Janhvi Kapoor Bold Look: ଜାହ୍ନବୀଙ୍କ ବୋଲ୍ଡ ଲୁକ୍, ଫ୍ୟାନ୍ସ ହେଲେ ଘାଇଲା
Janhvi Kapoor Bold Look: ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ `ମିଲି` । ଖୁବ ଶିଘ୍ର ପରଦାକୁ ଆସୁଛି । ଫିଲ୍ମର ପ୍ରମୋସନ ପାଇଁ ଆଜିକାଲି ସେ ଚର୍ଚ୍ଚାରେ ରହୁଛନ୍ତି । ଜାହ୍ନବୀ କପୁରଙ୍କ ଫିଲ୍ମ OTTରେ ମୁକ୍ତିଲାଭ କରିବ ।
Janhvi Kapoor Bold Look: ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ 'ମିଲି' । ଖୁବ ଶିଘ୍ର ପରଦାକୁ ଆସୁଛି । ଫିଲ୍ମର ପ୍ରମୋସନ ପାଇଁ ଆଜିକାଲି ସେ ଚର୍ଚ୍ଚାରେ ରହୁଛନ୍ତି । ଜାହ୍ନବୀ କପୁରଙ୍କ ଫିଲ୍ମ OTTରେ ମୁକ୍ତିଲାଭ କରିବ । ନିକଟରେ ତାଙ୍କର ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା। ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ତାଙ୍କ ଅଭିନୟ ବ୍ୟତୀତ ଜାହ୍ନବୀ କପୁର ମଧ୍ୟ ତାଙ୍କ ଚେହେରା ପାଇଁ ଏବେ ଅଧିକ ହାଇଲାଇଟରେ ରହିଛନ୍ତି। ଏବେ ସୋସିଆଲ ମିଡିଆରେ ଜାହ୍ନବୀଙ୍କ କିଛି ବୋଲ୍ଡ ଫଟୋ ବେଶ ଭାଇରାଲ ହେଉଛି । ଯାହାକୁ ଫ୍ୟାନ୍ସ କାଫି ପସନ୍ଦ କରୁଛନ୍ତି ।
ଜାହ୍ନବୀ କପୁରଙ୍କ ଫଟୋ :
ଜାହ୍ନବୀ କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ତାଙ୍କର କିଛି ଲାଟେଷ୍ଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ତାଙ୍କର ତାଙ୍କର ଲୁକ୍ ବିଷୟରେ କହିବା, ତେବେ ଜାହ୍ନବୀ କପୁର ଏକ ନୀଳ ରଙ୍ଗର ପୋଷାକରେ ବହୁତ ବୋଲ୍ଡ ଦେଖାଯାଉଛନ୍ତି । ଜାହ୍ନବୀ ଏକ ହାଇଥାଇ ସ୍ଲିଟ୍ ଡ୍ରେସରେ ତାଙ୍କ ଫଟୋକୁ ଅତି ଚମତ୍କାର ପ୍ରଦର୍ଶନ କରୁଛି । ତାଙ୍କ ଲୁକ୍ ବିଷୟରେ କହିବାକୁ ଗଲେ ଅଭିନେତ୍ରୀ ନୀଳ ରଙ୍ଗର ପୋଷାକ ସହିତ ବ୍ରାଉନ୍ ସ୍ମୋକି ଆଇ ମେକଅପ୍ ନେଇଛନ୍ତି । ଜାହ୍ନବୀ କପୁର ଖୋଲା କେଶରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ଏହାବି ପଢନ୍ତୁ : Yashoda: 'ୟଶୋଦା'କୁ ମିଳିଲା U / A ସାର୍ଟିପିକେଟ୍
ଏହାବି ପଢନ୍ତୁ : Akshay Kumar: ମରାଠି ଫିଲ୍ମରେ ଡେବ୍ୟୁ କରିବେ ଖିଲାଡି କୁମାର, ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍
ଏହି ଚଳଚ୍ଚିତ୍ରରେ ବରୁଣ ଧାୱନଙ୍କ ସହ ନଜର ଆସିବେ :
ଯଦି ଜାହ୍ନବୀଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବା, ତେବେ ବର୍ତ୍ତମାନ ଜାହ୍ନବୀଙ୍କ ପାଖରେ ଏକାଧିକ ପ୍ରୋଜେକ୍ଟ ରହିଛି। ଜାହ୍ନବୀଙ୍କ ଆଗାମୀ ଫିଲ୍ମ 'ମିଲି' ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟିକୁ ନେଇ ଅଭିନେତ୍ରୀ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମଟି ନଭେମ୍ବର ୪ରେ ରିଲିଜ୍ ହେବ । ଫିଲ୍ମ 'ମିଲି' ୨୦୧୯ ମାଲାୟଲମ୍ ଫିଲ୍ମ ହେଲେନର ରିମେକ୍ । ଫଲ୍ମର ନିର୍ଦ୍ଦେଶକ ମାଥୁକୁଟି ଜାଭିୟର (Mathukutty Xavier) ରହିଥିବା ବେଳେ ପ୍ରଯୋଜନା ଦାୟିତ୍ବରେ ରହିଛନ୍ତି ବୋନି କପୁର ଅର୍ଥାତ ଜାହ୍ନବୀଙ୍କ ପିତା । ୨୦୨୧ରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା। ଏନେଇ ଫିଲ୍ମର କିଛି ଅପଡେଟ ମଧ୍ୟ ନିଜ ଫ୍ୟାନ୍ସକୁ ନିକଟରେ ଇନଷ୍ଟାରେ ଦେଇଥିଲେ ଜାହ୍ନବୀ । ଫିଲ୍ମରେ ଜାହ୍ନବୀ (Janhvi Kapoor) ଙ୍କ ବ୍ୟତିତ ସନ୍ନି କୌଶଲ (Sunny Kaushal) ଓ ମନୋଜ ପାଓ୍ବା (Manoj Pahwa) ଙ୍କୁ ମଧ୍ୟ ଲିଡ୍ ରୋଲରେ ଦେଖିବାକୁ ମିଳିବ ।
ଏହାସହ ଫିଲ୍ମ ‘ବାୱାଲ’(Bawaal)ରେ ମଧ୍ୟ ଜାହ୍ନବୀଙ୍କୁ ଦେଖିବାକୁ ମିଳିବ । ଏଥିରେ ସେ ବରୁଣ ଧାଓ୍ବନଙ୍କ ସହ ସ୍କ୍ରିନ ସେୟାର କରିବେ । ଏହା ବ୍ୟତିତ ଜାହ୍ନବୀଙ୍କୁ ଅଭିନେତା ରାଜକୁମାର ରାଓଙ୍କ ସହ ‘ମିଷ୍ଟର ଆଣ୍ତ ମିସେସ୍ ମାହି’(Mr and Mrs. Mahi)ରେ ମଧ୍ୟ ଦେଖିବାକୁ ମିଳିବ।