Jhoome Jo Pathaan Hit: ବଲିଉଡ୍ ସୁପରଷ୍ଟାର  ଶାହରୁକ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ 'ପଠାନ'  । ପଠାନ ଫିଲ୍ମର ପ୍ରଥମ ଗୀତ 'ବେସରମ ରଙ୍ଗ' କୁ ନେଇ ବିବାଦ ଥମି ନ ଥିବା ବେଳେ ଦ୍ବୀତିୟ ଗୀତଟି ରିଲିଜ୍ ହୋଇଛି । ଦ୍ବିତୀୟ ଗୀତଟି  'ଝୁମେଝୋ ପଠାନ୍ ' ଆଜି ରିଲିଜ ହୋଇଛି । ଏହି ଗୀତଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଏଭଳି ପରିସ୍ଥିତିରେ, ଏହି ଗୀତ ରିଲିଜ୍ ହେବାର ମାତ୍ର କିଛି ସେକେଣ୍ଡରେ ଫ୍ୟାନ୍ସଙ୍କ ଭଲ ରେସପନ୍ସ ପାଇଛି ।


COMMERCIAL BREAK
SCROLL TO CONTINUE READING

ରିଲିଜ୍ ପୂର୍ବରୁ ମଧ୍ୟ ଏହି ଗୀତ ଟ୍ୱିଟରରେ କ୍ରମାଗତ ଭାବରେ ଟ୍ରେଣ୍ଡ କରୁଥିଲା। ଏହା ବ୍ୟତୀତ ହଜାର ହଜାର ଲୋକ ୟୁଟ୍ୟୁବରେ ଏହାକୁ ଅପେକ୍ଷା କରିଥିଲେ ଏବଂ ଏହି ଗୀତଟି ଲକ୍ଷ ଲକ୍ଷରୁ ଅଧିକ ଲାଇକ୍ ପାଇଛି। ଶାହାରୁଖ ଖାନଙ୍କ ଘୋଷଣା ପରଠାରୁ ଏହି ଗୀତର କ୍ରମାଗତ ଗୁଜବ ସୃଷ୍ଟି ହୋଇଛି। ଏହି ଗୀତକୁ ବିଶାଲ ଶେଖର ରଚନା କରିଛନ୍ତି(composed by Vishal Shekhar) ଏବଂ ଅରିଜିତ ସିଂ ଏବଂ ସୁକିର୍ତ୍ତୀ କକ୍କର (Arijit Singh and Sukriti Kakar)ଗାଇଛନ୍ତି। ଏହି ଗୀତର ଲିରିକ୍ସ କୁମାର ଦେଇଛନ୍ତି । ଗୀତରେ ଦୀପିକା ପାଦୁକୋନ ଏବଂ ଶାହାରୁଖ ଖାନଙ୍କ ଦମଦାର ଡ୍ୟାନ୍ସ ଫ୍ୟାନଙ୍କ ନିଦ ହଜେଇ ଦେଇଛି । 


 



'ପଠାନ' ଫିଲ୍ମର ପ୍ରଥମ ଗୀତ ବେସରମ ରଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଛି । ପଠାନ ଫିଲ୍ମର 'ବେସରମ ରଙ୍ଗ' ଶୀର୍ଷକ ଗୀତରେ ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଡ୍ରେସକୋଡକୁ ନେଇ ବିଭିନ୍ନ ମହଲରେ ବିବାଦ ତେଜୁଛି । ଏହି ଗୀତରେ ଦୀପିକା ପିନ୍ଧିଥିବା କଷ୍ଟ୍ୟୁମ୍ ଅଶ୍ଲିଳତାର ସବୁ ସୀମା ପାର କରିଛି । ଏହାସହ ଗୀତରେ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ଗୀତରୁ ହଟାଇବା ପାଇଁ ଦାବି ହୋଇଛି । ମଧ୍ୟପ୍ରଦେଶ ମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ମଧ୍ୟ ଗୀତକୁ ନାପସନ୍ଦ କରିଛନ୍ତି । ଏପରିକି ଯଦି ଫିଲ୍ମକୁ ପୁନଃସମ୍ପାଦିତ ନ କରାଯାଏ ତେବେ ରାଜ୍ୟରେ ଫିଲ୍ମକୁ ନିଷିଦ୍ଧ କରାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି- ଗୀତରେ ବ୍ୟବହୃତ ହୋଇଥିବା ପୋଷାକ ଅତ୍ୟନ୍ତ କୁତ୍ସିତ ଏବଂ ତୁରନ୍ତ ଏହାକୁ ହଟାଇବା ଦରକାର । ସେପଟେ ସ୍ବାମୀ ଚକ୍ରପାଣି ମହାରାଜ ମଧ୍ୟ ଗୀତର ତୀବ୍ର ବିରୋଧ କରିଛନ୍ତି। ସେନସର ବୋର୍ଡ ବିରୋଧରେ ସେ ଗର୍ଜିଛନ୍ତି।


ବେସରମ ଗୀତକୁ ଶିଳ୍ପା ରାଓ, କାରାଲିସା ମୋଣ୍ଟେରିଓ, ବିଶାଳ ଓ ଶେଖର ଗାଇଥିବାବେଳେ ଏକ ଆକର୍ଷଣୀୟ ସ୍ଥାନରେ ଗୀତର ସୁଟିଂ କରାଯାଇଥିଲା । ଗୀତରେ ଦୀପିକା ବିକିନି ପିନ୍ଧିଥିବା ଦେଖାଯାଇଛି। ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଗୀତଟି ଡିସେମ୍ବର ୧୨ ରେ ମୁକ୍ତିଲାଭ କରିଥିଲା, ସେହି ଦିନଠାରୁ ଦୀପିକାଙ୍କ କଷ୍ଟ୍ୟୁମକୁ ବିରୋଧ କରାଯିବା ସହ ଗୀତରେ ବୋଲ୍ଡ ଦୃଶ୍ୟକୁ ଘୋର ବିରୋଧ କରାଯାଉଛି । ସିଦ୍ଧାର୍ଥ ଆନନ୍ଦ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବାବେଳେ ଶାହାରୁଖ ଖାଁ, ଦୀପିକା ପଦୁକୋନ ଓ ଜନ ଆବ୍ରାହାମ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୨୦୨୩ ଜାନୁଆରୀ ୨୫ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି।