Jaqueline Fernandes in Oscar: ସିଂହଳ ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ।  ସେ ବର୍ତ୍ତମାନ ମନି ଲାଣ୍ତରିଂ ମାମଲାର ଫସିଛନ୍ତି । ଠକ ସୁକେଶ ସହ ସମ୍ପର୍କ ରଖିଥିବା ନେଇ ସେ ବର୍ତ୍ତମାନ ବିବାଦରେ ଫସିଛନ୍ତି । ଏଭଳି ସ୍ଥିତିରେ ଜ୍ୟାକଲିନ ତାଙ୍କ ଫ୍ୟାନ୍ସଙ୍କୁ ଏକ ଗୁଡ ନ୍ୟୁଜ୍ ଦେଇଛନ୍ତି । ଜ୍ୟାକଲିନଙ୍କ ଫିଲ୍ମ ଏକ ଗୀତ ମଧ୍ୟ ଓସ୍କାର ୨୦୨୩ ପାଇଁ ମନୋନୀତ ହୋଇଛି। ଯାହାକୁ ନେଇ ଅଭିନେତ୍ରୀ ଜଣକ ତାଙ୍କ ଫ୍ୟାନ୍ସକୁ ଓ ଫିଲ୍ମ ଟିମକୁ ଧନ୍ୟବାଦ ଜଣାଇଛନ୍ତି । ତେବେ ସେହି ଫିଲ୍ମର ନାଁ ରହିଛି ( Tell it like a Women)।


COMMERCIAL BREAK
SCROLL TO CONTINUE READING


ଓସ୍କାରରେ ଜ୍ୟାକଲିନଙ୍କ ନୂଆ ଗୀତ ଆପଲୋଜ୍ (Applause) :
ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏହି ଖବରକୁ ସେୟାର କରିଛନ୍ତି ଯେ, ଫିଲ୍ମର ଗୀତ ଆପ୍ଲେଜ୍ ଓସ୍କାର ପୁରସ୍କାର ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ମନୋନୀତ ହୋଇଛି। ଏଥିପାଇଁ ଜ୍ୟାକଲିନ ତାଙ୍କ ପୁରା ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ଲେନା ଯାଦବ, ମାରିଆ ସୋଲ୍, ଲୁସିଆ, ସିଲଭିଆ କରୋବିଓ, ତାରାଜୀ ପି ହେନ୍ସନ୍, ମିପୋ ଓହୋ ଏବଂ କ୍ୟାଥରିନ୍ ହାର୍ଦ୍ଦିକ ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି । 


ଜ୍ୟାକଲିନ୍ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି :
ଫିଲ୍ମ 'ଟେଲ ଇଟ୍ ଲାଇକ୍ ଏ ଓମେନ' ଚଳଚ୍ଚିତ୍ରରେ ଜ୍ୟାକଲିନ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହା  ଏକ ଇଟାଲୀୟ ଆମେରିକୀୟ ଚଳଚ୍ଚିତ୍ର ଅଟେ । ତେବେ ଫିଲ୍ମର ଏହି ଗୀତଟିକୁ ସୋଫିଆ କାରସନ୍ (Sophia Carson) ଗାଇଛନ୍ତି । ଜ୍ୟାକଲିନ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏନେଇ ଜ୍ୟାକଲିନ୍ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ମୋ ପାଖରେ କୌଣସି ଶବ୍ଦ ନାହିଁ, ମୁଁ ଡିଆନ୍ ଭର୍ନି(Diane Varney) ଏବଂ ସୋଫିଆ କାରସନଙ୍କୁ ଅଭିନନ୍ଦନ ଜଣାଉଛି।


ଏହାବି ପଢନ୍ତୁ  : Crime News: Film Special 26 ଷ୍ଟାଇଲରେ ଲୁଟ୍, ଇଡି ଅଫିସର ପରିଚୟ ଦେଇ ଦୋକାନୀକୁ ଚୁନ ଲଗାଇଲେ ଲୁଟେରା


ଏହାବି ପଢନ୍ତୁ  : KL Rahul Athiya Shetty Wedding Gifts: କେଏଲ୍ ରାହୁଲ-ଆଥିଆଙ୍କୁ ବାହାଘରରେ ବିରାଟ କୋହଲି ଦେଲେ ଏହି ମହଙ୍ଗା ଗିଫ୍ଟ, ନବ ଦମ୍ପତିଙ୍କୁ ଧୋନିଙ୍କଠୁ ମିଳିଲା ଖାସ୍ ଉପହାର


ଫିଲ୍ମ  ଆରଆରଆର ପାଇଁ ଏହା କହିଛନ୍ତି :
ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଆହୁରି ମଧ୍ୟ ଲେଖିଛନ୍ତି ଯେ, ୨୦୨୩ ମସିହା ଓସ୍କାର ପାଇଁ(Applause in Oscars) ଗୀତ ଆପ୍ଲାଏଜ୍  ମନୋନୀତ ହୋଇଛି। ମୁଁ  ଏଥିପାଇଁ ସମସ୍ତଙ୍କ ପାଖରେ ଋଣୀ।  ଏହାସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତେ ଜଣେ ମହାନ କଳାକାର । ଜ୍ୟାକଲିନଙ୍କ ଏହି ଗୀତ ଓସ୍କାର ପାଇଁ ମନୋନୀତ ହୋଇଥିବାରୁ ଆରଆରଆର ଫିଲ୍ମର ନାଟୁ-ନାଟୁଙ୍କୁ ଗୀତର କଳାକାରଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଆଶା କରାଯାଉଛି ଯେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଚଳଚ୍ଚିତ୍ର ଯେପରି ଲୋକଙ୍କ ଭଲ ପାଇବା ପାଇଥିଲା,ତାଙ୍କ ଫିଲ୍ମର ଗୀତକୁ ମଧ୍ୟ ସମ୍ମାନ  ସମାନ ଢଙ୍ଗରେ ମିଳିବ ।