Ajay Devgn Kajol Love Story: ୯୦ ଦଶକର ଅଭିନେତ୍ରୀ ହେଉଛନ୍ତି କାଜୋଲ (Kajol)। ତାଙ୍କର ଅଭିନୟର ଜଲଓ୍ବାକୁ ଆଜିବି ସ୍କ୍ରିନରେ ଦେଖିବାକୁ ମିଳେ। ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ (Happy Birthdhay Kajol)। ୧୯୭୪ ମସିହାରେ ଆଜିକା ଦିନରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା କାଜଲ। ଆଜିକା ଦିନରେ ବଲିଉଡରେ ଜଣେ ଆଗଧାଢିର ଅଭିନେତ୍ରୀ। ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ଅଭିନେତା ଅଜୟ ଦେବଗନଙ୍କ ପତ୍ନୀ ହେଉଛନ୍ତି କାଜଲ। କାଜୋଲ ଏବଂ ଅଜୟ ଦେବଗନ୍ ଗ୍ଲାମର ଦୁନିଆର ଷ୍ଟାର୍ କପଲ। ତେବେ, ଏହି ଦୁଇ ଜଣଙ୍କ ଲଭଷ୍ଟୋରୀ କୌଣସି ଫିଲ୍ମର କାହାଣୀ ଠାରୁ ମଧ୍ୟ କମ୍ ନୁହେଁ। ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ (Kajol Birthday Special) ବିଷୟରେ କିଛି ରୋଚକ କଥା।...


COMMERCIAL BREAK
SCROLL TO CONTINUE READING

Also Read: Shani Remedies: ଶନିବାର ଦିନ ଦାନ କରନ୍ତୁ ଏହି ସବୁ ବସ୍ତୁ, କଟିବ ଆପଣଙ୍କ ଶନିଦଶା, ମାଡି଼ଯିବ ଧନ ସମୃଦ୍ଧି!


ଅଜୟ ଦେବଗନ୍ କାଜୋଲଙ୍କ ଉପରେ ବିରକ୍ତ ହେଉଥିଲେ:


କାଜୋଲ (Kajol)ଏବଂ ଅଜୟ ଦେବଗନ (Ajay Devgn) ପ୍ରଥମେ ୧୯୯୫ ମସିହାରେ ଫିଲ୍ମ 'ହୁଲଚାଲ'ର(Hulchul) ସେଟରେ ଦେଖା ହୋଇଥିଲା। ଏହା କାଜୋଲ ଏବଂ ଅଜୟଙ୍କର (Ajay Devgn )ପ୍ରଥମ ଫିଲ୍ମ ଥିଲା । ଲିଡ ରୋଲରେ ଉଭୟ ନଜର ଆସିଥିଲେ।  ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ ତାରିଫ କରିଥିଲେ । ଅଜୟ ଦେବଗନ୍  ଶାନ୍ତ ପ୍ରକୃତିର ହୋଇଥିବାବେଳେ କାଜୋଲ୍ ନଟଖଟି ପ୍ରକୃତିର । ଏବଂ ସେ ଖୁବ ଜୋରେ ହସନ୍ତି। ଏଭଳି ପରିସ୍ଥିତିରେ ଯେତେବେଳେ କାଜୋଲ ଏବଂ ଅଜୟ ଦେବଗାନ ପ୍ରଥମ ଥର ପାଇଁ 'ହୁଲଚାଲ'  ସେଟରେ ପରସ୍ପରକୁ ଭେଟିଥିଲେ, ସେତେବେଳେ ଅଭିନେତା କାଜୋଲଙ୍କ ଏଭଳି କିଛି ଆଚରଣ ଦେଖି ରାଗି ଯାଇଥିଲେ। ଏକ ସାକ୍ଷାତକାରରେ ଅଜୟ ଦେବଗନ କହିଥିଲେ ଯେ, କାଜୋଲ ସେଟରେ ବହୁତ ଜୋରରେ କଥା ହୁଅନ୍ତି। ସେ ସବୁବେଳେ ପାଟି କରି କଥାବାର୍ତ୍ତା  କରନ୍ତି ।  ଯାହାକି ତାଙ୍କୁ ପସନ୍ଦ ଆସେ ନାହିଁ। କାଜଲଙ୍କ ଏଭଳି ଆଚରଣରେ ଅଜୟ ଅତିଷ୍ଠ ହୋଇପଡିଥିଲେ। ଏବଂ ସେ ତାଙ୍କ ସହ ଆଉ ଫିଲ୍ମ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।


