Shocking News: ପ୍ରେମିକ ସହ ଚମ୍ପଟ ମାରିଲା ସ୍ତ୍ରୀ, ପ୍ରତିଶୋଧ ନେବା ପାଇଁ ସ୍ବାମୀ କଲା ଏମିତି କାମ
Advertisement

Shocking News: ପ୍ରେମିକ ସହ ଚମ୍ପଟ ମାରିଲା ସ୍ତ୍ରୀ, ପ୍ରତିଶୋଧ ନେବା ପାଇଁ ସ୍ବାମୀ କଲା ଏମିତି କାମ

Shocking News: ବିବାହ ପରେ ପ୍ରେମ (love) ହୁଏ କି ? ପ୍ରେମ ଜଣଙ୍କୁ ଅମାନବୀୟ କରି ଦିଏ କି ? ଏ ପ୍ରକାରର ପ୍ରଶ୍ନ ସମାଜରେ ବାରମ୍ବାର ଉଠେ । ଏହି ଘଟଣାକୁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରରେ ଦେଖନ୍ତି । ବିବାହ ପରେ ପ୍ରେମ ହୁଏ, ହେବାରେ ଅସୁବିଧା ବି ନାହିଁ, କିନ୍ତୁ ପ୍ରେମିକ ପାଇଁ ମଣିଷ ଯଦି ନୃଶଂସ ହୋଇଯାଏ। ପ୍ରେମିକକୁ ପାଇବା ପାଇଁ ନିଜ ସ୍ବାମୀକୁ ଛାଡି ଚାଲିଯାଏ ସ୍ତ୍ରୀ(Wife runs away with lover)।

ସୌଜନ୍ୟ- ସୋସିଆଲ ମିଡ଼ିଆ

Shocking News: ବିବାହ ପରେ ପ୍ରେମ (love) ହୁଏ କି ? ପ୍ରେମ ଜଣଙ୍କୁ ଅମାନବୀୟ କରି ଦିଏ କି ? ଏ ପ୍ରକାରର ପ୍ରଶ୍ନ ସମାଜରେ ବାରମ୍ବାର ଉଠେ । ଏହି ଘଟଣାକୁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରରେ ଦେଖନ୍ତି । ବିବାହ ପରେ ପ୍ରେମ ହୁଏ, ହେବାରେ ଅସୁବିଧା ବି ନାହିଁ, କିନ୍ତୁ ପ୍ରେମିକ ପାଇଁ ମଣିଷ ଯଦି ନୃଶଂସ ହୋଇଯାଏ। ପ୍ରେମିକକୁ ପାଇବା ପାଇଁ ନିଜ ସ୍ବାମୀକୁ ଛାଡି ଚାଲିଯାଏ ସ୍ତ୍ରୀ(Wife runs away with lover)। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରରେ । ବିହାରରେ ରୁହନ୍ତି  ନୀରଜ କୁମାର ସିଂଙ୍କ ପରିବାର।  ଦୁଇ ପୁଅ ଓ ଗୋଟିଏ ଝିଅ ଏବଂ ସ୍ତ୍ରୀ ରୁବି ଦେବୀଙ୍କୁ ନେଇ ତେଲ ଲୁଣର ସଂସାର । କିନ୍ତୁ ନିରଜଙ୍କ ସାଙ୍ଗ ମୁକେଶ କୁମାର ସିଂ ରୁବିଙ୍କୁ  ମନଦେଇ ଭଲ ପାଉଥିଲେ । ଉଭୟ -ଉଭୟଙ୍କୁ ଚାହୁଁଥିଲେ। ଏପରିକି ଦୁହିଁଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ମଧ୍ୟ ଦିର୍ଘ ବର୍ଷ ଧରି ଥିଲା । 

ପରିସ୍ଥିତି ଏଭଳି ହୋଇଥିଲା ଯେ, ନୀରଜ ଘରେ ନଥିବା ବେଳେ ମୁକେଶଙ୍କ ସହ ନିଜ ପିଲାଙ୍କୁ ନେଇ ଘର ଛାଡି ଚାଲିଯାଇଥିଲେ ପତ୍ନୀ ରୁବି । ଏନେଇ ଥାନାରେ ଦ୍ବାରସ୍ତ ହୋଇଥିଲେ ନୀରଜ । ଘଟଣାର ତଦନ୍ତ ଆରମ୍ଭ କରି ପୋଲିସ  ମୁକେଶ ଓ ରୁବିଙ୍କୁ ଖୋଜି ବାହାର କରିଥିଲା। ମାମଲା ଥାନାରୁ ଗାଁ ପଞ୍ଚାୟତରେ ପହଞ୍ଚିଥିଲା। ପଞ୍ଚାୟତରେ ମଧ୍ୟ ଏହି ଘଟଣାର ସମାଧାନ ହୋଇ ପାରିଲା ନାହିଁ। ଶେଷରେ ନୀରଜ ମୁକେଶଙ୍କ ପ୍ରଥମ ପତ୍ନୀଙ୍କୁ ଯୋଗାଯୋଗ କରିଥିଲେ। ଚଳିତ ବର୍ଷ ଫେବୃଆରୀ ୧୧ରେ ପ୍ରତିଶୋଧ ନେବାକୁ ଯାଇ ନୀରଜ ମୁକେଶଙ୍କ ପ୍ରଥମ ପତ୍ନୀଙ୍କୁ ବିବାହ କରିଥିଲେ। ଏପରିକି ଫେବୃଆରୀ ୧୮ରେ ମଧ୍ୟ ମୁକେଶଙ୍କ ପ୍ରଥମ ପତ୍ନୀ ସହ ତାଙ୍କର କୋର୍ଟ ମ୍ୟାରେଜ୍ ମଧ୍ୟ ସରିଛି । ତେବେ,ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।  ପତ୍ନୀ ରୁବିଦେବୀଙ୍କ ଠାରୁ ଏଭଳି ଭାବରେ ପ୍ରତିଶୋଧ ନେଇଛନ୍ତି ନୀରଜ । 

