HBD Janhvi Kapoor: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର (Janhvi Kapoor)ଙ୍କ ଆଜି ଜନ୍ମଦିନ। ଏ ଅବସରରେ ସେ ତାଙ୍କ ଫ୍ୟାସଙ୍କୁ ଏକ ସରପ୍ରାଇଜ୍ ଦେଇଛନ୍ତି । ତାଙ୍କ ଆଗାମୀ ମୁଭି ‘ଏନଟିଆର ୩୦’ର (NTR 30) ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଏଥିରେ ଜାହ୍ନବୀ ଶାଢି ପିନ୍ଧି ଏକ ନଦୀ କୂଳରେ ପାହଡ ନିକଟରେ ବସିଥିବା ଦେଖାଯାଇଛି । ପୋଷ୍ଟରର ଲୁକକୁ ଦେଖିଲେ ଲାଗୁଛି କି ଫିଲ୍ମ ତା’ର ଟ୍ରିଟମେଣ୍ଟରେ ଖୁବ୍ ଡାର୍କ ରହିଛି । ଫିଲ୍ମରେ ଜାହ୍ନବୀ ଜୁନିୟର ଏନଟିଆରଙ୍କ (Jr NTR) ସହ କାମ କରିଛନ୍ତି । ଫାଷ୍ଟ ଲୁକ ଶେୟାର କରି ଅଭିନେତ୍ରୀ କ୍ୟାପଶନରେ ଲେଖିଛନ୍ତି, ଶେଷରେ ଏହାହିଁ ହେଉଛି । ମୋର ପସନ୍ଦିତା ଆଟ ଦ ରେଟ ଜୁନିୟର ଏନଟିଆର(Jr NTR) ଙ୍କ ସହ କାମ କରିବାକୁ ଅପେକ୍ଷା କରିପାରିନାହିଁ ।


COMMERCIAL BREAK
SCROLL TO CONTINUE READING

ଏହି ଫିଲ୍ମ ମାଧ୍ୟମରେ ଜାହ୍ନବୀ (Janhvi Kapoor) ତେଲଗୁରେ ଡେବ୍ୟୁ (Telugu debut) କରିବାକୁ ଯାଉଥିବା ବେଳେ ଫିଲ୍ମଟି ଆକ୍ସନରେ ଭରପୁର ଏଣ୍ଟରଟେନମେଣ୍ଟ । ଏହାକୁ କୋରାତାଲା ଶିବ ନିର୍ଦ୍ଦେଶନା ଦେଇଛନ୍ତି, ଯିଏ ଭାରତ ଅନେ ନେନୁ ଓ ଓକ୍କାଦୁନ୍ନାଡୁ ଭଳି ଫିଲ୍ମ ପାଇଁ ବେଶ ପରିଚିତ । ସଙ୍ଗିତ ଅନିରୁଦ୍ଧ ରବିଚନ୍ଦରଙ୍କ ଦ୍ୱାରା ରଚିତ ହେବ । ଏହା ୫ ଏପ୍ରିଲ ୨୦୨୪ରେ ରିଲିଜ୍ ହେବାର ଯୋଜନା ରହିଛି । ଏହା ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ ଓ ମଲାୟଲମରେ ଉପଲବ୍ଧ ହେବ । ଏହି ଫିଲ୍ମ ଜୁନିୟର ଏନଟିଆର(Jr NTR)ଙ୍କ ୩୦ ତମ ମୁଭି ହେବ । ଏବେ ଓସ୍କାର ପାଇଁ ଖୁବ ବ୍ୟସ୍ତ ଅଛନ୍ତି ଜୁନିୟର ଏନଟିଆର । ତାଙ୍କ ଅଭିନୀତ ମୁଭି ‘ଆରଆରଆର’ ଏବେ ଓସ୍କାର ଦୌଡରେ ସାମିଲ ହୋଇଛି । 


 



Also Read : Vastu Tips: ଘରେ ଆକ୍ୱାରିୟମ ରଖିଛନ୍ତି କି? ମାଡି ଆସି ପାରେ ବଡ଼ ବିପଦ!


Also Read : Holi 2023: ହୋଲିରେ ରାଶି ଅନୁସାରେ ଦାନ କରନ୍ତୁ ଏସବୁ ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ


ଏନେଇ ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଓସ୍କାର ୨୦୨୩ରେ ସାମିଲ ହେବା ପାଇଁ ଆମେରିକା ଯାଇଛନ୍ତି। ସୋମବାର ସକାଳେ ସେ ବିମାନବନ୍ଦରରେ ନଜର ଆସିଥିଲେ। ରାମ ଚରଣ ପୂର୍ବରୁ ଆମେରିକାରେ ଅଛନ୍ତି। ଶ୍ରେଷ୍ଠ ଗୀତ କାଟାଗୋରୀରେ ଆସିଥିବା ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଗୀତ ‘ନାଟୁ ନାଟୁ’ ଓସ୍କାର ପାଇଁ ମନୋନୀତ ହୋଇଛି। ତେବେ ଓସ୍କାର ପାଇଁ ମନୋନୀତ ହୋଇଥିବା ଗୀତ ‘ନାଟୁ ନାଟୁ’ରେ ଏନଟିଆର ଏବଂ ରାମ ଚରଣ ଲାଇଭ୍‌ ପରଫମାନ୍ସ କରିବେ । ମାର୍ଚ୍ଚ ୧୨ ରେ ଲସ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୫ତମ ଏକାଡେମୀ ପୁରସ୍କାର (ଓସ୍କାର ୨୦୨୩) ଅନୁଷ୍ଠିତ ହେବ।


Also Read : Shocking News: ପ୍ରେମିକ ସହ ଚମ୍ପଟ ମାରିଲା ସ୍ତ୍ରୀ, ପ୍ରତିଶୋଧ ନେବା ପାଇଁ ସ୍ବାମୀ କଲା ଏମିତି କାମ