Kangana Ranaut: ଏଲୋନ୍ ମସ୍କ ଟ୍ବିଟର ନୂଆ ମାଲିକ ହୋଇଛନ୍ତି । ନୂଆ ମାଲିକ ହେବା ପରେ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ପ୍ରତିଦିନ କିଛି ପରିବର୍ତ୍ତନ ଆଣୁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଘଟୁଥିବା ଏହି ପରିବର୍ତ୍ତନ ଗୁଡିକ ଉପରେ ଲୋକଙ୍କ ଭିନ୍ନ ପ୍ରତିକ୍ରିୟା ଆସୁଛି । ଏପରିକି ବ୍ଲୁ ଟିକ ସେବା ପାଇଁ ୮ ଡଲାର ଦେବାକୁ ପଡିବ ୟୁଜର୍ସଙ୍କୁ। ଏହି ନିୟମ ମଧ୍ୟ ଲାଗୁ ହୋଇଛି ।  ତେବେ,ଏଲୋନ୍ ମସ୍କଙ୍କ ଦ୍ବାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ କଙ୍ଗନା ସମର୍ଥନ ଜଣାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୋସିଆଲ ମିଡିଆରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଗତ କିଛିଦିନ ତାଙ୍କ ଟ୍ବିଟର ଆକାଉଣ୍ଟକୁ ସସ୍‌ପେଣ୍ଡ୍‌ କରିଦିଆଯାଇଥିଲା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ବିବାଦୀୟ ବୟାନ ଦେଇଥିଲେ କଙ୍ଗନା ରଣାଓ୍ବତ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେବାକୁ ନେଇ କଙ୍ଗନାଙ୍କ ବିରୁଦ୍ଧରେ ଆକ୍ସନ୍‌ ନେଇଥିଲା ଟ୍ବିଟର ।ଲଗାତାର ଭାବେ ମମତା ବାନାର୍ଜୀ ଏବଂ ଟିଏମସି ବରୁଦ୍ଧରେ ଟ୍ବିଟ୍‌ କରୁଥିଲେ କଙ୍ଗନା ରଣାଓ୍ବତ । ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁହେଉ ବୋଲି ଦାବି କରିଥିଲେ ସେ । ତାଙ୍କର ଟ୍ବିଟର ଆକାଉଣ୍ଟ ବ୍ୟାନ ହେବାପରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।


ଏହାବି ପଢନ୍ତୁ : Happy Birthday Anushka Shetty: କେତେ ସମ୍ପତ୍ତିର ମାଲିକାଣୀ 'ମହାରାଣୀ ଦେବସେନା' ?


କଙ୍ଗନା ରାଣାଓ୍ବତ୍ ମସ୍କକୁ ସମର୍ଥନ କରୁଛନ୍ତି :


ଗତ କିଛି ଦିନ ତଳେ, କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବାତ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରକୁ ସସପେଣ୍ତ କରାଯାଇଥିଲା।  କିନ୍ତୁ ସେ ନିକଟରେ ଟ୍ୱିଟରକୁ ସମର୍ଥନ କରିଛନ୍ତି। ରବିବାର ଦିନ କଙ୍ଗନା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଟ୍ୱିଟରର ପ୍ରଶଂସା କରି ଏକ ଲମ୍ବା ନୋଟ୍ ଲେଖିଛନ୍ତି। ଟ୍ୱିଟରକୁ ପ୍ରଶଂସା କରିବାବେଳେ କଙ୍ଗନା ଲେଖିଛନ୍ତି ଯେ ଟ୍ୱିଟର ହେଉଛି ସର୍ବୋତ୍ତମ ସୋସିଆଲ ମିଡିଆ ପ୍ଲାଟଫର୍ମ। ଫ୍ୟାଶନ୍ କିମ୍ବା ଲାଇଫଷ୍ଟାଇଲ ଅପେକ୍ଷା ଏହା ବୌଦ୍ଧିକ ଏବଂ ଆଦର୍ଶଗତ ଭାବରେ ଚାଳିତ ବୋଲି ସେ କହିଛନ୍ତି। 


ଆଧାର କାର୍ଡରୁ ନୀଳ ଟିକ୍ :


ଏହି ପୋଷ୍ଟରେ ଅଭିନେତ୍ରୀ ଆହୁରି କହିଛନ୍ତି ଯେ, 'ଯାହାର ଆଧାର କାର୍ଡ ଅଛି, ସେମାନେ ସହଜରେ ଯାଞ୍ଚ କରିପାରିବେ । ଅଭିନେତ୍ରୀଙ୍କ ପୋଷ୍ଟ ଦେଖି ୟୁଜର୍ସମାନେ ଅନୁମାନ କରୁଛନ୍ତି ଯେ, କଙ୍ଗନା ଟ୍ୱିଟରର ଏହି ପଦକ୍ଷେପକୁ ସମର୍ଥନ କରୁଛନ୍ତି। ନୀଳ ଟିକ୍ ବାବଦକୁ ଅର୍ଥ ଦେବା ସପକ୍ଷରେ ମଧ୍ୟ ଅଛନ୍ତି କଙ୍ଗନା । ସେ କହିଛନ୍ତି ଯେ ଟ୍ୱିଟର ଆକାଉଣ୍ଟକୁ ବଜାୟ ରଖିବା ପାଇଁ ଟଙ୍କା ନେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ। ବର୍ତ୍ତମାନ ଦୁନିଆରେ କୌଣସି ସେବା ମାଗଣାରେ ମିଳୁ ନାହିଁ । ଯଦି ଏହି ସମସ୍ତ ପ୍ଲାଟଫର୍ମ ଆପଣଙ୍କୁ ମାଗଣାରେ ସୁବିଧା ଦେବ, ତେବେ ଟଙ୍କା କିପରି ଆସିବ'। ତେବେ ,କଙ୍ଗନାଙ୍କ ଏହି ସମର୍ଥନ ବିରୋଧରେ ମଧ୍ୟ କିଛି ମତାମତ ପ୍ରକାଶ ପାଇଛି। କାହିଁକିନ କଙ୍ଗନା ପଶ୍ଚିମବଙ୍ଗ ନିର୍ବାଚନ ପରେ ଟ୍ବିଟର ଯୋଗେ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ପରେ ତାଙ୍କ ଟ୍ବିଟର ଆକାଉଣ୍ଟକୁ ସସପେଣ୍ତ କରାଯାଇଥିଲା। କଙ୍ଗନା ଯଦି ଏଭଳି ଭାବରେ ମସ୍କଙ୍କୁ ବର୍ତ୍ତମାନ ସମର୍ଥନ ଜଣାଉଛନ୍ତି । ତେବେ ଏହାରି ପଛରେ ଏକ ବଡ କାରଣ ରହିଛି। ଏଭଳି ଭାବେ ମସ୍କଙ୍କୁ ସମର୍ଥନ କରିବା ଦ୍ବାରା କଙ୍ଗନାଙ୍କ ବନ୍ଦ ହୋଇଥିବା ଆକାଉଣ୍ଟ ପୁନଃର୍ବାର ଚାଲୁ ହେବ ବୋଲି ଚର୍ଚ୍ଚା ହେଉଛି।