ବେଙ୍ଗାଲୁରୁ: ପୁଣି ଥରେ କନ୍ନଡ ମନୋରଞ୍ଜନ ଦୁନିଆରୁ ଏକ ଚାଞ୍ଜଲ୍ୟକର ଖବର ସାମନାକୁ ଆସିଛି। ନିକଟରେ ପ୍ଲାଷ୍ଟିକ ସର୍ଜରୀ ପରେ ଅଭିନେତ୍ରୀ ଚେତନା ରାଜଙ୍କ ଦେହାନ୍ତ ହୋଇଥିଲା। ଏବେ ଆଉ ଜଣେ କନ୍ନଡ ଅଭିନେତ୍ରୀ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରର ଶୀକାର ହୋଇଛନ୍ତି। ରୁଟ କେନାଲ ସର୍ଜରୀ ପରେ ଅଭିନେତ୍ରୀ ସ୍ୱାତୀ ସତିଶଙ୍କ ମୁହଁ ଫୁଲି ଯାଇଛି। ସୋସିଆଲ ମିଡିଆରେ ଅଭିନେତ୍ରୀ ଜଣକ ନିଜେ ଭିଡିଓ ସେୟାର କରି ତାଙ୍କ ଦୁଃଖ ବଖାଣୀଛନ୍ତି।


COMMERCIAL BREAK
SCROLL TO CONTINUE READING

ଅଭିନେତ୍ରୀ ସ୍ୱାତୀ ସତିଶ (Swathi Satish)କହିଛନ୍ତି ଯେ, ଦାନ୍ତ ସମସ୍ୟ ଯୋଗୁଁ ସେ କିଛି ଦିନ ତଳେ ବେଙ୍ଗାଲୁରୁର ଏକ ଘରୋଇ କ୍ଲିନିକରେ ରୁଟ୍‌ କାନାଲ୍‌ ସର୍ଜରୀ (root canal surgery) କରିଥିଲେ। ଆଉ ତାଙ୍କ ଦାନ୍ତ ଭଲ ହେବା ବଦଳରେ ତାଙ୍କ ଡାହାଣପଟ ମୁହଁର ତଳ ଭାଗ ଫୁଲିଯାଇଥିଲା। କିଛି ଘଣ୍ଟା ମଧ୍ୟରେ ଏହା ଭଲ ହୋଇଯିବ ବୋଲି ଡାକ୍ତର କହିଥିଲେ। କିନ୍ତୁ ୨୦ ଦିନ ପରେ ମଧ୍ୟ ତାହା ଭଲ ହେଲା ନାହିଁ। ଅଭିନେତ୍ରୀଙ୍କ ମୁହଁ ଅସ୍ୱଭାବିକ ଭାବେ ଫୁଲି ଯାଇଛି। ଫଳରେ ସେ ନିଜକୁ ନିଜେ ମଧ୍ୟ ଚିହ୍ନି ପାରୁନାହାନ୍ତି!


Also Read: International yoga day 2022 : ମହୀଶୂର ପ୍ୟାଲେସରେ ପ୍ରଧାନମନ୍ତ୍ରୀଙ୍କ ଯୋଗାଭ୍ୟାସ


ସ୍ୱାତୀଙ୍କ କହିବା ଅନୁସାରେ, ଡାକ୍ତର ତାଙ୍କୁ ତିନି ଦିନ ମଧ୍ୟରେ ଫୁଲା କମିବ ବୋଲି ଆଶ୍ୱସନା ଦେଇଥିଲେ। କିନ୍ତୁ ତିନି ସପ୍ତାହ ପରେ ମଧ୍ୟ ତାଙ୍କୁ ଅସହ୍ୟ ପୀଡା ହେବା ସହ ମୁହଁ ଫୁଲିଗଲା। ଅଭିନେତ୍ରୀ ଉଭୟ ଡାକ୍ତର ଓ କ୍ଲିନିକ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ସେମାନେ ତାଙ୍କୁ ଦନ୍ତ ଚିକିତ୍ସାର ପ୍ରକ୍ରିୟା ବିଷୟରେ ଭୁଲ ତଥ୍ୟ ଦେଇଥିଲେ। ଏପରି କି Anesthesia ବଦଳରେ Salicylic acidର ବ୍ୟବହାର କରାଯାଇଥିବା ସ୍ୱାତୀ ଅଭିଯୋଗ କରିଛନ୍ତି।


ସୂଚନାଯୋଗ୍ୟ, ଗତ ମାସରେ ବେଙ୍ଗାଲୁରର ଏକ ଘରୋଇ ହସ୍ପିଟାଲରେ ଅଭିନେତ୍ରୀ ଚେତନା ରାଜଙ୍କ ଦେହାନ୍ତ ହୋଇଥିଲା। ଅଣ୍ଟାର ଚର୍ବି ବାହାର କରିବାକୁ ସେ ପ୍ଲାଷ୍ଟିକ ସର୍ଜରୀ କରାଉଥିବା ବେଳେ ତାଙ୍କର ପ୍ରାଣବାୟୂ ଉଡି ଯାଇଥିଲା। ପରିବାର ଲୋକ ଡାକ୍ତରଙ୍କ ତୃଟିପୂର୍ଣ୍ଣ ସର୍ଜରୀ ପାଇଁ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ। ଅନ୍ୟପଟେ, ସର୍ଜରୀ ବେଳେ ଚେତନାଙ୍କ ଫୁସଫୁସରେ ପାଣି ଜମିବାରୁ ଦେହାନ୍ତ ହୋଇଥିବା ଡାକ୍ତର କହିଥିଲେ।