Allu Arjun News In Odia : ଆଜି ହେଉଛି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାର୍ଥ ଡେ। ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହାପୂର୍ବରୁ ଗତକାଲି ଅର୍ଥାତ୍ ଏପ୍ରିଲ ୭ ତାରିଖରେ ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସୁପର ଡୁପର ହିଟ୍ ଫିଲ୍ମ ପୁଷ୍ପା ଦ-ରାଇଜ୍ ('Pushpa-The Rise') ର ଦ୍ୱିତୀୟ ଭାଗ ଅର୍ଥାତ୍ ପୁଷ୍ପା ଦ-ରୁଲ୍ (Pushpa : The Rule) ର ଟିଜର ରିଲିଜ ହୋଇଥିଲା । ସସପେନ୍ସ ଭରା ଟ୍ରେଲରକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି। ଅଲ୍ଲୁ ଙ୍କ ଫିଲ୍ମର ପ୍ରଥମ ପାର୍ଟ ଖୁବ ସଫଳତା ହାତେଇବା ପରେ ପୁଷ୍ପା ଦ ରୁଲ୍ ର ରିଲିଜ ଡେଟକୁ ଚାତକ ପରି ଚାହିଁ ବସିଛନ୍ତି ଫ୍ୟାନ୍ସ। 


COMMERCIAL BREAK
SCROLL TO CONTINUE READING

ସାଉଥଷ୍ଚାର ଅଲ୍ଲୁ ଅର୍ଜୁନଙ୍କୁ ଆଜି ପୂରା ଦୁନିଆ ଜାଣିଛି ତେବେ ଆସନ୍ତୁ ଜାଣିବା ଆଜି ତାଙ୍କ ଜନ୍ମଦିନରେ ତାଙ୍କ ବିଷୟରେ ଆଉକିଛି କଥା...ଅଲ୍ଲୁ ଅର୍ଜୁନ ୧୯୮୨ ରେ ତାମିଲନାଡୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଅଲୁ ଅର୍ଜୁନଙ୍କ ପିତାଙ୍କ ନାମ ଅଲ୍ଲୁ ଅରବିନ୍ଦ । ଅର୍ଜୁନଙ୍କ ପିତା ଅଲ୍ଲୁ ଅରବିନ୍ଦ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଯିଏ ଦକ୍ଷିଣ ଭାରତୀୟର ଅନେକ ଚଳଚ୍ଚିତ୍ର ନିର୍ମାଣ ପାଇଁ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ତାଙ୍କ ମା’ଙ୍କ ନାମ ନିର୍ମଳା ଯେକି ଜଣେ ହାଉସ୍ ୱାଇଫ୍ । ଅଲୁ ଅର୍ଜୁନଙ୍କର ତିନି ଜଣ ଭାଇ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଲ୍ଲୁ ଅର୍ଜୁନ ମଝିଆଁ ପୁଅ । 


ଅଲ୍ଲୁ ଅର୍ଜୁନଙ୍କ ବଡ ଭାଇଙ୍କ ନାମ ଅଲ୍ଲୁ ଭେଙ୍କଟେଶ ଏବଂ ସାନଭାଇଙ୍କ ନାମ ଆଲୁ ଶିରିଶ । ଜଣାଶୁଣା ଦକ୍ଷିଣ ଚଳଚ୍ଚିତ୍ର ଅଭିନେତା ଚିରଞ୍ଜୀବୀ ହେଉଛନ୍ତି ଅଲ୍ଲୁ ଅର୍ଜୁନଙ୍କ ପିଉସା ଏବଂ ଅଭିନେତା ପୱନ କଲ୍ୟାଣ ମାମୁଁ। ରାମ ଚରଣ ଏବଂ ଅଲ୍ଲୁ ଅର୍ଜୁନ ସମ୍ପର୍କରେ ସମ୍ପର୍କୀୟ ଭାଇ ହେବେ। ଅଲ୍ଲୁ ଅର୍ଜୁନଙ୍କ ପତ୍ନୀଙ୍କ ନାମ ସ୍ନେହା ରେଡ୍ଡି । ସେ ଜଣେ ବିଜିନେସ ୱେମେନ ଭାବେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି। ୨୦୧୧ ମସିହା ୬ ମାର୍ଚ୍ଚରେ ଦୁହିଁଙ୍କ ବିବାହ ହୋଇଥିଲା । ଅଲ୍ଲୁ ଅର୍ଜୁନ ଦୁଇଟି ସନ୍ତାନଙ୍କ ପିତା ଅଟନ୍ତି । ତାଙ୍କ ପୁଅ ନାଁ ଅୟାନ ଓ ଝିଅଙ୍କ ନାଁ ହେଉଛି ଅର୍ହା । 


ସାଉଥ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ଅଭିନେତାମାନଙ୍କ ମଧ୍ୟରୁ ଅଭିନେତା ଅଲୁ ଅର୍ଜୁନ ଅନ୍ୟତମ। ଅଲ୍ଲୁ ତାଙ୍କ ଜୀବନକୁ ଏକ ଭିନ୍ନ ଏବଂ ବିଳାସପୂର୍ଣ୍ଣ ଢଙ୍ଗରେ ବଞ୍ଚନ୍ତି, ସେ ଗାଡ଼ିକୁ ବହୁତ ଭଲ ପାଆନ୍ତି । ଅଲ୍ଲୁଙ୍କର ପ୍ରାୟ ଶହେ କୋଟି ମୂଲ୍ୟର ବିଳାସପୂର୍ଣ୍ଣ ବଙ୍ଗଳା ଅଛି । ତେଣୁ ସେଠାରେ ତାଙ୍କର ବିଏମଡବ୍ଲୁ, ଜାଗୁଆର, ଅଡି, ରେଞ୍ଜ ରୋଭର ଭଳି ବିଳାସପୂର୍ଣ୍ଣ କାରର ଏକ ବଡ଼ ସିଲେକ୍ସନ ରହିଛି। 


ଅଲ୍ଲୁ ଅର୍ଜୁନ ସାଉଥ ଚଳଚ୍ଚିତ୍ରରେ କାମ କରି ବହୁତ ଟଙ୍କା ରୋଜଗାର କରନ୍ତି । ଅଭିନେତା ଜଣଙ୍କ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ବାରରୁ ପନ୍ଦର କୋଟି ଟଙ୍କା ଚାର୍ଜ କରନ୍ତି । ତାଙ୍କୁ ଟଲିଉଡର ସବୁଠାରୁ ଦାମୀ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଏ।  ଚଳଚ୍ଚିତ୍ର ବ୍ୟତୀତ ସେଭେନ ଅପ୍, ଥମ୍ବସଅପ୍, ଏୟାରଟେଲ, ଟାଟା ସ୍କାଏ, ଡାବର ଆମଲା ହେୟାର ତେଲ ଏବଂ ମିରିଣ୍ଡା ଭଳି ଅନେକ ବଡ ବ୍ରାଣ୍ଡକୁ ପ୍ରୋତ୍ସାହିତ କରି ଅଲୁ ଅର୍ଜୁନ ମଧ୍ୟ ଟଙ୍କା ରୋଜଗାର କରନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସେ ପ୍ରତ୍ୟେକ ବିଜ୍ଞାପନ ପାଇଁ ଏକ କୋଟିରୁ ଅଧିକ ଫି ଆଦାୟ କରନ୍ତି। ସେଲିବ୍ରିଟି ୱର୍ଥର (celebritys worth) ରିପୋର୍ଟ ଅନୁଯାୟୀ ଅଲୁ ଅର୍ଜୁନଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୩୮୦ କୋଟିରୁ ଅଧିକ। ୨୦୧୬ ମସିହାରେ, ଅଲ୍ଲୁ ଗୁଗୁଲରେ ସର୍ବାଧିକ ସର୍ଚ୍ଚ ହୋଇଥିବା ଟଲିଉଡ ଷ୍ଟାର ଥିଲେ। 


Also Read: 


Ram Charan: ସ୍ତ୍ରୀଙ୍କ ପାଇଁ ଅଭିନୟ ଛାଡ଼ିବେ ରାମଚରଣ! ଜାଣନ୍ତୁ କାରଣ