Advertisement
Photo Details/zeeodisha/odisha1643014
photoDetails0hindi

Ram Charan: ସ୍ତ୍ରୀଙ୍କ ପାଇଁ ଅଭିନୟ ଛାଡ଼ିବେ ରାମଚରଣ! ଜାଣନ୍ତୁ କାରଣ

Ram Charan: ସାଉଥଷ୍ଟାର ରାମଚରଣ (Ram Charan)। ୨୦୨୨ ମସିହାର ସୁପରହିଟ ଚଳଚ୍ଚିତ୍ର ‘ଆରଆରଆର’(RRR) ସାରା ଦେଶରେ ଏକ ନୂଆ ଇତିହାସ ସୃଷ୍ଟି କରିଛି । କାହାଣୀ, ଚରିତ୍ରରୁ ଆରମ୍ଭ କରି ସଙ୍ଗୀତରେ ଅପୂର୍ବ ସଫଳତା ହାସଲ କରିଛି ଏହି ସିନେମା । ତେବେ ଏହି ସିନେମା ଜରିଆରେ ଲୋକଙ୍କ କୁବ ପ୍ରଶଂସା ସାଉଣ୍ଟିଛନ୍ତି ସୁପରଷ୍ଟାର ରାମଚରଣ ।

1/5

ଚଳଚ୍ଚିତ୍ରରେ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ରାମଚରଣ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି । ତେବେ ବର୍ତ୍ତମାନ ସିନେମା ଜଗତରୁ ଦୂରେଇ ରହିବା ପାଇଁ ତାଙ୍କର ନିଷ୍ପତ୍ତିକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି । ତେବେ ରାମଚରଣ ସବୁଦିନ ପାଇଁ ସିନେମା ଦୁନିଆରୁ ଦୂରେଇ ଯାଉ ନାହାନ୍ତି । 

2/5

ପ୍ରକୃତ କଥା ହେଉଛି ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସୁପରଷ୍ଟାର ରାମଚରଣ । ତେଣୁ ପତ୍ନୀଙ୍କ ଡେଲିଭରୀ ପାଇଁ ସେ କିଛି ଦିନ ସିନେମା ଦୁନିଆରୁ ବିରତୀ ନେବାକୁ ଚାହୁଁଛନ୍ତି । 

3/5

ଜୁନ ମାସରେ (JUNE) ସମସ୍ତ କାମ ଶେଷ କରିବା ପରେ ଜୁନ ସେପ୍ଟେମ୍ବର ପର୍ଯ୍ୟନ୍ତ ପରିବାର ସହ ସେ ସମୟ ବିତାଇବେ ବୋଲି କହିଛନ୍ତି । ବାପା ହେବାର ଖୁସିକୁ ଉପଭୋଗ କରିବା ସହ ନବଜାତ ଶିଶୁ ସହ ସମୟ କାଟିବେ ରାମ ଚରଣ । ଏହାପରେ ସେ ପୁଣିଥରେ ସିଲଭର ଇଣ୍ଡଷ୍ଟ୍ରିକୁ କମବ୍ୟାକ କରିବେ ।

4/5

ତେବେ ଏ -ନେଇ ରାମଚରଣଙ୍କ ବାପା ତଥା ତେଲୁଗୁ ସୁପରଷ୍ଟାର ଚିରଞ୍ଜିବୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଜେଜେବାପା ହେବାର ଖୁସିକୁ ବ୍ୟକ୍ତ କରିଛନ୍ତି ଏବଂ ନିଜ ପ୍ରଶଂସକଙ୍କ ସହ ଏହି ଖକବର ବାଣ୍ଟିଛନ୍ତି । 

5/5

ଭଗବାନ ହନୁମାନଙ୍କ ଏକ ଫଟୋ ସେୟାର କରିବା ସହ ବୋହୂ ଉପାସନା (Upasana Kamineni)ଏବଂ ପୁଅ ରାମଚରଣଙ୍କ ପ୍ରଥମ ସନ୍ତାନ ବିଷୟରେ ସୂଚନା ଦେଇଛନ୍ତି ।