Happy Birthday Sunil Grover: ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର(Sunil Grover), ତାଙ୍କ ନାଁ ଶୁଣିଲେ ସମସ୍ତଙ୍କ ମୁହଁରେ ହସ ଆସେ। କାଣର ସମସ୍ତଙ୍କୁ ହସଉଥିବା ଏହି ମଣିଷର ଆଜି ଜନ୍ମଦିନ (Happy Birthday Sunil Grover)। ସେ ତାଙ୍କର  ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୭ ରେ ଆଜିକା ଦିନରେ ସୁନୀଲ ଗ୍ରୋଭର, ହରିୟାଣାର ମଣ୍ତି ଦବଓ୍ବାଲିରେ (Mandi Dabwali, Haryana) ଜନ୍ମ ଗ୍ରହଣ କରିଥିଲେ। ପିଲାଟିବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା ସୁନୀଲ୍ ଆଜି ଜଣେ ଆଗଧାଡିରେ ଅଭିନେତା । ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଅଭିନୟ ଜଗତକୁ ଆସିବା ସମୟରେ କିଭଳି ଥିଲା ସଂଘର୍ସମୟ ଜୀବନ ...


COMMERCIAL BREAK
SCROLL TO CONTINUE READING

Also Read: Odisha Flood Update: କୂଳ ଖାଉଛି ସମୂଦ୍ର, ଭୟଭୀତ ପାରାଦୀପବାସୀ


Also Read: Horoscope Today Aug 3 2023: ଏହି ୪ ରାଶି ବ୍ୟକ୍ତିଙ୍କର ରହିଛି ଧନପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?


ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର, ନିଜ କ୍ୟାରିୟର ରେଡି଼ଓରୁ ଆରମ୍ଭ କରିଥିଲେ। ରେଡି଼ଓ ପରେ ସେ ଟିଭି ଶୋରେ ନିଜ ଅଭିନୟର ଜଲଓ୍ବା ଦେଖାଇଥିଲେ। କମେଡି ଶୋ (The Kapil Sharma Show) 'ଦି କପିଲ ଶର୍ମା ଶୋ'ତାଙ୍କୁ ଦେଇଥିଲା ନୂଆ ପରିଚୟ । ବର୍ଷ ବର୍ଷ ଧରି ସେ ଦର୍ଶକଙ୍କୁ ହସାଇ ଥିଲେ। ଆଉ'ଦି କପିଲ ଶର୍ମା ଶୋ' ରୁ ରାତାରାତି ହୋଇଯାଇଥିଲେ ଷ୍ଟାର୍ । ସେବେଠାରୁ ସେ ଆଉ ପଛକୁ ଫେରି ନାହାଁନ୍ତି। ପରେ ଫିଲ୍ମ ଓ ଓ୍ବେବ୍ ସିରିଜରେ ଅଫର ମଧ୍ୟ ପାଇଥିଲେ। 


(The Kapil Sharma Show) 'ଦି କପିଲ ଶର୍ମା ଶୋ'ରେ ତାଙ୍କୁ (Dr. Mashoor Gulati) ଡକ୍ଟର ମଶୂର ଗୁଲାଠି,ରିଙ୍କୁ ଭାବି ଓ ଗୁତ୍ଥୀ ଚରିତ୍ର ପାଇଁ ସେ ରାତାରାତି ପାଲଟିଯାଇଥିଲେ ଜନତାଙ୍କ ପ୍ରିୟ କମେଡ଼ି ତାରକା । ଏହି ଚରିତ୍ରଗୁଡ଼ିକୁ ଦେଖି ଆଜି ମଧ୍ୟ ଦର୍ଶକ ହସନ୍ତି। ଏହି ଅଭିନେତାଙ୍କ ଅଭିନୟ ଦେଖି୍ବା ପାଇଁ  'ଦି କପିଲ ଶର୍ମା ଶୋ'ରେ ଲୋକଙ୍କ ଭିଡ ଜମିଥାଏ । କେବେଳ ସେତିକି ନୁହେଁ, ଅଭିନେତା ସୁନୀଲ ଗ୍ରୋଭର କେବଳ ଟିଭି ଶୋରେ କରନ୍ତି ନାହିଁ । ସେ ବଲିଉଡ଼ରେ ଅନେକ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି । 'ପ୍ୟାର ତୋ ହୋନା ହି ଥା', 'ମହୁଲ୍ ଠିକ୍ ହେଁ', 'ମେଁ ହୁନା', 'ଇନସାନ୍','ଗବ୍ଦର ଇଜ୍ ବ୍ୟାକ୍', 'ବାଗି', 'ଭାରତ୍' ଓ 'ଗୁଡବାଏ' ଭଳି ବଡ ବଜେଟ୍ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଏହାସହ ସେ ଶାହାରୁକ୍ ଖାନଙ୍କ ସହ ତାଙ୍କର ଆଗାମୀ ଫିଲ୍ମ 'ଯବାନ' ମଧ୍ୟ ରିଲିଜ୍ ହେବାକୁ ଯାଉଛି। 


ତେବେ, ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ନିଜ କ୍ୟାରିୟର ଆରମ୍ଭ କରିବା ସମୟରେ ବହୁତ ସଂଘର୍ସ କରିଥିଲେ। ସେ ସେହି ସମୟରେ ମାସକୁ  ୫୦୦ ଟଙ୍କା ରୋଜଗାର କରୁଥିଲେ। ଯେଉଁଥିଲେ ଚଳିବା ତାଙ୍କ ପାଇଁ ମୁସ୍କିଲ ଥିଲା। ପରିସ୍ଥିତି ଏପରି ଥିଲା ଯେ,  ସାଙ୍ଗସାଥୀ ମାନଙ୍କ ଠାରୁ ତାଙ୍କୁ ଧାର କରଜ କରିବାକୁ ପଡୁଥିଲା। କିନ୍ତୁ ସେହି ସମୟରେ ତାଙ୍କ ମନୋବଳ ଭାଙ୍ଗି ନ ଥିଲା। ବରଂ ସେ ସେହି କଠିନ ପରିସ୍ଥିତିର ସାମ୍ନା କରି ଆଗକୁ ବଢିଥିଲେ। ଆଉ ଏହି କଠିନ ପରିଶ୍ରମ ତାଙ୍କୁ ଆଜି ସଫଳତାର ଶିର୍ଷରେ ପହଞ୍ଚାଇଛି । ତେବେ, ଆଜି ସେ ୨୪ କୋଟିର ମାଲିକ ଅଟନ୍ତି।