ଏମିତି ଆରମ୍ଭ ହୋଇଥିଲା କାଜୋଲ ଏବଂ ଅଜୟ ଦେବଗନଙ୍କ ଲଭଷ୍ଟୋରୀ:


ଯେତେବେଳେ କାଜୋଲ ଏବଂ ଅଜୟ ଦେବଗନ ଫିଲ୍ମ 'ହୁଲଚାଲ' ପାଇଁ ସୁଟିଂ କରୁଥିଲେ । ସେହି ସମୟରେ କାଜୋଲ ଅଜୟଙ୍କ ପ୍ରେମରେ ପଡିଥିଲେ। ଏକ ସାକ୍ଷାତକାରରେ କାଜଲ କହିଛନ୍ତି ଯେ, ଯେତେବେଳେ ମୁଁ ଅଜୟଙ୍କୁ  ଫିଲ୍ମ 'ହୁଲଚାଲ'ସୁଟିଂ ସେଟରେ ପ୍ରଥମ ଥର ଭେଟିଥିଲି । ସେତେବେଳେ ମୁଁ ଅନ୍ୟ ଜଣଙ୍କୁ ଡେଟ କରୁଥିଲି ଏବଂ ଅଜୟ ମଧ୍ୟ ଅନ୍ୟ ଜଣଙ୍କୁ ଡେଟ କରୁଥିଲେ। ଆମେ ଏକାଠି ଏକ ଫିଲ୍ମ କରିଥିଲୁ। ସେଟରେ ଆମେ ବହୁତ ସମୟ ବିତାଇଥିଲୁ। ଆମେ କଥାବାର୍ତ୍ତା ଆରମ୍ଭ କରିଥିଲୁ ଏବଂ ପରେ ଆମେ ବନ୍ଧୁ ହୋଇଥିଲୁ। ଏହା ପରେ ହଠାତ୍ ମୋର ବ୍ରେକଅପ୍ ହୋଇଥିଲା। ଏବଂ ସେହି ସମୟରେ ତାଙ୍କର ମଧ୍ୟ ବ୍ରେକଅପ୍ ହୋଇଥିଲା ଏବଂ ତା’ପରେ ଆମର ସମ୍ପର୍କ ବନ୍ଧୁତାରୁ ଆରମ୍ଭ ହୋଇ ପ୍ରେମରେ ପରିଣତ ହୋଇଗଲା । କାଜୋଲ ଏବଂ ଅଜୟ ଦେବଗନ୍ ପ୍ରାୟ ୪ ବର୍ଷ ପରସ୍ପରକୁ ଡେଟ କରିଥିଲେ । ଯେତେବେଳ ଉଭୟ ବିବାହ କରିବାକୁ ସ୍ଥିର କଲେ । ସେତେବେଳେ ଉଭୟଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥିଲା। କାହିଁକିନା କାଜୋଲ ଓ ଅଜୟଙ୍କ ଦେବଗନଙ୍କ ଜାତି ଅଲଗା ଥିଲା।  ଯେତେବେଳେ କାଜଲ ତାଙ୍କ ବିବାହ କଥା ଘରେ କହିଲେ। ସେତେବେଳେ ତାଙ୍କ ବାପା ଏହି ପ୍ରସ୍ତାବରେ ରାଜି ହୋଇନ ଥିଲେ। ଏବଂ ରାଗିକି ଝିଅ ସହ କଥା ବି ହେଉନଥିଲେ।  ପିତାଙ୍କ ବିରୋଧରେ ଯାଇ ଶେଷରେ କାଜୋଲ ଅଜୟଙ୍କ ହାତ ଧରିଲେ। 


ଏହି ସବୁ ଫିଲ୍ମରେ ଏକାଠି ନଜର ଆସିଛନ୍ତି କାଜଲ ଓ ଅଜୟ ଦେବଗନ:
କାଜୋଲ ଏବଂ ଅଜୟ ଦେବଗାନ ଫିଲ୍ମ ବଲିଉଡରେ  ଏକାଧିକ ଫିଲ୍ମରେ କାଜଲ ଓ ଅଜୟ ଦେବଗନ ଏକାଠି  ନଜର ଆସିଛନ୍ତି।  'ହୁଲଚାଲ'ର(Hulchul) ଛଡା'ଗୁଣ୍ଡରାଜ', 'ଇଶ୍କ' , 'ପ୍ୟାର ତୋ ହୋନା ହି ଥା','ଦିଲ କିୟା କରେ' ଭଳି ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି।