Rekha and Amitabh: ଅମିତାଭଙ୍କ ସହ ପ୍ରେମ ସମ୍ପର୍କ ନେଇ ମୁହଁ ଖୋଲିଲେ ରେଖା, କହିଲେ ମୁଁ ତାଙ୍କୁ...
Advertisement
Article Detail0/zeeodisha/odisha1499074

Rekha and Amitabh: ଅମିତାଭଙ୍କ ସହ ପ୍ରେମ ସମ୍ପର୍କ ନେଇ ମୁହଁ ଖୋଲିଲେ ରେଖା, କହିଲେ ମୁଁ ତାଙ୍କୁ...

Rekha and Amitabh Bachchan Love Story: ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ରେଖାଙ୍କ ଲଭଷ୍ଟୋରୀ କାହାକୁ ବି ଅଛପା ନାହିଁ । ଯଦିଓ ଉଭୟଙ୍କ ବିବାହ ହୋଇ ନାହିଁ । କିନ୍ତୁ ଉଭୟଙ୍କ ମଧ୍ୟରେ ପୂର୍ବପରି ସମ୍ମାନ ଓ ଭଲ ପାଇବା ରହିଛି। କିନ୍ତୁ ଯେତେବେଳେ ରେଖା ଓ ଅମିତାଭଙ୍କ ପ୍ରଥମ ଦେଖା ହୋଇଥିଲା । ସେତେବେଳେ ଦୁହେଁ ପରପ୍ପରକୁ ମନ ଦେଇ ବସିଥିଲେ।

Rekha and Amitabh: ଅମିତାଭଙ୍କ ସହ ପ୍ରେମ ସମ୍ପର୍କ ନେଇ ମୁହଁ ଖୋଲିଲେ ରେଖା, କହିଲେ ମୁଁ ତାଙ୍କୁ...

Rekha and Amitabh Bachchan Love Story: ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ରେଖାଙ୍କ ଲଭଷ୍ଟୋରୀ କାହାକୁ ବି ଅଛପା ନାହିଁ । ଯଦିଓ ଉଭୟଙ୍କ ବିବାହ ହୋଇ ନାହିଁ । କିନ୍ତୁ ଉଭୟଙ୍କ ମଧ୍ୟରେ ପୂର୍ବପରି ସମ୍ମାନ ଓ ଭଲ ପାଇବା ରହିଛି। କିନ୍ତୁ ଯେତେବେଳେ ରେଖା ଓ ଅମିତାଭଙ୍କ ପ୍ରଥମ ଦେଖା ହୋଇଥିଲା । ସେତେବେଳେ ଦୁହେଁ ପରପ୍ପରକୁ ମନ ଦେଇ ବସିଥିଲେ। ଧିରେ ଧିରେ ଉଭୟ ପରସ୍ପରର ନିକଟତର ହୋଇଥିଲେ, ଭାବିଥିଲେ ଉଭୟ ଏକ ହୋଇ ଜୀବନ ବିତେଇବେ ,କିନ୍ତୁ ଅମିତାଭଙ୍କ ଭାଗ୍ୟରେ ବୋଧେ ରେଖା ନଥିଲେ । ଯେତେବେଳେ ଅମିତାଭ ନିଜ ଖୁସିରେ ଜୟାଙ୍କ ହାତ ଧରିଲେ ସେତେବେଳେ ଅମିତାଭ ଓ ରେଖା ପରପ୍ପର ଠାରୁ ଅଲଗା ହୋଇଥିଲେ। କେହି କେହି କୁହନ୍ତି ଯେ, ଅମିତାଭ ରେଖାଙ୍କ ସହ ବିବାହ କରିବାକୁ ଚାହୁଁ ନଥିଲେ ବୋଧେ ହୁଏ, ସେ ରେଖାଙ୍କ ଠାରୁ ଦୂରେଇ ଯାଇ ଜୟାଙ୍କ ସହ ସୁଖରେ ଘର ସଂସାର କରିଲେ। 

