Entertainment News: ଓଡ଼ିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡ଼ିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷୀରେ ଜୀ-ସାର୍ଥକ ପ୍ରସାରିତ ମେଗା ଧାରାବାହିକ 'ସୁନା ଝିଅ' ଓଡ଼ିଆ ଦର୍ଶକଙ୍କ ସୁନା ଝିଅ ହେବାରେ ସଫଳ ହୋଇଛି । 


COMMERCIAL BREAK
SCROLL TO CONTINUE READING

ଗୀତାଞ୍ଜଳି ମାନସିଂହ ଏବଂ ତାଙ୍କର ତିନି ଝିଅ ପ୍ରିୟା, ପଲ୍ଲଭି ଏବଂ ପୁରଭିଙ୍କୁ ନେଇ ଏହି କାହାଣୀ ବର୍ତ୍ତମାନ ଓଡ଼ିଆ ଦର୍ଶକଙ୍କ ମନ ଜିତିବାରେ ସକ୍ଷମ ହୋଇଛି । ତେବେ ଝିଅ ପ୍ରିୟାର ଓ ବିଷ୍ଣୁଙ୍କ ବିବାହ ପରବର୍ତ୍ତି ଯାତ୍ରାକୁ ନେଇ କାହାଣୀଟି ସଫଳତାର ସହ ଆଗେଇ ଚାଲିଛି । ଦୀର୍ଘ ୨୫ ବର୍ଷର ସଂଘର୍ଷ ପରେ ପ୍ରିୟା ବର୍ତ୍ତମାନ ଜଣେ କଲେକ୍ଟର ହୋଇପାରିଛନ୍ତି କିନ୍ତୁ ଏହି ଜୀବନ ଯାତ୍ରାରେ ସେ ହରାଇଛନ୍ତି ନିଜ ପିଲାକୁ । ଅନେକ ବାଦ ବିବାଦ ଓ ବିଶୃଙ୍ଖଳା ପରେ ବି ବିଷ୍ଣୁ ଏବଂ ପ୍ରିୟା ଏକାଠି ହେଇପାରିନାହାନ୍ତି, ଏହି ମଧ୍ୟରେ ବଂଶୁ ଆଉ ଅଂଶୁ ମିଶିକି ସ୍କୁଲ ଯିବା ସହ ସାଙ୍ଗ ହୋଇଯାଇଛନ୍ତି । ସେପଟେ ଦେବରାଜଙ୍କ ମିଛ ମୃତ୍ୟୁର ସତ୍ୟତା ଜାଣିବା ପାଇଁ ପ୍ରିୟା ଯାଇଛନ୍ତି ଏବଂ ଭୁଲରେ ସେ ବିଷ୍ଣୁ ଙ୍କୁ  ଗୁଣ୍ଡା ଭାବିକି ବିଷ୍ଣୁଙ୍କ ଉପରେ ଆକ୍ରମଣ କରିଛନ୍ତି ଯୋଉଥି ପାଇଁ ବିଷ୍ଣୁ କୋମାକୁ ପଳେଇଛନ୍ତି  । ଆଉ ସେପଟେ ଅଂଶୁ ହେଉଛି,  ବିଷ୍ଣୁ ଆଉ ପ୍ରିୟା ଙ୍କ ଝିଅ  ଏବଂ ପ୍ରିୟାଙ୍କ କଲେକ୍ଟର ହେବାର ସତ୍ୟତା ଭବାନୀ ଆଉ ପୁରା ପରିବାରଙ୍କ ସମୁଖରେ ରେ ଆସି ସାରିଛି । ଏବେ କାହାଣୀ କୋଉ ମୋଡକୁ ଯିବ? କଣ ବିଷ୍ଣୁ ପ୍ରିୟା ପୁଣି ଥରେ ମିଶି ପାରିବେ ନା ସେମାନଙ୍କ ମଧ୍ୟରେ ହେଇଯିବ ଆହୁରି ଦୂରତା? କଣ ଦୁଇ ଛୁଆଙ୍କ ପାଇଁ ବିଷ୍ଣୁ ପ୍ରିୟା ମିଶିପାରିବେ? ଏହି ସବୁ ସମସ୍ୟା ମଧ୍ୟରେ କାହାଣୀ କିପରି ଭାବରେ ଅଗ୍ରଗତି ହେଉଛି ଆଗାମୀ ଅଧ୍ୟାୟରେ ଦେଖିପାରିବେ ? ସୋମବାର ୨୦ମେ ୨୦୨୪ ସନ୍ଧ୍ୟା ୭.୩୦ ମିନିଟ୍‌ରେ।


ଓଡ଼ିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ, ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇଛି ଆସିଛି  ସେହି ପରି ଏହି କାହାଣୀ 'ସୁନା ଝିଅ' ଯେଉଁଥିରେ ବିଷ୍ଣୁଙ୍କ ଓ ସହ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା, ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ ଏହି କାହାଣୀ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେଇଛି ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।


Also Read- Shani Dev: ଶକ୍ତିଶାଳୀ ଅଛନ୍ତି ଶନିଦେବ, ୩ ରାଶିର ଲୋକେ କରନ୍ତୁନି ଏହି ଭୁଲ୍


Also Read- Mangal Guru Yuti: ୧୨ ବର୍ଷ ପରେ ବୃହସ୍ପତି ମଙ୍ଗଳ ସଂଯୋଗ, ୩ ରାଶିର ଭାଗ୍ୟ ଉଜ୍ୱଳ