Odisha Flood Update: କୂଳ ଖାଉଛି ସମୂଦ୍ର, ଭୟଭୀତ ପାରାଦୀପବାସୀ
Advertisement
Article Detail0/zeeodisha/odisha1807952

Odisha Flood Update: କୂଳ ଖାଉଛି ସମୂଦ୍ର, ଭୟଭୀତ ପାରାଦୀପବାସୀ

Odisha Flood Update: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ମୁଣ୍ତ ଟେକିଛି। ମାଡି ଆସୁଛି ସମୁଦ୍ର ଜୁଆର। ଆଶଙ୍କା,ଆତଙ୍କ ଓ ଭୟରେ ପାରାଦୀପ ନେହେରୁ ବଙ୍ଗଳା ଅଞ୍ଚଳବାସୀ। ବିପଦରେ ପାରାଦୀପ ନେହେରୁ ବଙ୍ଗଳା ସ୍ଥିତ ମନ୍ମଥ ଉଦ୍ୟାନ। ପଢନ୍ତୁ ପୂରା ରିପୋର୍ଟ...

Odisha Flood Update: କୂଳ ଖାଉଛି ସମୂଦ୍ର, ଭୟଭୀତ ପାରାଦୀପବାସୀ

Odisha Flood Update: ରାଜ୍ୟରେ ବର୍ଷା ବିତ୍ପାତ (Heavy rain) ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  କେଉଁଠି ଘାଇ ଭାଙ୍ଗିଲାଣୀ ତ ଆଉ କେଉଁଠି ରାସ୍ତା ଉପରେ ଛାତିଏଁ ଲେଖାଏଁ ପାଣି । ଆଉ କେଉଁଠି ସମୁଦ୍ର କୂଳ ଖାଉଛି । ମାଡି ଆସୁଛି ସମୁଦ୍ର(Sea) ଜୁଆର। ଆଶଙ୍କା, ଆତଙ୍କ ଓ ଭୟରେ ପାରାଦୀପ(Paradeep) ନେହେରୁ ବଙ୍ଗଳା ଅଞ୍ଚଳବାସୀ। ବିପଦରେ ପାରାଦୀପ ନେହେରୁ ବଙ୍ଗଳା ସ୍ଥିତ ମନ୍ମଥ ଉଦ୍ୟାନ। ଏପରି ଭୟାତୁର ପରିସ୍ଥିତି ଦେଖିବାକୁ ମିଳିଛି ପାରାଦୀପ ନେହେରୁ ବଙ୍ଗଳା ୧ନଂ ଓ୍ବାର୍ଡରେ। ଲଘୁଚାପ ଜନିତ ଲଗାଣ ବର୍ଷାରେ ସମୁଦ୍ର ଜୁଆର ମାଡି ଆସି ପାରାଦୀପ ନେହେରୁ ବଙ୍ଗଳାରେ କୂଳ ଖାଇବାରେ ଲାଗିଛି। ଏପରିକି କୂଳ ଖାଇବା ସହିତ ବହୁ ପୂରାତନ ଗଛ ଗୁଡିକୁ ଭସାଇ ନେଉଥିବା ଦେଖିବାକୁ ମିଳିଛି। 

Also Read: School closed​: ରାଜ୍ୟରେ ବର୍ଷା ବିତ୍ପାତ , ଆଜି ୯ ଜିଲ୍ଲାର ସ୍କୁଲ ଛୁଟି

Also Read: Horoscope Today Aug 3 2023: ଏହି ୪ ରାଶି ବ୍ୟକ୍ତିଙ୍କର ରହିଛି ଧନପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?

ପାରାଦୀପ ନେହେରୁ ବଙ୍ଗଳାର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ। ମହାନଦୀ ଓ ସମୁଦ୍ରର ମିଳନ ସ୍ଥଳ , ଅଗଭୀର ସମୁଦ୍ର, ନୀଳ ଜଳରାଶି, ଉତ୍ତାଳ ତରଙ୍ଗ ମାଳା,ଓ ରୁପେଲି ଢେଉ ସାଙ୍ଗକୁ ଝାଉଁ ଜଙ୍ଗଲ ମଧ୍ୟରେ ରହିଛି ମନ୍ମଥ ଉଦ୍ୟାନ। ଏହି ଉଦ୍ୟାନରେ ଭୋଜି କରିବା ପାଇଁ ସମସ୍ତ ବ୍ୟବସ୍ଥା ଥିବାରୁ ପର୍ଯ୍ୟଟକ ମାନେ ଏଠାରେ ଭୋଜିର ଆସର ସହିତ ମନୋରଞ୍ଜନ ପାଇଁ ଛୋଟଛୋଟ ପିଲାମାନେ ବିଭିନ୍ନ ଦୋଳୀ ଖେଳର ମଜା ନେଇଥାନ୍ତି। ପାରାଦୀପ ନେହେରୁ ବଙ୍ଗଳା ର ଏଭଳି ଦୃଶ୍ୟକୁ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଆସୁଥିବା ବେଳେ ଦୈନିକ ପର୍ଯ୍ୟଟକଙ୍କ ଏଠାରେ ଭିଡ ଜମିଥାଏ। ନେହେରୁ ବଙ୍ଗଳା ଭିତିଭୂମିର ବିକାଶ ପାଇଁ ପାରାଦୀପ ବନ୍ଦର ପଦକ୍ଷେପ ନେଇଥିବା ବେଳେ ପାରାଦୀପ ପୌର ପରିଷଦ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ସହ ସୌନ୍ଦର୍ଯ୍ୟ କରଣ କରାଯାଇଛି । ମାତ୍ର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନିଆ ଯାଇ ନଥିବାରୁ ସମୁଦ୍ର ଯୁଆର ମାଡି ଆସି ପର୍ଯ୍ୟଟନ ସ୍ଥଳୀ ମନ୍ମଥ ଉଦ୍ୟାନ ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି। 

ଉଦ୍ୟାନକୁ ଲାଗି ବନ୍ଦର ତରଫରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆ ଯାଇଥିବା କ୍ୟାଣ୍ଟିନର କିଛି ଅଂଶ ଏବେ ସମୁଦ୍ର ଯୁଆର ମାଡରେ ଭାଙ୍ଗିବାକୁ ବସିଲାଣି। ଯାହାକି ସମୁଦ୍ର ଜୁଆର ମାଡି ଆସି ସମଗ୍ର ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ସମୁଦ୍ର ଯୁଆର ରେ କ୍ୟାଣ୍ଟିନଟି ଭୁଷୁଡି ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ମହାନଦୀ ଓ ସମୁଦ୍ର ମିଳନ ସ୍ଥଳ ଠାରୁ ପ୍ରାୟ ୫ଶହ ମିଟର ପର୍ଯ୍ୟନ୍ତ ସମୁଦ୍ର ମାଡି ଆସି କୂଳ ଖାଇବା ସହିତ ମାଟି ଅତଡା ଖସିବାରେ ଲାଗିଛି। ଯାହାକି ଏହାର ସୁରକ୍ଷା ପାଇଁ ବାରମ୍ବାର ଦାବୀ ହୋଇ ଆସୁଛି, ହେଲେ ପାରାଦୀପ ବନ୍ଦର ଏହା ଉପରେ କୌଣସି ଠୋସ୍ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି। ତେବେ ଏହି ନେହେରୁ ବଙ୍ଗଳା ପର୍ଯ୍ୟଟନ ସ୍ଥଳୀ ର ଦାୟିତ୍ୱ ରେ ଥିବା ଅଧିକାରୀ ଏବେ ଛୋଟଛୋଟ ବାଲି ଅଖା ପକାଇ ସମୁଦ୍ର ଢେଉକୁ ରୋକିବାକୁ ଉଦ୍ୟମ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିବେ ବୋଲି ପାରାଦୀପ ପୌରାଧ୍ୟକ୍ଷ କହିଛନ୍ତି।

ସେପଟେ,ବର୍ଷା ବିତ୍ପାତ (heavy rain)ଯୋଗୁଁ, ଆଜି ୯ଟି ଜିଲ୍ଲାରେ (9 District Schools closed due to heavy) ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡିକୁ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ତେବେ ସେହି ଜିଲ୍ଲା ଗୁଡିକ ହେଲା, ସୁବର୍ଣ୍ଣପୁର, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼,  ଅନୁଗୁଳ ଓ ବରଗଡ଼ ଜିଲ୍ଲାର ସ୍କୁଲ ଗୁଡିକ ବନ୍ଦ ରହିବ ବୋଲି ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କ ପକ୍ଷରୁ ଘୋଷଣା କରାଯାଇଛି ।  ସେହିପରି ଲଗାଣ ବର୍ଷା ଯୋଗୁଁ ଗତକାଲି( ବୁଧବାର) ମଧ୍ୟ ୫ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା।  ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, ବଲାଙ୍ଗୀର ଓ ସୁବର୍ଣ୍ଣପୁରର ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ  ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିଥିଲା।