Jawan Box Office Collection Day 3:  କିଙ୍ଗ୍ ଖାନଙ୍କ (Shah Rukh Khan) ଅଭିନୀତ ଫିଲ୍ମ 'ଜଓ୍ବାନ' ବକ୍ସ ଅଫିସରେ ଧମାଲ ମଚାଉଛି । ଦର୍ଶକଙ୍କ ବିଶ୍ବାସ ଜିତିବାରେ ସଫଳ ହୋଇଛି ଏହି ଫିଲ୍ମ। ଦେଶର ପ୍ରତ୍ୟକ ସିନେମା ହଲରେ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳୁଛି। ତେବେ ସିନେମାରେ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି କିଙ୍ଗ୍ ଖାନ୍ ।  ପ୍ରଥମ ଦିନରେ ଫିଲ୍ମଟି ରେକର୍ଡ ଭାଙ୍ଗିଛି । 'ଜଓ୍ବାନ' (Jawan) ପ୍ରଥମ ଦିନରେ ବିଶ୍ବରେ (jawan worldwide collection day 1) ୧୨୯. ୬ କୋଟି (Rs 129.6 crore) ରୋଜଗାର କରିଥିବା ଜଣାପଡିଛି । ସେହିପରି ଭାରତରେ ଏହି ଫିଲ୍ମ ପ୍ରଥମ ଦିନରେ ପାଖାପାଖି ୭୫ କୋଟି ସଂଗ୍ରହ କରିଥିବା ବେଳେ ଫିଲ୍ମଟି ଦ୍ବିତୀୟ ଦିନରେ, Sacnilk Report ଅନୁସାରେ ୫୩ କୋଟି ରୋଜଗାର୍ କରିଛି । ତେବେ, ଏହା ସହିତ ତୃତୀୟ ଦିନର କଲେକସନ୍ ମଧ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । Sacnilk Report ଅନୁସାରେ ଫିଲ୍ମଟି ତୃତୀୟ ଦିନରେ ୭୪.୫୦ (74.50 ) କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି । ଏହା ସହିତ ଫିଲ୍ମଟି ବର୍ତ୍ତମାନ ସୁଧା ୨୦୨.୭୩ କୋଟି ସଂଗ୍ରହ କରିବାରେ ସଫଳ ହୋଇଛି । 


COMMERCIAL BREAK
SCROLL TO CONTINUE READING

 



'ଜଓ୍ବାନ' ୨୦୦ କୋଟି କ୍ଲବରେ ସାମିଲ ହୋଇଛି :
ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, କିଙ୍ଗ୍ ଖାନଙ୍କ ଅଭିନୀତ ଫିଲ୍ମ 'ଜଓ୍ବାନ' ବକ୍ସ ଅଫିସରେ ଆଗେଇ ଚାଲିଛି । ଏବଂ ଦର୍ଶକମାନେ ମଧ୍ୟ ଫିଲ୍ମଟିକୁ ଅଧିକ ଭଲ ପାଇବା ଦେଉଛନ୍ତି । ଏବଂ ଫିଲ୍ମଟି ତୃତୀୟ ଦିନରେ ୨୦୦କୋଟି ରୁ ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି । ତେବେ, ଆଜି ଛୁଟିଦିନ ଥିବାରୁ, ଫିଲ୍ମଟି ଭଲ ରୋଜଗାର କରିବ ବୋଲି ଆଶା ରଖିଛନ୍ତି ନିର୍ମାତା ।  ସାଉଥର ସିନେମାର ଜଣାଶୁଣା  ନିର୍ଦ୍ଦେଶକ ଆଟଲିଙ୍କ (Atlee) ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଏହି ଫିଲ୍ମରେ ଶାହରୁଖ ଖାନ(Shah Rukh Khan)ସହ ସାଉଥ ଅଭିନେତ୍ରୀ ନୟନତାରା (Nayanthara )ଙ୍କ ସହ ବିଜୟ ସେଥୁପଥୀ (vijay sethupathi)  ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏଥିରେ ଦୀପିକା ପାଦୁକୋନ (Deepika Padukone) ଓ ସଞ୍ଜୟ ଦତ୍ତଙ୍କୁ ଏଥିରେ ଏକ ସ୍ୱତନ୍ତ୍ର କେମୋ ଭୂମିକାରେ ଦେଖିବାକୁ ମିଳିଛି। ଶାହରୁଖ ଖାନଙ୍କ ଏହି ଫିଲ୍ମ ହିନ୍ଦୀ ନେଟ୍ ଅଫ୍ ଅଲ୍ ଟାଇମ୍‌ରେ ସର୍ବାଧିକ କୋଟିର ଓପେନିଂ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି।


ଗଦ୍ଦର ୨ ର ରେକର୍ଡ ଭାଙ୍ଗିବ କି 'ଜଓ୍ବାନ'
ତେବେ, ସମସ୍ତ ଜାଣିଥିବେ ନିଶ୍ଚୟେ, ନିକଟରେ ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ଗଦ୍ଦର ୨  ରିଲିଜ୍ ହୋଇଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା। ଏବଂ ଫିଲ୍ମଟି ରିଲିଜ୍ ହେବା ଦିନଠୁ ବକ୍ସ ଅଫିସରେ ଧମାସ ମଚାଇଥିଲା। ଏବଂ ଫିଲ୍ମଟି ମୋଟ୍ ୫୧୨.୩୫  ( ₹512.35 crore.) କୋଟି ରୋଜକାର କରିବାରେ ସକ୍ଷମ ହୋଇଥିଲା।