ଯେତେବେଳେ ରେଖାଙ୍କୁ ସିଧାସଳଖ ପ୍ରଶ୍ନ ପଚରାଗଲା : 
ତେବେ, ଉଭୟ ଏହି ସମ୍ପର୍କକୁ ନେଇ କେବେ ମିଡିଆ ଆଗରେ ଖୋଲାଖୋଲି ଭାବରେ ଆଲୋଚନା କରି ନାହାଁନ୍ତି । ନିକଟରେ ରେଖାଙ୍କୁ ଏକ ସେଲିବ୍ରେଟି ଚାର୍ଟ ଶୋ'ରେ ଅମିତାଭଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ନେଇ ପ୍ରଶ୍ନ ପଚରାଯାଇଥିଲା । ରେଖାଙ୍କୁ ଏହା ପ୍ରଶ୍ନ କରାଯାଇଥିଲା ଯେ, 'ଆପଣ କଣ ଅମିତାଭଙ୍କୁ ଭଲ ପାଆନ୍ତି ? ତେବେ, ଏହି ପ୍ରଶ୍ନ ଶୁଣି ରେଖା କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ। ଏବଂ ଉତ୍ତରରେ ଏହା କହିଥିଲେ, ଏହା ଏକ ମୂଲ୍ୟହୀନ ପ୍ରଶ୍ନ । ପୁରୁଷ, ମହିଳା ଏବଂ କୁନି ପିଲା, ମୁଁ ସମସ୍ତଙ୍କୁ ଭଲ ପାଏ , ହଁ, ମୁଁ ତାଙ୍କୁ ଭଲ ପାଏ, ଯେପିରି ପୁରା ଦୁନିଆ ତାଙ୍କୁ ଭଲ ପାଏ ସେଭଳି,ଜଣେ ପ୍ରଶଂସକ ପରି। ' ସେହି ସମାନ ସାକ୍ଷାତକାରରେ ରେଖା ଅମିତାଭଙ୍କ ସହ ଥିବା ସମ୍ପର୍କକୁ ସ୍ପଷ୍ଟ ଭାବେ ଅସ୍ୱୀକାର କରିଥିଲେ। ସେ କହିଥିଲେ ଯେ ସେମାନଙ୍କ ମଧ୍ୟରେ ଏପରି ସମ୍ପର୍କ କେବେ ହୋଇ ନଥିଲା, କିନ୍ତୁ ଗଣମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି ତାହା ଏକ ଗୁଜବ। ଏହି ସାକ୍ଷାତକାର ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 

ଏହାବି ପଢନ୍ତୁ : Sunny Leone On Death Threats: ସନିଙ୍କୁ ମୃତ୍ୟୁ ଧମକ, କ୍ୟାମେରା ଆଗରେ ବଡ ଖୁଲାସା କଲେ ଅଭିନେତ୍ରୀ

ପ୍ରଥମ ଥର ୧୯୬୬ ରେ ତେଲୁଗୁ ସିନେମା “ରଙ୍ଗୁଲା ରତ୍ନମ୍”ରୁ ଅଭିନୟ ଆରମ୍ଭ କରିଥିବା ରେଖା ଏହି ସିନେମାରେ ଶିଶୁ କଳାକାର ରୂପେ ନଜର ଆସିଥିଲେ । ରେଖା କେବେ ବି ସିନେମାରେ ଅଭିନୟ କରିବାକୁ ଚାହୁଁ ନଥିଲେ କିନ୍ତୁ ଘରର ଆର୍ଥିକ ସ୍ଥିତି ଖରାପ ହେବାରୁ ତାଙ୍କୁ ଏହି ପେସାକୁ ଆପଣାଇବାକୁ ପଡିଥିଲା । କିଛି ସାଉଥ୍ ସିନେମାରେ କାମ କରିବା ପରେ ସେ ମୁମ୍ବାଇ ଚାଲିଆସିଥିଲେ ଏବଂ ହିନ୍ଦୀ ସିନେମାରେ ଭାଗ୍ୟ ପରୀକ୍ଷା କରିଥିଲେ । ମୁମ୍ବାଇରେ ଖୁବ୍ ସଂଘର୍ଷ କରିବା ପରେ ସେ “ସାବନ୍ ଭାଦୋ” (୧୯୭୦) ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅଭିନୟ କଲେ ଏବଂ ରାତାରାତି ଷ୍ଟାର୍ ବନି ଯାଇଥିଲେ । ପ୍ରେମ ଏବଂ ବିବାହକୁ ନେଇ ମଧ୍ୟ ରେଖା ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି । ଅମିତାଭ୍ ବଚ୍ଚନଙ୍କ ସହ ପ୍ରେମସଂପର୍କକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିଲେ । ରେଖା ଅମିତାଭଙ୍କୁ ବିବାହ ନ କରି ମଧ୍ୟ ସଧବା ନାରୀ ଭଳି ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧି ଥାନ୍ତି ସମସ୍ତେ କୁହନ୍ତି ଯେ, ଏ ସିନ୍ଦୁର ସେ ଅମିତାଭଙ୍କ ପାଇଁ ଲଗାଉଛନ୍ତି ।