ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ଆକସ୍ମିକ ଦେହାନ୍ତରେ ବଲିଉଡ଼ ଜଗତରେ ଶୋକ ଖେଳିଯାଇଛି। ଗର୍ଭାଶୟ କର୍କଟ କାରଣରୁ ଏହି ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିଲା। କେବଳ ଏତିକି ନୁହେଁ, କର୍କଟ ରୋଗରେ ଅନେକ କଳାକାରଙ୍କ ଜୀବନ ହାନୀ ଘଟିଛି। ଆସନ୍ତୁ ଜାଣିବା କେଉଁ ମାନେ କର୍କଟରେ ଜୀବନ ହରାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ପୁନମ ପାଣ୍ଡେ
ଅଭିନେତ୍ରୀ ତଥା ମଡେଲ ଭାବେ ପରିଚିତ ଲାଭ କରିଥିବା ପୁନମ ପାଣ୍ଡେଙ୍କର ୩୨ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ଏହି ଅଭିନେତ୍ରୀ ଗର୍ଭାଶୟ କର୍କଟରେ ପୀଡ଼ିତ ରହିଥିଲେ। ତେବେ ଗଣମାଧ୍ୟମର ଖବର ଅନୁଯାୟୀ ପୁନମ ପାଣ୍ଡେଙ୍କ ବହୁ ବିଳମ୍ବରେ ତାଙ୍କ ରୋଗ ସମ୍ପର୍କରେ ଜଣାପଡ଼ିଥିଲା। ରୋଗ ଜଣାପଡ଼ିବା ବେଳକୁ ସେ ରୋଗର ଶେଷ ପର୍ଯ୍ୟାୟରେ ରହିଥିଲେ। 


ରାଜେଶ ଖାନ୍ନା
ରାଜେଶ ଖାନ୍ନାଙ୍କର ମୃତ୍ୟୁ ମଧ୍ୟ କର୍କଟ ରୋଗ ଯୋଗୁଁ ହୋଇଥିଲା। ଏହି ଅଭିନେତାଙ୍କ ମୃତ୍ୟୁରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିଲା। 


ବିନୋଦ ଖାନ୍ନା
ବିନୋଦ ଖାନ୍ନାଙ୍କର ମଧ୍ୟ କର୍କଟ ରୋଗରେ ମୃତ୍ୟୁ ହୋଇଥିଲା। ଦୀର୍ଘ ଦିନ ଧରି କର୍କଟରେ ପୀଡ଼ିତ ଥିବା କାରଣରୁ ସେ ମୃତ୍ୟୁ ବେଳକୁ ବହୁ ଦୁର୍ବଳ ହୋଇ ପଡ଼ିଥିଲେ। 


ଇରଫାନ ଖାନ
ଇରଫାନ ଖାନଙ୍କର ମଧ୍ୟ କର୍କଟ ରୋଗରେ ମୃତ୍ୟୁ ହୋଇଥିଲା। ଏହି ଅଭିନେତାଙ୍କୁ ମଧ୍ୟ କୋଲନ କର୍କଟ ରୋଗ ହୋଇଥିଲା। ଇରଫାନଙ୍କ ଦେହାନ୍ତ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଲାଗିଥିଲା। ଇରଫାନ ଖାନ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ କର୍କଟ ରୋଗରେ ପୀଡ଼ିତ ରହିଥିଲେ। ୨୯ ବର୍ଷ ବୟସରେ ୨୦୨୦ ମସିହାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। 


ଋଷି କପୁର
ଋଷି କପୁରଙ୍କ ମୃତ୍ୟୁ ମଧ୍ୟ କର୍କଟ ରୋଗ କାରଣରୁ ହୋଇଥିଲା। ନ୍ୟୁୟର୍କରେ ପାଖାପାଖି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। 


ନରଗିସ
ବଲିଙୁଡ଼ର ଅଭିନେତ୍ରୀ ନରଗିସଙ୍କ ପାନକ୍ରିୟାଟିକ କର୍କଟ ଯୋଗୁଁ ମୃତ୍ୟୁ ହୋଇଥିଲା। ୧୯୮୧ ମସିହା ମଇ ମାସ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଥିଲା। 


ଫିରୋଜ ଖାନ
ବଲିଉଡ଼ ଅଭିନେତା ଫିରୋଜ ଖାନଙ୍କର ମୃତ୍ୟୁ ମଧ୍ୟ କର୍କଟରେ ହୋଇଥିଲା।