Hema Malini Birthday Special : ଆଜି ବଲିଉଡ ଅଭିନେତ୍ରୀ ହେମା ମାଳିନୀଙ୍କ ଜନ୍ମଦିନ । ୭୫ ବର୍ଷରେ ପାଦ ଥାପିଲେ ଏହି ଏଭରଗ୍ରୀନ ଅଭିନେତ୍ରୀ । ଜନ୍ମଦିନ ଅବସରରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । କଳାକାର ଓ ତାଙ୍କ ପ୍ରଶଂସକମାନେ ମାନେ ଶୁଭେଚ୍ଛା ଜଣାଇଛନ୍ତି ।  ୧୯୪୮ ମସିହା, ଅକ୍ଟୋବର ୧୬ ତାରିଖରେ ସେ ତାମିଲନାଡ଼ୁର ଜିୟାପୁରମଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରାରେ ଜଣେ ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, ରାଜନେତ୍ରୀ ।  ସେ ତାମିଲ ଚଳଚ୍ଚିତ୍ର "ଇଥୁ ସାଥିୟମ"ରେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ୧୯୬୮ ମସିହାରେ "ସପ୍ନୋ କା ସୌଦାଗର" ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ପ୍ରଥମ କରି ଅଭିନୟ କରିଥିଲେ। ମାଳିନୀଙ୍କୁ ସେହି ସମୟରେ "ଡ୍ରିମ୍ ଗାର୍ଲ" ରୂପେ ସମ୍ଭୋଧନା କରି ତାଙ୍କୁ ପ୍ରୋତ୍ସାହିତ କରାଯାଉଥିଲା । ଏବଂ ୧୯୭୭ରେ ସେ ଏହି ନାମର ଏକ ଚଳଚ୍ଚିତ୍ର କରିଥିଲେ। ତାଙ୍କ ଅଧିକାଂଶ ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ରାଜେଶ ଖାନା, ଦେବ ଆନନ୍ଦଙ୍କ ସହ ଲିଡ୍ ରୋଲରେ ନଜର ଆସିଥିଲେ।


COMMERCIAL BREAK
SCROLL TO CONTINUE READING

ସେ ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ହେମା ମାଳିନୀ ତାଙ୍କ ଅଭିନୟ ପାଇଁ (Filmfare award for best actress) ୧୧ ଥର ଫିଲ୍ମ ଫେୟାର ଆଓ୍ବାର୍ଡରେ ସମ୍ମାନୀତ ହୋଇଛନ୍ତି । ୧୯୭୨ରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ୨୦୦୦ ମସିହାରେ ହେମା ମାଳିନୀ ଫିଲ୍ମ ଫେୟାର ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ (Filmfare lifetime achievement award) ଓ ପଦ୍ମଶ୍ରୀ ପୁରସ୍କାର (PadmaShri Award) ପାଇଛନ୍ତି। ୨୦୦୩ ରୁ ୨୦୦୯ ପର୍ଯ୍ୟନ୍ତ ହେମା ମାଳିନୀ ବିଜେପି ପ୍ରତିନିଧି ଭାବେ ରାଜ୍ୟସଭାକୁ ଚୟନ ହୋଇଥିଲେ। ୨୦୧୪ ମସିହାରେ ହେମା ମାଳିନୀ ଲୋକସଭା ପାଇଁ ମନୋନିତ ହୋଇଥିଲେ। ହେମା ମାଳିନୀ ସମାଜିତ କାର୍ଯ୍ୟରେ ଜଡ଼ିତ ଅଛନ୍ତି।   ସେ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଛନ୍ତି । ସେ ଫିଲ୍ମ 'ସୀତା ଆର ଗୀତା', 'ଧର୍ମାତ୍ମା' , 'ସୋଲେ ' , ' ତ୍ରିଶୁଳ'  ,'ଅନ୍ଧି ତୋଫାନ୍' ଓ ସୋଲେ ଭଳି ଫିଲ୍ମରେ ସେ ଦମଦାର ଅଭିନୟ କରିଛନ୍ତି ।


ଏହାବି ପଢନ୍ତୁ : Kantara Film : ବଲିଉଡ଼କୁ ପଛରେ ପକାଇଲା କର୍ଣ୍ଣଡ ମୁଭି, ବିଶ୍ବବ୍ୟାପି ଆୟ କଲାଣୀ ଏତିକି କୋଟି


ଶେଷଥର ପାଇଁ ହେମା ମାଳିନୀଙ୍କୁ  ସୀମଲା ମିରଚରେ ଦେଖିବାକୁ ମିଳିଥିଲା । ଯାହା ୨୦୨୦ରେ ରିଲିଜ ହୋଇଥିଲା। ଯେଉଁଥିରେ ଲିଡ୍ ରୋଲରେ ନଜର ଆସିଥିଲେ । ସେହି ଫିଲ୍ମରେ ରାଜ କୁମାର ରାଓ ଓ ରକୁଲ ପ୍ରୀତ ସିଂ ଅଭିନୟ କରିଥିଲେ ।  ଗତ କିଛି ଦିନ ତେଳେ ହେମା ମାଳୀନି କୋରୋନା ପାଇଁ ନିଜ ସ୍ବାମୀଙ୍କ ଠାରୁ ପାଖାପାଖି ବର୍ଷେ ହେବ ଦୂରେଇ ରହୁଥିଲେ । ଯାହା ଗତ କିଛି ତଳେ ବହୁ ଚର୍ଚ୍ଚାର ବିଷୟ ଥିଲା। କୋରୋନା ଭାଇରସ କାରଣରୁ ଏକ ବର୍ଷ ଧରି ସ୍ୱାମୀ ଧର୍ମେନ୍ଦ୍ରଙ୍କ ଠାରୁ ନିଜକୁ ଦୂରେଇ ରଖିଥିଲେ ହେମା । କୋରୋନା ଯେତେବେଳେ ଦେଶରେ କାୟା ବିସ୍ତାର କରିଥିଲା । ସେତେବେଳେ ହେମାଙ୍କ ସ୍ବାମୀ ଧର୍ମେନ୍ଦ୍ର ତାଙ୍କର ଫାର୍ମହାଉସରେ ରହିବା ପାଇଁ ଚାଲିଯାଇଥିଲେ।