Kantara Box Office Collection : ବଲିଉଡ଼କୁ ପଛରେ ପକାଇଲା  କନ୍ନଡ ମୁଭି । ଋଷଭ ସେଟ୍ଟୀ ଓ ସପ୍ତମୀ ଗୌଡ଼ାଙ୍କ ଫିଲ୍ମ ‘କାନ୍ତାରା’ (Kantara Film) ବକ୍ସ ଅଫିସରେ ଧମାଲ ମଚାଉଛି । ‘କେଜିଏଫ ୨’ର ଆୟକୁ ପଛରେ ପକାଇବ ଏହି ଫିଲ୍ମ ବୋଲି ଚର୍ଚ୍ଚା ଆରମ୍ଭ ହୋଉଛି । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଋଷଭ ସେଟ୍ଟୀ ,କିଶୋର,  ଅଚ୍ୟୁତ କୁମାର ଓ ପ୍ରମୋଦ ଶେଟ୍ଟୀ । ଫିଲ୍ମଟି ୩୦ ତାରିଖରେ ରିଲିଜ୍ ହୋଇଥିଲା। ଋଷଭ ସେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ବିଶ୍ବବ୍ୟାପି ୧୦୦କୋଟିରୁ ଅଧିକ କଲେକ୍ସନ କରିଥିବା ଜଣାପଡ଼ିଛି । ଅଗଷ୍ଟ ୧୪ରେ ପ୍ରକ୍ଷାଳୟରେକୁ ଆସିଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ (Doctor G) ଡକ୍ଟର ଜି । ତେବେ, ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ "ଏ" ଗ୍ରେଡର ସେନସେର ବୋର୍ଡ ଅଫ୍ ଫିଲ୍ମ ସାର୍ଟିପିକେଟ(Censor Board of Film Certification)ପାଇଛି । 


COMMERCIAL BREAK
SCROLL TO CONTINUE READING

ଫିଲ୍ମରେ ଲିଡ ରୋଲରେ ନଜର ଆସିଛନ୍ତି ଆୟୁଷ୍ମାନ । ଆୟୁଷ୍ମାନ ଉଦୟଙ୍କ ଭୂମିକାରେ ନଜର ଆସିଛନ୍ତି। ଏହାସହ ହାର୍ଡି ସନ୍ଧୁ ଏବଂ ପରିଣୀତି ଚୋପ୍ରାଙ୍କ ଫିଲ୍ମ ‘କୋଡ଼ ନେମ ତ୍ରିରଙ୍ଗା’ବି ରିଲିଜ ହୋଇଛି । ଏପରି ସ୍ଥିତିରେ ପୁଣି ଥରେ ବକ୍ସ ଅଫିସ କଲେକ୍ସନରେ ବାଜି ମାରିଛି ସାଉଥ୍ ସିନେମା ।   କନ୍ନଡ  ଫିଲ୍ମ ‘କାନ୍ତାରା’ (Kantara Film) ବିଶ୍ବବ୍ୟାପି ୧୦୦କୋଟିରୁ ଅଧିକ ରୋଜଗାର କରିଥିବା ଜଣାପଡ଼ିଛି । ତେବେ ଏହି ଫିଲ୍ମ ‘କେଜିଏଫ ୨’ର ପାଖାପାଖି ଚାଲିଛି । ଫିଲ୍ମକୁ ହିନ୍ଦୀ ଭର୍ସନରେ ରିଲିଜ କରାଯିବା ପରେ ଭଲ ରେସପନ୍ସ ମିଳିଛି। ପ୍ରଥମ ଦିନ ୧.୨୫ କୋଟିରୁ ୧.୫୦କୋଟିର ଆୟ କରିଛି। କାନ୍ତାରା ଏବେ କର୍ଣ୍ଣାଟକର ସବୁଠାରୁ ବଡ଼ ବ୍ଲକବଷ୍ଟର ଫିଲ୍ମ ଭାବେ ରେକର୍ଡ କରିଛି। ଯେଉଁଥିରେ ସେଠାରେ ୬୦କୋଟି ଟଙ୍କା ଆୟ କରିଛି । ଏହାସହ ଅନ୍ୟ ଏକ ରେକର୍ଡ ବି ଏହି ଫିଲ୍ମ ନାଁରେ ଦେଖିବାକୁ ମିଳିଛି ଯାହାକି କେଜିଏଫ ୨କୁ ପଛରେ ପକାଇ ଆଇଏମଡିବିରେ ୯.୪/୧୦ସହ ସବୁଠାରୁ ଅଧିକ ରେଟିଂ ମିଳିଥିବା ଭାରତୀୟ ସିନେମା ହୋଇପାରିଛି ।


ଏହାବି ପଢନ୍ତୁ : Zaheer Iqbal Statement: ଏହି ଅଭିନେତ୍ରୀଙ୍କ ଉପରେ ବଡ ଖୁଲାସା କଲେ ଜାହିର ଇକବାଲ


ସେହିପରି ଆୟୁଷ୍ମାନ ଖୁରାନା ଓ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ଫିଲ୍ମ ଡକ୍ଟର ଜି (Doctor G Movie ) ବକ୍ସ ଅଫିସରେ ଏତେ ଖାସ୍ କଲେକସନ କରିପାରି ନାହିଁ । ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ ଦିନରେ ପାଖାପାଖି ୩.୮୭ କୋଟି ଟଙ୍କା କଲେକସନ କରିଛି । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କୁ ଜଣେ ଗାଇନୋକୋଲିଜିଷ୍ଟ (gynaecologist )ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମକୁ ଅଧିକ ମାତ୍ରାରେ ଭଲପାଇବା ଦେବକୁ ରକୁଲ ଟୁଇଟ ଯୋଗ ନିଜ୍ ଫ୍ୟାନ୍ସକୁ କହିଛନ୍ତି। ସେହିପରି  ‘କୋଡ ନେମ ତ୍ରିରଙ୍ଗା’ର ପ୍ରଥମ ଦିନର କଲେକ୍ସନ ସମସ୍ତଙ୍କୁ ନିରାଶ କରିଛି । ଶୁକ୍ରବାର ଫିଲ୍ମ କେବଳ ୨୫ଲକ୍ଷ ଟଙ୍କା କଲେକ୍ସନ କରିଛି । ଏହି ଫିଲ୍ମରେ ପ୍ରଥମ ଥର ପରିଣୀତି ଏକ ଭାରତୀୟ ଗୁପ୍ତଚର ଭୂମିକାରେ ଅଛନ୍ତି । ତେବେ ଓ୍ବିକେଣ୍ଡରେ କ’ଣ ରହିବ କଲେକ୍ସନ ତାହା ଖୁବଶୀଘ୍ର ଜଣାପଡ଼ିବ ।