Javed Akhtar News : ଜଣାଶୁଣା ଲେଖକ ଓ କବି ଜାଭେଦ ଅଖତର (Javed Akhtar) । ନିକଟରେ ସେ ଆମେରିକାର ପୂର୍ବତନ ପ୍ରଥମ ଲେଡି ମିସେଲ ଓବାମାଙ୍କୁ ଏକ ବିଶେଷ ଅପିଲ୍‌ କରିଛନ୍ତି ଜାଭେଦ ଅଖତର  । ଏନେଇ ସେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି । ମିସେଲ ବର୍ତ୍ତମାନ ତାଙ୍କ ପୁସ୍ତକ ‘ଦି ଲାଇଟ୍ ୱେ କ୍ୟାରି’(The Light We Carry)ର ପ୍ରଚାର କରୁଛନ୍ତି। ନଭେମ୍ବର ୧୫ରେ ପୁସ୍ତକ ରିଲିଜ୍ ହେବ। ଏହା ପୂର୍ବରୁ ମିସେଲ ୱାଶିଂଟନ୍ ଡିସି, ଫିଲାଡେଲଫିଆ, ଆଟଲାଣ୍ଟା, ଚିକାଗୋ, ସାନ ଫ୍ରାନ୍ସିସ୍କୋ ଏବଂ ଲସ୍ ଆଞ୍ଜେଲସ୍ ପରିଦର୍ଶନ କରିବେ। ତାଙ୍କ ବହିର ପ୍ରମୋସନ ସମ୍ପର୍କରେ ମିସେଲ ଏକ ଟୁଇଟ୍ କରିଥିଲେ। ଯେଉଁଥିରେ ଜାଭେଦ ଅଖତର ତାଙ୍କୁ ନିବେଦନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ହ୍ଵାଇଟ ହାଉସକୁ ଫେରିବା ପାଇଁ ଜାଭେଦ ଅଖତର ମିସେଲଙ୍କୁ ନିବେଦନ କରିଛନ୍ତି। ଜାଭେଦ ଅଖତରଙ୍କ ଏହି ଟ୍ୱିଟ ଦେଖିବା ପରେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। ବାସ୍ତବରେ, ମିସେଲ ଅକ୍ଟୋବର ୫ରେ ଟ୍ୱିଟ୍ କରିଥିଲେ ଯେଉଁଥିରେ ସେ ତାଙ୍କ ଯାତ୍ରା ବିଷୟରେ ସୂଚନା ଦେଇଥିଲେ । କହିଥିଲେ କି ସେ ତାଙ୍କ ଗସ୍ତ ସମୟରେ ତାଙ୍କର ବ୍ୟକ୍ତିଗତ କାହାଣୀ ବାଣ୍ଟିବେ। ତାଙ୍କୁ ସ୍ୱାଗତ କରିବା ପାଇଁ ଏଲେନ୍ ଡିଜେରେସ୍, ଗେଲ୍ କିଙ୍ଗ, ଏଲିଜାବେଥ୍ ଆଲେକ୍ସଜାଣ୍ଡାର୍ ଏବଂ କନନ୍ ଓବ୍ରାଇନ୍ ସହିତ ଅନ୍ୟମାନେ ହୋଷ୍ଟ କରିବେ। ଜାଭେଦ୍ ଅଖତର ମିସେଲଙ୍କ ଟ୍ୱିଟରେ ଲେଖିଛନ୍ତି, ‘ଡିଅର ମିସେଲ ଓବାମା, ମୁଁ ଜଣେ ଯୁବକ ପାଗଳ ପ୍ରଶଂସକ ନୁହେଁ କିନ୍ତୁ ମୁଁ ଭାରତର ଜଣେ ୭୭ ବର୍ଷ ବୟସ୍କ ଲେଖକ । ମୁଁ ଆଶା କରୁଛି କିଛି ଭାରତୀୟ ମୋତେ ଜାଣିବେ । ମ୍ୟାଡାମ୍ ଦୟାକରି ମୋର କଥାକୁ ଗମ୍ଭୀରତାର ସହ ନିଅନ୍ତୁ, କେବଳ ଆମେରିକା ନୁହେଁ ବିଶ୍ୱ ଆପଣଙ୍କୁ ହ୍ଵାଇଟ ହାଉସରେ ଦେଖିବାକୁ ଚାହୁଁଛି। ଆପଣ ଏହି ଦାୟିତ୍ଵରୁ ଦୂରେଇ ରହିବା ଉଚିତ୍ ନୁହେଁ । ମିସେଲ ୨୦୧୭ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ହ୍ଵାଇଟ ହାଉସ ଛାଡିଥିଲେ। ଯିଏକି ତାଙ୍କ ସ୍ୱାମୀ ଅଟନ୍ତି। ଓବାମା ହ୍ବାଇଟ ହାଉସରେ ଦୁଇଟି କାର୍ଯ୍ୟକାଳ ପୂରା କରିଥିଲେ। ଆମେରିକାର ପ୍ରଥମ ଅସ୍ଵେତ ରାଷ୍ଟ୍ରପତି ଭାବରେ ଓବାମା ଇତିହାସ ସୃଷ୍ଟି କରିଥିବାବେଳେ ମିସେଲ ପ୍ରଥମ ଆଫ୍ରିକୀୟ-ଆମେରିକୀୟ ମହିଳା ହୋଇଥିଲେ।


ଏହାବି ପଢନ୍ତୁ :  Tara Vs Bilal : ପରଦାକୁ ଆସୁଛି ଫିଲ୍ମ Tara Vs Bilal, ଜାଣନ୍ତୁ ରିଲିଜ୍ ଡେଟ୍


 



ଜାଭେଦ ଅଖତର  ଜଣେ ଭାରତୀୟ ଲେଖକ । ସେ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ସ୍ବର ଉଠାଇ ଚର୍ଚ୍ଚାରେ ରୁହନ୍ତି । ସେ ୧୯୭୩ ମସିହାରେ  Zanjeer ପାଇଁ ସ୍କ୍ରିପ୍ଟିଂ ଆରମ୍ଭ କରିଥିଲେ। ଦିଓ୍ବାର ଓ ସୋଲେ ଭଳି ଫିଲ୍ମ ପାଇଁ ସେ ସ୍କ୍ରିପ୍ଟିଂ ମଧ୍ୟ ଲେଖିଥିଲେ। ଏହା ସହ ହିନ୍ଦି ସିନେମାରେ ମଧ୍ୟ ସେ କାମ କରିଛନ୍ତି  । ସେ ପାଞ୍ଚଥର ନ୍ୟାସନାଲ ଫିଲ୍ମ ଆଓ୍ବାର୍ଡ ପାଇଛନ୍ତି । ସେ ୧୯୯୯ରେ ପଦ୍ମଶ୍ରୀ ରେ ସମ୍ମାନୀତ ହୋଇଥିବା ବେଳେ ୨୦୦୭ରେ ପଦ୍ମଭୂଷଣ ପାଇଥିଲେ। କେବଳ ଚଳଚ୍ଚିତ୍ର ଦୁନିଆରେ ନୁହେଁ ରାଜନୀତି କ୍ଷେତ୍ରରେ ମଧ୍ୟ ସେ ବେଶ ସକ୍ରିୟ ।