Avatar 2 Box Office Collection: ହଲିଉଡ୍ ଫିଲ୍ମ 'ଅବତାର ୨' (Avatar 2) ବକ୍ସ ଅଫିସରେ ଜବରଦସ୍ତ କଲେସକସନ କରିବାରେ ଲାଗିଛି । ପ୍ରଥମ ଦିନରୁ ଭାରତରେ ବଡ ଓପିନିଂ କରିଥିଲା ଏହି ଫିଲ୍ମ । ଗୋଟିଏ ସପ୍ତାହକରେ ଫିଲ୍ମଟି ୨୦୦ କୋଟି ରୋଜଗାର କରିବାରେ ସକ୍ଷମ ହୋଇଛି । ତେବେ ଏହି ଫିଲ୍ମ କେବଳ ଘରୋଇ ବଜାରରେ ନୁହଁ ବରଂ ୱାଲର୍ଡ ୱାଇଡରେ ମଧ୍ୟ ତାର ଦବଦବା ଜାରି ରହିଛି । ଅବତାର ୨ ମଧ୍ୟ ଗୋଟିଏ ସପ୍ତାହରେ ୱାଲର୍ଡ ୱାଇଡରେ ୫ହଜାର କୋଟି ଏବଂ ଭାରତରେ ୨୩୫ କୋଟି ଟଙ୍କା ରୋଜଗାର କରିଛି ।  ଏହି ଫିଲ୍ମ ପାଇଁ ୨୫୦ ମିଲିୟନ ଡଲାର ଅର୍ଥାତ୍ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ସବୁଠାରୁ ମହଙ୍ଗା ଫିଲ୍ମ ।ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଜେମ୍ସ କେମରୁନ୍ । 


COMMERCIAL BREAK
SCROLL TO CONTINUE READING


ବକ୍ସ ଅଫିସରେ ରିଲିଜ୍ ହେବାର ଅଷ୍ଟମ ଦିନରେ 'ଅବତାର ୨' ୨୦୦ କୋଟି ପାର କରିଛି । ଏଥିରୁ ଏହା ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ ଯେ (Avatar: The Way of Water) 'ଅବତାର ଦି ଓ୍ବେ ଅଫ ଓ୍ବାଟର' ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ସାରିଛି । ସାକନିଲ୍କର ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ଜେମ୍ସ କେମେରୁନଙ୍କ 'ଅବତାର ୨' ଅଷ୍ଟମ ଦିନରେ ଭାରତୀୟ ବକ୍ସ ଅଫିସରେ ପ୍ରାୟ ୧୩.୨୫ ଟଙ୍କା ସଂଗ୍ରହ କରିଛି । ଏହା ସହିତ ଭାରତରେ 'ଅବତାର ୨' ର ମୋଟ ଆୟ ୨୦୬.୮୫ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଖୋଲାଖୋଲି ଭାବେ କହିବାକୁ ଗଲେ ଏହାର ରିଲିଜ୍ ହେବାର ମାତ୍ର ୮ ଦିନ ମଧ୍ୟରେ 'ଅବତାର ଦି ଓ୍ବେ ଅଫ ୱାଟର ' ଭାରତରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି।


ଏହାବି ପଢନ୍ତୁ : Happy Birthday Anil Kapoor: ଲାଇଫରେ ସଫଳତା ଦେଇଥିଲା ଏହି ଦୁଇଟି ଫିଲ୍ମ, ନିଜେ ଅନିଲ କଲେ ଖୁଲାସା


ଏହାବି ପଢନ୍ତୁ : Rekha and Amitabh: ଅମିତାଭଙ୍କ ସହ ପ୍ରେମ ସମ୍ପର୍କ ନେଇ ମୁହଁ ଖୋଲିଲେ ରେଖା, କହିଲେ ମୁଁ ତାଙ୍କୁ...



ଡିସେମ୍ବର ୧୬ ଏହି ଫିଲ୍ମ ରିଲିଜ୍ ହୋଇଛି । ବକ୍ସ ଅଫିସରେ ଏହାର ଚମକ୍କାର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଉଦଘାଟନୀ ଦିବସରେ ବକ୍ସ ଅଫିସରେ ଏହି ଫିଲ୍ମଟି  ୪୧ କୋଟି ସଂଗ୍ରହ କରିଥିଲା। ଏହା ପରେ, ଦ୍ୱିତୀୟ ଦିନରେ ପ୍ରାୟ ୪୨ କୋଟି, ତୃତୀୟ ଦିନରେ ୪୬ କୋଟି, ଚତୁର୍ଥ ଦିନରେ ୧୬.୬୫ କୋଟି, ପଞ୍ଚମ ଦିନରେ ୧୫.୭୫ କୋଟି, ଷଷ୍ଠ ଦିନରେ ୧୩.୮, ସପ୍ତମ ଦିନରେ ୧୩.୫୦ କୋଟି, ପ୍ରଥମ ସପ୍ତାହରେ ଏହା ପ୍ରାୟ ୧୯୦-୧୯୩ କୋଟି ମଧ୍ୟରେ ବ୍ୟବସାୟ କରିସାରିଛି ।  ତେବେ ଅବତାରର ପାର୍ଟ ୧ ,୨୦୦୯ ମସିହାରେ ରିଲିଜ ହୋଇଥିବା ବେଳେ , ପାଖାପାଖି ୧୩ ବର୍ଷ ପରେ ଅବତାର -୨ ରିଲିଜ ହୋଇଛି ।