Jacqueline Fernandez: ସିଂହଳ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ (Jacqueline Fernandez) । ଠକ ସୁକେଶ ପାଇଁ ୨୦୦ କୋଟି ମନି ଲାଣ୍ତରିଂ ମାମଲାରେ ଫସିଛନ୍ତି ଅଭିନେତ୍ରୀ । ଠକ ସୁକେଶ ସହ ସମ୍ପର୍କ ରଖିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିପାଇଁ ସେ କେତେବେଳେ ଇଡି ଜେରାର ସମ୍ମୁଖିନ ହେଉଛନ୍ତି ତ ଆଉ କେତେ ବେଳେ କୋର୍ଟରେ ହାଜର ମଧ୍ୟ ହେଉଛନ୍ତି। ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଜ୍ୟାକଲିନଙ୍କୁ ଦୋଷୀ ସାବ୍ୟସ୍ତ ନ କରିବା ପାଇଁ ସୁକେଶ ଚିଠି ଲେଖିଛନ୍ତି । ଏହି ସ୍କାମରେ ଜ୍ୟାକଲିନଙ୍କ ହାତ ନାହିଁ ବୋଲି ଅଭିନେତ୍ରୀଙ୍କ ଓକିଲ ପ୍ରଶାନ୍ତ ପାଟିଲ (Jacqueline's lawyer Prashant Patil ) ଏବେ ଦାବି କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସୁକେଶ ଲେଖିଥିବା ଚିଠିକୁ ସେ ପ୍ରକାଶ କରିଛନ୍ତି। ଓକିଲ କହିଛନ୍ତି ଯେ 'ଜ୍ୟାକଲିନ ନିର୍ଦ୍ଦୋଷ ଏବଂ ସେ ଆଇନ ଅନୁଯାୟୀ ପ୍ରକ୍ରିୟା ଅନୁସରଣ କରି ନିଜ ସମ୍ମାନ ପାଇଁ ଲଢେଇ ଜାରି ରଖିବେ'। ଏହି ମନି ଲାଣ୍ତରିଂ ମାମଲାରୁ ଜ୍ୟାକଲିନଙ୍କୁ ରକ୍ଷା କରିବା ପାଇଁ ସୁକେଶ ଏଭଳି ଚିଠି ଲେଖିଛି ବୋଲି ଚର୍ଚ୍ଚା ହେଉଛି । ଏହି ଚିଠିରେ ସୁକେଶ ଲେଖିଛି ଯେ, 'ଏହି ସ୍କାମରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ କରାଯିବା ଅତ୍ୟନ୍ତ ଦୁଃଭାଗ୍ୟଜନକ । ଆମ ଦୁହିଁଙ୍କ ସମ୍ପର୍କ ଥିଲା, ଏହି ସମ୍ପର୍କରେ ଯଦି ମୁଁ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ କିଛି ଉପହାର ଦେଇଛି । ଏଥିରେ ଜ୍ୟାକଲିନଙ୍କ ଭୁଲ କ'ଣ ବୋଲି ସେ ପ୍ରଶ୍ନ କରିଛନ୍ତି ।  ମୁଁ କେବଳ ତାଙ୍କ ଠାରୁ ଭଲ ପାଇବା ଚାହୁଁଥିଲି ଆଉ ତାଙ୍କ ସହ ଠିଆ ହେବାକୁ ଚାହୁଁଥିଲି ଆଉ କିଛି ନୁହେଁ ' । 


COMMERCIAL BREAK
SCROLL TO CONTINUE READING

 


ଏହାବି ପଢନ୍ତୁ :Salman Khan: ଡେଙ୍ଗୁ ଚାଷ କରୁଛନ୍ତି ଦବଙ୍ଗ ଖାନ୍ !



ଚଳିତ ମାସ, ଅକ୍ଟୋବର ୨୨ରେ ଏହି ସ୍କାମରେ ଜ୍ୟାକଲିନଙ୍କ ସମ୍ପୃକ୍ତି ଥିବା ନେଇ ଦିଲ୍ଲୀ ପଟିଆଲା କୋର୍ଟରେ ଶୁଣାଣୀ ହୋଇଥିଲା । ଏହି ମାମଲାରେ ଜ୍ୟାକଲିନଙ୍କୁ କୋର୍ଟ ତରଫରୁ ଆଶ୍ୱସ୍ତି ମିଳିଛି। କାହିଁକିନା ଇଡି (Enforcement Directorate) ତରଫରୁ ସମ୍ପୂର୍ଣ୍ଣ ଦସ୍ତାବିଜ କୋର୍ଟରେ ଦାଖଲ କରାଯାଇପାରି ନ ଥିଲା । ଫଳରେ କୋର୍ଟ ଜ୍ୟାକଲିନଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ନଭେମ୍ବର ୧୦ ଯାଏଁ ବୃଦ୍ଧି କରାଯାଇଛି। ମନି ଲଣ୍ଡରିଂ ମାମଲାରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ଥିବା ନେଇ ଜ୍ୟାକଲିନ୍ ଙ୍କୁ ଇଡି ସମନ କରିଥିଲା। 


ଜ୍ୟାକଲିନଙ୍କ ବିରୋଧରେ ଅଗଷ୍ଟ ୧୭ରେ ଇଡି ତରଫରୁ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଯେଉଁଥିରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କ ସମ୍ପର୍କ ରହିଛି । ଏନେଇ ଜ୍ୟାକଲିନଙ୍କୁ ଦାମୀ ଉପହାର ଦେଉଥିଲା ଠକ ସୁକେଶ ।ସୁକେଶ କେବେଳ ଜ୍ୟାକଲିନଙ୍କୁ ନୁହେଁ, ତାଙ୍କ ମ୍ୟାନେଜର ପ୍ରଶାନ୍ତକୁ ମଧ୍ୟ ଅନେକ ଦାମୀ ଗିଫ୍ଟ ଦେଇଥିଲା । ଇଓଡବ୍ଲୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମ୍ୟାନେଜର ପ୍ରଶାନ୍ତଙ୍କଠାରୁ ଏକ ବାଇକ୍ ଜବତ କରିଥିଲେ। ଏହି ବାଇକ୍ ର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ।