Google Year in Search 2023: ଶେଷ ହେବାକୁ ଯାଇଛି ୨୦୨୩ (Year End 2023) । ଆଉ ଦିନ କେଇଟା ପରେ ଆସିବ ନୂଆ ବର୍ଷ।  ଚଳିତ ବର୍ଷ ୨୦୨୩ ବଲିଉଡ଼ ପାଇଁ ଖୁବ୍ ଭଲ ଥିଲା। ତେବେ, ଏହାରି ଭିତରେ ଗୁଗୁଲ୍ ରିଲିଜ୍ କରିଛି ୨୦୨୩ ସର୍ଚ୍ଚ ତାଲିକା (Google Year in Search 2023) ।  ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ  ବିଶ୍ବର ସମସ୍ତ ଟପ୍ ସର୍ଚ୍ଚ ଟେଣ୍ଡର ବିବରଣୀ ପ୍ରଦାନ କରାଯାଇଛି।  ଏଥିରେ ରହିଛି ସବୁଠାରୁ ଅଧିକ ଖୋଜାଯାଇଥିବା  ଅଭିନେତା, ଅଭିନେତ୍ରୀ, ଫିଲ୍ମ, କ୍ରୀଡା, ଟ୍ରଣ୍ତିଂ ନ୍ୟୁଜ୍।  ଏହି ତାଲିକାର ଶିର୍ଷର ରହିଛନ୍ତି ଜଣେ ଭାରତୀୟ ଅଭିନେତ୍ରୀ । ତାଙ୍କର ଲୋକପ୍ରିୟତା ଏବେ କେବଳ ଭାରତ ନୁହେଁ ପୂରା ବିଶ୍ବରେ ଛାୟି ଯାଇଛି । ଅଭିନେତ୍ରୀ କିଆରା ଆଡ଼ଭାନୀ (kiara advani ) ଏହି ତାଲିକାର ଶିର୍ଷରେ ରହିଛନ୍ତି। 


COMMERCIAL BREAK
SCROLL TO CONTINUE READING

 



 



Also Read: Fighter Starcast Fees: ଜାଣନ୍ତୁ ‘ଫାଇଟର’ପାଇଁ କିଏ ନେଇଛନ୍ତି କେତେ ଫି’?


ଏହି ଅଭିନେତ୍ରୀଙ୍କୁ ଚଳିତ ବର୍ଷ ଗୁଗୁଲରେ ଅଧିକ ଖୋଜା ଯାଇଥିଲା। ଆସନ୍ତୁ ଜାଣିବା କିଆରା ଆଡଭାନୀ ବିଷୟରେ ଲୋକମାନେ ଗୁଗୁଲକୁ କେଉଁ ପ୍ରଶ୍ନର ଉତ୍ତର ଖୋଜିଥିଲେ। କିଆରା ଆଡଭାନୀ ଚଳିତ ବର୍ଷ ଫେବୃଆରୀରେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ବିବାହ କରିଥିଲେ। ଲୋକମାନେ ଗୁଗୁଲରେ କିଆରାଙ୍କ ବିବାହ ଫଟୋ ଠାରୁ ଆରମ୍ଭ କରି ଓ୍ବେଡିଂରେ ପିନ୍ଧିଥିବା ଲେହେଙ୍ଗା ବିଷୟରେ ଟିକନିକ୍ ଉତ୍ତର ଜାଣିବା ପାଇଁ ତାଙ୍କୁ ସର୍ଚ୍ଚ କରିଥିଲ। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, କିଆରା ତାଙ୍କ ବିବାହରେ ମନୀଷ ମଲହୋତ୍ରାଙ୍କ ଲେହେଙ୍ଗା ପିନ୍ଧିଥିଲେ। ତେବେ ଏହାର ମୂଲ୍ୟ ବିଷୟରେ ଜାଣିବା ପାଇଁ ୟୁଜର୍ସ ଗୁଗଲରେ ସର୍ଚ୍ଚ ମଧ୍ୟ କରିଥିଲେ। 


ଏହା ସହିତ କିଆରା ବିବାହରେ କେଉଁ ମଙ୍ଗଳ ସୂତ୍ର ପିନ୍ଧିଥିଲେ ସେନେଇ ମଧ୍ୟ କିଛି ୟୁଜର୍ସ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ।  ଏହା ବ୍ୟତୀତ ୟୁଜର୍ସମାନେ ଏହି ନବ ଦମ୍ପତିଙ୍କ ବିବାହ ଫଟୋ ଖୋଜିବାକୁ ଗୁଗଲର ସାହାରା ନେଇଥିଲେ। ଏଥିସହିତ ଗୁଗୁଲରେ କିଆରାଙ୍କ ପୂର୍ବତନ ପ୍ରେମିକାଙ୍କ ତାଲିକା ମଧ୍ୟ ଖୋଜା ଯାଇଥିଲା। ଚଳିତ ବର୍ଷ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଫିଲ୍ମ 'ସତ୍ୟପ୍ରେମ କି କଥା'ରେ କିଆରା ନଜର ଆସିଥିଲେ। ଦେଖିବାକୁ ଗଲେ ଚଳିତ ବର୍ଷ କିଆରାଙ୍କ ପାଇଁ ଖୁବ୍ ଲକି ଥିଲା।