Karan Johar quits Twitter, ନୂଆଦିଲ୍ଲୀ: ଶେଷରେ ସବୁଦିନ ପାଇଁ ନୀଳ ଚଢେଇକୁ ଉଡାଇ ଦେଲେ ବଲିଉଡ ନିର୍ଦ୍ଦେଶକ କରଣ ଜୋହର। ଟ୍ରୋଲରୁ ଦୂରେଇ ରହିବାକୁ ସୋମବାର ସେ ନିଜ ଟ୍ୱିଟର ଆକାଉଣ୍ଟକୁ ଡିଲିଟ୍ କରିଦେଇଛନ୍ତି। Koffee With Karan 7ରେ ସେ ସେଲିବ୍ରିଟିଙ୍କ ସେକ୍ସ ଲାଇଫ୍ ଉପରେ ଆଲୋଚନା କରିଥିଲେ। ଯହାପରେ ସୋସିଆଲ ମିଡିଆରେ କରଣଙ୍କୁ ଖୁବ ଟ୍ରୋଲ କରାଯାଇଥିଲା। ବିଶେଷ କରି ଆଲିଆ ଭଟ୍ଟଙ୍କୁ ନେଇ ସେ ଅଧିକ ସମୟରେ ଚର୍ଚ୍ଚାରେ ଥିଲେ। କିନ୍ତୁ ଏବେ ସେହି ଟ୍ରୋଲରୁ ବର୍ତ୍ତିବା ପାଇଁ ନିଜ ଟ୍ୱିଟର ଆକାଉଣ୍ଟକୁ ସବୁଦିନ ପାଇଁ ଡିଲିଟ କରିଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସୋମବାର ବଲିଉଡ ନିର୍ଦ୍ଦେଶକ ଓ ପ୍ରଯୋଜକ କରଣ ଜୋହର ତାଙ୍କ ଟ୍ୱିଟର ଆକାଉଣ୍ଟକୁ ଡିଲିଟ୍ କରିଦେଇଛନ୍ତି। ଆକାଉଣ୍ଟ ଡିଲିଟ କରିବା ପୂର୍ବରୁ ସେ ତାଙ୍କର ଶେଷ ଟ୍ୱିଟ କରିଥିଲେ। କରଣ ଲେଖିଥିଲେ, "Making space for more positive energies only and this is step one towards that. Goodbye Twitter!"  ଏଥିରୁ ସ୍ପଷ୍ଟ ହେଉଛି ଯେ, ସେ ତାଙ୍କ ସୋସିଆଲ ମିଡିଆ ଲାଇଫକୁ ନେଇ ଖୁସି ନଥିଲେ। ଏଥିରୁ ବିରତ ନେବାକୁ ଚାହୁଁଥିଲେ। ଶେଷ ଟ୍ୱିଟ୍ କରିବାର କିଛି କ୍ଷଣ ପରେ କରଣ ତାଙ୍କ ଆକାଉଣ୍ଟକୁ ଡିଆକ୍ଟିଭ୍ କରିଥିଲେ। ତେବେ ଏହି ପଦକ୍ଷେପ ପାଇଁ କରଣଙ୍କୁ ଲୋକେ ଖୁବ ପ୍ରଶଂସା କରୁଛନ୍ତି। ଜୀବନରେ ଶାନ୍ତିରେ ବଞ୍ଚିବାକୁ ହେଲେ ସୋସିଆଲ ମିଡିଆ ଛାଡିବାକୁ ହେବ ବୋଲି ସୋସିଆଲ ମିଡିଆ ୟୁଜର୍ସ କହୁଛନ୍ତି। ତବେ ନିର୍ଦ୍ଦେଶକ ଏବେ ମଧ୍ୟ ତାଙ୍କ ଇନଷ୍ଟାରେ ସକ୍ରୀୟ ଅଛନ୍ତି।


Also Read: OCS Result 2020: ସେଲିବ୍ରିଟିରୁ ସିଭିଲ୍ ସର୍ଭେଣ୍ଟ, 'ଲଭ୍ ଫିଭର' ଫେମ୍ କରିବେ ଲୋକଙ୍କ ସେବା


 