Also Read : Crime News: ସଂସାର ଉଜାଡ଼ିଦେଲା ସନ୍ଦେହ, ପତ୍ନୀକୁ ଖଣ୍ଡ ଖଣ୍ଡ କରି ପାଣିଟାଙ୍କିରେ ଫିଙ୍ଗିଦେଲା ସ୍ୱାମୀ

Also Read : Shocking News: ଲଜ୍ଜା! ଛଅ ମାସର ଛୁଆକୁ ଛାଡ଼ି ଶଶୁର ସାଙ୍ଗେ ଛୁ ମାରିଲା ବୋହୂ

ନିକଟରେ ରାଜସ୍ଥାନ(Rajasthan)ବୁନ୍ଦି ଜିଲ୍ଲା ସିଲୋର ଗାଁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ସ୍ବାମୀ ଓ ନିଜ ଛଅ ମାସର ଛୁଆକୁ  ଛାଡି ଶ୍ବଶୁର ସହ ବୋହୂ ଫେରାର ହୋଇଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ପବନ ବୈରାଗୀ ନାମକ ଜଣେ ଯୁବକ ଥାନାରେ ଅଭିଯୋଗ କରିଛନ୍ତି କି, ତାଙ୍କ ବାପା ତାଙ୍କ ସ୍ତ୍ରୀଙ୍କୁ ନେଇ ପଳାଇଛନ୍ତି । ସ୍ତ୍ରୀଙ୍କୁ ନିର୍ଦ୍ଦୋଷ କହିବା ସହ ତାଙ୍କ ବାପା ବିଭିନ୍ନ ପ୍ରଲୋଭନ ଦେଖାଇ ଏପରି କରିଥିବା ସେ ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ବାପା ବାଇକ ସାହାଯ୍ୟରେ ତାଙ୍କ ସ୍ତ୍ରୀଙ୍କୁ ନେଇ ଫେରାର ହୋଇଥିବା ସେ କହିଛନ୍ତି । ଯୁବକ ଜଣକ ଆଉ ମଧ୍ଯ କହିଛନ୍ତି ଯେ, ତାଙ୍କ ବାପା ଅନେକ ବେଆଇନ କାମରେ ନିୟୋଜିତ ଥିଲେ । ଏଥିଲାଗି ସେ ସବୁବେଳେ ଗାଁଠାରୁ ଦୂରରେ ରହୁଥିଲେ । ପବନ ଓ ତାଙ୍କ ସ୍ତ୍ରୀଙ୍କର ଏକ ଛଅ ମାସର ଛୁଆ ମଧ୍ୟ ରହିଛି । ସ୍ତ୍ରୀଙ୍କ ସହ ତାଙ୍କ ବାପା ଘରୁ ଦୁଇ ଚକିଆ ଗାଡ଼ି ନେଇ ଫେରାର ହୋଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହି ମାମଲାକୁ ଗୁରୁତର ସହ ନେଇ ଏହାର ତଦନ୍ତ କରୁଥିବା ପୋଲିସ କହିଛି । ପବନଙ୍କ ସ୍ତ୍ରୀ ନିଖୋଜ ଥିବାବେଳେ ତାଙ୍କ ବାପା ତାଙ୍କୁ ନେଇ ଫେରାର ହୋଇଯାଇଥିବା ପବନ ପୋଲିସ ନିକଟରେ କହିଥିଲେ । ଚୋରି ୨ଟି ଗାଡ଼ି ସହ ଫେରାର ଶଶୁର ଓ ବୋହୂକୁ ଖୋଜାଖୋଜି କରୁଛି ପୋଲିସ । ତେବେ ଉଭୟ ଏବେ କେଉଁଠାରେ ଅଛନ୍ତି ସେ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Also Read : Cracker Blast: ଦୋଳ ପୂର୍ଣ୍ଣିମା ପୂର୍ବରୁ ଅଘଟଣ, ବାଣ ରଖୁଥିବା ବେଳେ ବିସ୍ଫୋରଣରେ ୪ ମୃତ

Also Read : Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