Flora Saini: ବଲିଉଡ଼ ସେଲିବ୍ରେଟିମାନେ ଅଭିନୟ ଅପେକ୍ଷା ସେମାନଙ୍କ ଲାଇଫଷ୍ଟାଇଲକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି। ଅଭିନେତ୍ରୀ ଫ୍ଲୋରା ସାଇନି (Flora Saini) । ଯିଏକି ବଲିଉଡର ଜଣେ ଆଗଧାଢିର ଅଭିନେତ୍ରୀ । ସେ ନିଜ ପୂର୍ବତନ ପ୍ରେମିକଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି (flora saini on domestic violence)। ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ନିକଟରେ ଅଭିନେତ୍ରୀ ଦେଇଥିବା ଏକ ସାକ୍ଷାତକାରର କହିଥିଲେ ଯେ,ଯେବେ ତାଙ୍କୁ ୨୦ ବର୍ଷ ବୟସ ହୋଇଥିବା ବେଳେ ସେ ଜଣେ ଫିଲ୍ମ ନିର୍ମାତା ଗୌରାଙ୍ଗ ଦୋସି(film producer Gaurang Doshi) ଙ୍କ ପ୍ରେମରେ ପଡି଼ଗଲେ। ଏଭଳି ଭାବରେ ସେ ତାଙ୍କୁ ଭଲ ପାଇ ବସିଲେ ଯେ,ପ୍ରେମିକ ପାଇଁ ନିଜ ବାପା ମାଆ ଙ୍କୁ ଛାଡି ପଳାଇଲେ ।  ଏବଂ ପ୍ରେମିକଙ୍କ ଘରେ ରହିଲେ । କିଛି ଦିନ ସବୁକିଛି ଠିକଠାକ୍ ଚାଲିଲା । କିନ୍ତୁ ୬ ମାସ ପରେ ଆରମ୍ଭ ହୋଇଗଲା ନିର୍ଯ୍ୟାତନା । ଅକଥନୀୟ ନିର୍ଯ୍ୟାତନା ଦେବାକୁ ଲାଗିଲା ପ୍ରମିକ (flora saini sexual harassment)। ଏପରିକି ତାଙ୍କୁ କିଛି ଫିଲ୍ମ କରିବା ପାଇଁ ମଧ୍ୟ ବାହାରକୁ ଛାଡିଲା ନାହିଁ। ଏପରିକି ନିଜ ସାଙ୍ଗସାଥିଙ୍କ ସହ କଥାବାର୍ତ୍ତା ମଧ୍ୟ କରିବାକୁ ଦେଲା ନାହିଁ । 


COMMERCIAL BREAK
SCROLL TO CONTINUE READING

Also Read: Dhoni Playing Candy Crush: ଧୋନି ଖେଳିଲେ କ୍ୟାଣ୍ଡିକ୍ରସ୍, ୩ ଘଣ୍ଟାରେ ୩୦ ଲକ୍ଷ ଫ୍ୟାନ୍ସ କଲେ ଗେମ୍ ଡାଉନଲୋଡ଼


Also Read: Prabhas: ପ୍ରଭାସଙ୍କ ପାଇଁ ପାଣିରେ ପଡ଼ିଲା ୧୩00 କୋଟି, ଅନୁତାପ କରୁଛନ୍ତି ନିର୍ମାତା !


ଏହାପୂର୍ବରୁ ୨୦୧୮ ମସିହାରେ, ଫ୍ଲୋରା ସାଇନି ତାଙ୍କ ପ୍ରେମିକ ଉପରେ ମି ଠୁ ଆନ୍ଦୋଳନ ଚାଲିଥିବା ସମୟରେ ବି ଅନେକ ଖୁଲାସା କରିଥିଲେ।  ଫ୍ଲୋରା ଆହୁରୀ ମଧ୍ୟ କହିଛନ୍ତି ଯେ, ନିଜ ପ୍ରେମିକ (boyfriend gaurang doshi) ତାଙ୍କୁ ଏଭଳି ଅତ୍ୟାଚାର  ଦେଇଥିଲେ ଯେ,ବାଧ୍ୟ ହୋଇ ସେ ଘର ଛାଡିବା କଥା ମଧ୍ୟ ଚିନ୍ତା କରିଥିଲେ। ଦିନେ ରାତିରେ କୌଣସି ଏକ କଥାକୁ ନେଇ ପ୍ରେମିକ  ଗୌରାଙ୍ଗ ଦୋଷି ତାଙ୍କ ପାଇଭେଟ ପାର୍ଟକୁ (private part) ଗୋଇଠା ମାରିଥିଲେ। ଏବଂ ତାଙ୍କ ପିତାଙ୍କ ଫଟୋ ଛୁଇଁ କହିଥିଲେ ଯେ, ଖୁବ ଶିଘ୍ର ତୋତେ ହତ୍ୟା କରିବି । ଏହାପରେ, ଅଶ୍ଲିଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ। ସେ ମୋ ସହ ମଣିଷ ପରି ନୁହେଁ ପଶୁ ପରି ବ୍ୟବହାର କରୁଥିଲେ ବୋଲି କହିଛନ୍ତି ଅଭିନେତ୍ରୀ।  ଏଥିରେ ଭୟଭିତ ହୋଇ ଯାଇଥିଲେ ଅଭିନେତ୍ରୀ । ଏବଂ ରାତି ଅଧରେ ସେ ଘର ଛାଡିବା ପାଇଁ ନିସ୍ପତି ନେଇଥିଲେ। ପରେ ମୌକା ଦେଖି ସେ ନିଜ ପ୍ରେମିକ ଘରୁ ଚମ୍ପଟ ମାରିଥିଲେ। ଏବଂ ଶେଷରେ ନିଜ ଘରକୁ ଫେରିଥିଲେ ଅଭିନେତ୍ରୀ ।  ଯଦିଓ ବର୍ତ୍ତମାନ ଅଭିନେତ୍ରୀ ଏହି ସମ୍ପର୍କରୁ ବାହାରି ବେଶ ଖୁସିରେ ଅଛନ୍ତି । ଏବଂ ନିଜ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି। 


ଫ୍ଲୋରା ସାଇନିଙ୍କ ଅଭିନିତ ଫିଲ୍ମ ହେଉଛି ‘ସ୍ତ୍ରୀ’। ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ’ ଚଳଚ୍ଚିତ୍ରରେ ଭୂତୁଣୀ ଭୂମିକାରେ ଅଭିନୟ କରିଥିଲେ ଫ୍ଲୋରା ସାଇନି । ମି-ଠୁ ଆନ୍ଦୋଳନ ସମୟରେ ଅଭିନେତ୍ରୀ ଫ୍ଲୋରା ସାଇନି ଅଧିକ ଚର୍ଚ୍ଚାକୁ ଆସିଥିଲେ।  ସେହି ସମୟରେ ସେ ନିଜ ପ୍ରେମିକ ତଥା ନିର୍ମାତା ଗୌରାଙ୍ଗଙ୍କୁ ନେଇ ମୁହଁ ଖୋଲିଥିଲେ।  ତାଙ୍କୁ କେବଳ ନିର୍ଯାତନା ନୁହେଁ, ବରଂ ପାଶବିକ ଅତ୍ୟାଚାର କରାଯାଇଥିଲା। ଏ ନେଇ ସେ ଟ୍ବିଟର୍‌ରେ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଏଥିରେ ସେ କହିଛନ୍ତି, ଯାହାଙ୍କ ସହିତ ଡେଟ୍‌ରେ ଯାଉଥିଲି, ସେ ହିଁ ମୋର ଏଭଳି ଅବସ୍ଥା କରିଛନ୍ତି। ୨୦୦୭ ଭାଲେ‌ଣ୍ଟାଇନ୍ସ ଡେ ବେଳେ ମୋ ଉପରେ ଏଭଳି ଆକ୍ରମଣ କରାଯାଇଥିଲା। ଏଭଳି ଘଟଣା ପରେ ବଞ୍ଚିବାକୁ ଇଚ୍ଛା ହେଉନଥିଲା। ତଥାପି ନିଜକୁ ସମ୍ଭାଳିଥିଲି। ଆଜି ମି-ଠୁ ଆନ୍ଦୋଳନ ଏହି ଗୁମର ଖୋଲିବାରେ ମୋତେ ସହାୟକ ହୋଇଛି ବୋଲି ସାଇନି କୁହନ୍ତି।