କରଣ ଜୋହର ଟ୍ୱିଟର ଛାଡିବାକୁ ଘୋଷଣା କରିବାର କିଛି ଘଣ୍ଟା ପରେ ଫିଲ୍ମ କାଶ୍ମୀର ଫାଇଲସ୍ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ପ୍ରତିକ୍ରିୟା ଆସିଥିଲେ। ସେ କହିଛନ୍ତି ଯେ,  ଯଦି କେହି ସକରାତ୍ମକ ଶକ୍ତି ଖୋଜନ୍ତି, ତେବେ ସେମାନଙ୍କୁ କେବଳ ଟ୍ୱିଟର ନୁହେଁ ସୋସିଆଲ ମିଡିଆ ଛାଡିବାକୁ ପଡିବ। ବିବେକ ତାଙ୍କ ପ୍ରଥମେ ଟ୍ୱିଟରେ ଲେଖିଛନ୍ତି, "Quitters never win. 
Winners never quit." ଅର୍ଥାତ୍ ଯୁଦ୍ଧକ୍ଷେତ୍ର ଛାଡୁଥିବା ଲୋକ କେବେ ଯିତିନପାରେ ଓ ଜିତିବା ଲୋକ କେବେ ଯୁଦ୍ଧକ୍ଷେତ୍ର ଛାଡେ ନାହିଁ। ପ୍ରଥମ ଟ୍ୱଟର କିଛି ସମୟ ପରେ ସେ ପୁଣି ଲେଖିଲେ, "I believe a genuine person seeking positive energies would leave Social Media completely. Leaving only Twitter because it doesn’t allow hypocrisy or fakeness but staying on Instagram  because it gets brands and allows fakeness itself is a negative and screwed up approach to life."


ଫିଲ୍ମ ମେକରଙ୍କ କହିବା ହେଲା, ସରକାତ୍ମକ ଶକ୍ତି ଚାହୁଁ ଥିବା ଜଣେ ପ୍ରକୃତ ବ୍ୟକ୍ତି ସୋସିଆଲ୍ ମିଡିଆ ଛାଡିଦେବା ଉଚିତ ବୋଲି ସେ ବିଶ୍ୱାସ କରନ୍ତି। କିନ୍ତୁ ଟ୍ୱିଟର ଛାଡି ଇନଷ୍ଟାଗ୍ରାମରେ ରହିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଇନଷ୍ଟା ଏକ ବ୍ରାଣ୍ଡ ଏବଂ ଏଠାରେ ମିଥ୍ୟାକୁ ଅନୁମତି ମିଳିଥାଏ ବୋଲି ସେ କହିଛନ୍ତି। ଡିଲିଟ୍ ପୂର୍ବରୁ କରଣଙ୍କ ଟ୍ୱିଟରରେ ପ୍ରାୟ ଦୁଇ ନିୟୁତ ଫଲୋର୍ସ ଥିଲେ। ସେ ଏବେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ସକ୍ରିୟ ରହିଛନ୍ତି। କରଣ ଜୋହର, ଟ୍ରୋଲ ହେବା କୌଣସି ନୁଆ କଥା ନୁହଁ। ୨୦୨୦ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଲୋକେ କରଣଙ୍କୁ ଖୁବ ଟ୍ରୋଲ କରିଥିଲେ। କରଣ ବଲିଉଡରେ ପରିବାରବାଦକୁ ପ୍ରୋମୋଟ୍ କରିଥିବା ଅଭିଯୋଗ ହେଉଛି। 


Also Read: Ollywood Casting Couch: ଶିକାର ଜାଲରେ ଫସିଲା ଶିକାରୀ! ବିଜେଡି ସହ ବାହାରିଲା ମଜଭୁତ ଲିଙ୍କ୍


ନିକଟରେ କରଣଙ୍କ ନିର୍ଦ୍ଦେଶିତ ବ୍ରହ୍ମାସ୍ତ୍ର ଫିଲ୍ମ ଥିଏଟରରେ ରିଲିଜ ହୋଇଛି। ଫିଲ୍ମ ବକ୍ସ ଅଫିସ ସଫଳ ରହିଛି। Dharma Productions ନାମରେ କରଣଙ୍କ ଏକ ବିଶାଳ ପ୍ରଡକ୍ସନ ହାଉସ ରହିଛି। କରଣ Kuch Kuch Hota Hai, Kabhi Khushi Kabhie Gham, Ae Dil Hai Mushkil ଭଳି ହିଟ୍ ଫିଲ୍ମ ଦେଇଛନ୍ତି। କେବଳ ଥିଏଟର ନୁହଁ, OTT ପ୍ଲାଟଫର୍ମରେ ମଧ୍ୟ କରଣଙ୍କ ଅନେକ ଫିଲ୍ମ ରିଲିଜ ହୋଇଛି। ବର୍ତ୍ତମାନ Rocky Aur Rani Ki Prem Kahani ପ୍ରଜେକ୍ଟରେ କରଣ ବ୍ୟସ୍ତ ଅଛନ୍ତି। ଫିଲ୍ମ ଆସନ୍ତା ବର୍ଷ ଫେବୃଆରୀରେ ଆସିବାର ସମ୍ଭାବନା ଅଛି। Koffee With Karan ହେଉଛି କରଣ ଜୋହରଙ୍କ ଏକ ଲୋକପ୍ରିୟ ଟିଭି ଶୋ।