Rishabh Shetty: ବଲିଉଡକୁ ନାକ ଟେକୁଛନ୍ତି `କାନ୍ତାରା` ଷ୍ଟାର, ମିଳିଥିଲା ଅଫର
Rishabh Shetty: ଋଷଭ ଶେଟ୍ଟୀ ଓ ସପ୍ତମୀ ଗୌଡାଙ୍କ ଅଭିନୀତ ଫିଲ୍ମ `କାନ୍ତାରା` । ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । ଫିଲ୍ମଟି କନ୍ନଡ ଓ ହିନ୍ଦି ଭାଷାରେ ରିଲିଜ୍ ହୋଇଛି । ବଲିଉଡର ସମସ୍ତ ଫିଲ୍ମକୁ ପଛରେ ପକାଇ ଦେଇଛି ଏହି ଫିଲ୍ମର କଲେକସନ୍। ଏହି ଫିଲ୍ମଟି କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଉଚ୍ଚ କୋଟିର ପ୍ରଦର୍ଶନ କରୁଛି ।
Rishabh Shetty: ଋଷଭ ଶେଟ୍ଟୀ ଓ ସପ୍ତମୀ ଗୌଡାଙ୍କ ଅଭିନୀତ ଫିଲ୍ମ 'କାନ୍ତାରା' । ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । ଫିଲ୍ମଟି କନ୍ନଡ ଓ ହିନ୍ଦି ଭାଷାରେ ରିଲିଜ୍ ହୋଇଛି । ବଲିଉଡର ସମସ୍ତ ଫିଲ୍ମକୁ ପଛରେ ପକାଇ ଦେଇଛି ଏହି ଫିଲ୍ମର କଲେକସନ୍। ଏହି ଫିଲ୍ମଟି କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଉଚ୍ଚ କୋଟିର ପ୍ରଦର୍ଶନ କରୁଛି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । 'କାନ୍ତାରା' ଅଭିନେତା ତଥା ନିର୍ଦ୍ଦେଶକ ଋଷଭ ଶେଟ୍ଟୀ ବଲିଉଡରେ ଡେବ୍ୟୁ କରିବା ନେଇ ଚର୍ଚ୍ଚା ହେଉଛି । ନିକଟରେ ଏଏନଆଇକୁ ଦେଇଥିବା ପ୍ରତିକ୍ରିୟାରେ ଋଷଭ ଶେଟ୍ଟୀ କହିଛନ୍ତି ଯେ, 'ସେ ବଲିଉଡ ନିର୍ମାତାଙ୍କ ଠାରୁ ଏକ ବଡ ଅଫର ପାଇଛନ୍ତି । କିନ୍ତୁ ମୁଁ କେବଳ କନ୍ନଡ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହୁଁଛି । ସେ ଆହୁରୀ ମଧ୍ୟ କହିଛନ୍ତି, ମୁଁ ଅମିତାଭ ବଚ୍ଚନଙ୍କୁ ଭଲ ପାଏ। ମୁଁ ତାଙ୍କୁ ବହୁତ ପସନ୍ଦ କରେ , ଏପରିକି ସାହିଦ କପୁର ଓ ସଲମାନ ଭାଇଙ୍କୁ ମଧ୍ୟ ଖୁବ ପସନ୍ଦ କରେ '।
ପୂର୍ବରୁ ଏହି ଫିଲ୍ମଟିକୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି ବଲିଉଡ ଓ ସାଉଥ ଅଭିନେତା ଓ ଅଭିନେତ୍ରୀ । ନିକଟରେ ,ସାଉଥ ସୁପରଷ୍ଟାର ରଜନୀକାନ୍ତ ଋଷଭଙ୍କୁ କାନ୍ତାରା ଫିଲ୍ମର ସଫଳତା ନେଇ ଭେଟିଥିଲେ। ଏବଂ ତାଙ୍କ ଅଭିନୟ ଓ ଫିଲ୍ମ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୁରି ଭୁରି ପ୍ରଶଂସା କରିଥିଲେ । ଏବଂ ତାଙ୍କ ପାଇଁ ଏକ ଟୁଇଟ ମଧ୍ୟ କରିଥିଲେ। ସେହି ପରି ବଲିଉଡ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ମଧ୍ୟ ଫିଲ୍ମର କାହାଣୀକୁ ତାରିଫ କରିବା ସହିତ ଅଭିନେତ ଋଷଭଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।
ଏହାବି ପଢନ୍ତୁ : KGF Chapter 3: ୟଶ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର,'କେଜିଏଫ ୩' କୁ ନେଇ ବଡ ଖୁଲାସା କଲେ ରକି ଭାଇ
ବନବାସୀ ହିନ୍ଦୁ ସଂସ୍କୃତି ଉପରେ ନିର୍ମାଣ କରାଯାଇଥିବା କନ୍ନଡ ଫିଲ୍ମ କାନ୍ତାରା ଏବେ ସାରା ଦେଶରେ ଖୁବ ଭଲ ପ୍ରଦର୍ଶନ କରିଛି । ଏହି ଫିଲ୍ମର ଲେଖା ଓ ନିର୍ଦ୍ଦେଶନା ଦେଉଥିବା ଋଷଭ ଶେଟ୍ଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ ମଧ୍ୟ କରିଛନ୍ତି । ଏହି ଫିଲ୍ମ ସମ୍ପର୍କରେ ସେ କହିଛନ୍ତି ଯେ, କାନ୍ତାରାରେ ଅଭିନୟ କରିବା ତାଙ୍କ ପାଇଁ ସବୁଠାରୁ କଠିନ ଥିଲା । ଦୈବ କୋଲା ଦୃଶ୍ୟର ଶୁଟିଂର ପାଖାପାଖି ଏକ ମାସ ପୂର୍ବରୁ ସେ ଶାକାହାରୀ ହୋଇଯାଇଥିଲେ। 'କାନ୍ତାରା' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମଟି ସେପ୍ଟେମ୍ବର ୩୦ରେ କନ୍ନଡ ଭାଷାରେ ମୁକ୍ତିଲାଭ କରିଥିଲା। ପ୍ରଥମ ଦିନରେ ହିଁ ଫିଲ୍ମକୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା। ଏହା ପରେ ହିନ୍ଦୀ ସମେତ ଅନ୍ୟାନ୍ୟ ଭାଷାରେ ଫିଲ୍ମ ମୁକ୍ତିଲାଭ କରିଥିଲା ଆଉ ଛାଇଯାଇଥିଲା। ଏହି ଫିଲ୍ମର ରୋଜଗାର ସାରା ବିଶ୍ୱରେ ୩୦୦ କୋଟି ଅତିକ୍ରମ କରି ରୋଜଗାର କ୍ଷେତ୍ରରେ ଏହା ଦ୍ୱିତୀୟ କନ୍ନଡ ଫିଲ୍ମ ହୋଇପାରିଛି। ପ୍ରଥମ ନମ୍ବରରେ 'କେଜିଏଫ ୨' ରହିଛି।