଖିବା ପାଇଁ ଲୋକଙ୍କ ପାଖରେ ଟଙ୍କା ନାହିଁ। ଏଠାରେ ପନିର ଉପରେ ତ ଜିଏସଟି ଲାଗିଛି। ଲୋକମାନେ ସବୁବେଳେ ସେହି ସିନେମା ଦେଖିବାକୁ ଯାଆନ୍ତି, ଯେଉଁ ଚଳଚ୍ଚିତ୍ର ବିଷୟରେ ସେମାନେ ନିଶ୍ଚିତ ଥିବେ, ଯେ ଚଳଚ୍ଚିତ୍ରଟି ଭଲ ହୋଇଥିବ କିମ୍ବା ସେମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ବଲିଉଡ ଏପର୍ଯ୍ୟନ୍ତ ସ୍ୱାଧୀନ ନୁହେଁ।


ଏଠାରେ କହିରଖୁଛୁ, ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦୋବାରା' (Dobaaraa) ଅଗଷ୍ଟ ୧୯ରେ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଏହି ଥ୍ରୀଲର ଚଳଚ୍ଚିତ୍ର ଆନୁଷ୍ଠାନିକ ଭାବେ ମେଲବର୍ଣ୍ଣର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଆଡମ୍ବର ସହିତ ଡେବ୍ୟୁ କରିଥିଲା। ଅଷ୍ଟ୍ରେଲିଆନ ପ୍ରିମିୟର୍ ଏବଂ ଅପ୍ନିଂ ନାଇଟରେ ଅନୁରାଗ କାଶ୍ୟପ, ତାପସୀ ପନ୍ନୁ, ତମନ୍ନା ଭାଟିଆ ଏବଂ ଋତ୍ତ୍ବିକ ଧନଜାନୀ ପହଞ୍ଚିଥିଲେ, ଯେଉଁଠାରେ ଚଳଚ୍ଚିତ୍ରର ରିସ୍କ୍ରିନିଂ ହୋଇଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଭଲ ରେସ୍ପୋନ୍ସ ପାଇଛି।