Kaun Banega Crorepati : କୌନ ବନେଗା କରୋଡପତି ସିଜିନ ୧୪ (Kaun Banega Crorepati 14 ) । ଏହି ଶୋ’ ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଛି । ଏହି ଶୋ’ରେ ପ୍ରତ୍ୟକ ଦିନ କିଛି ନୂଆ ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳୁଛି । ପ୍ରତିଯୋଗୀ ମାନେ ମଧ୍ୟ କୋଟି କୋଟି ଟଙ୍କା ଜିତି କୋଟିପତି ବନୁଛନ୍ତି। କିନ୍ତୁ  କୌନ ବନେଗା କରୋଡପତି ସିଜିନ ୧୪ରେ ଏଥର ନଜର ଆସିଛନ୍ତି ବିଗ୍ ବିଙ୍କ ପତ୍ନୀ ଜୟା ବଚ୍ଚନ ଓ ପୁତ୍ର  ଅଭିଷେକ ବଚ୍ଚନ। ଜୟାଙ୍କ କଥା ଶୁଣି କାହିଁକି ସେଟରେ କାନ୍ଦିଲେ ବିଗ୍ ବି । ଏହାର କାରଣ ଜାଣିବା ପାଇଁ ଆପଣଙ୍କୁ  ଅକ୍ଟୋବର ୧୧ ତାରିଖ ରାତି ୯ଟାକୁ ଅପେକ୍ଷା କରିବାକୁ ପଡିବ । ଘରୋଇ ଟିଭି ଚ୍ୟାନେଲ ଏହି ଏପିସୋଡର ଏକ ପ୍ରମୋ ଏବେଠାରୁ ପ୍ରସାରଣ କରିବା ଆରମ୍ଭ କରିଦେଇଛି । 


COMMERCIAL BREAK
SCROLL TO CONTINUE READING

ଏହି ଏପିସୋଡଟି ଅକ୍ଟୋବର ୧୧ ରାତି ୯ ଟାରେ ପ୍ରସାରିତ ହେବ । ସେହିଦିନ କୌନ ବନେଗା କରୋଡପତି ୧୪ ର ସେଟରେ ଦେଖିବାକୁ ମିଳିବ କିଛି ନିଆରା ଦୃଶ୍ୟ । ଅକ୍ଟୋବର ୧୧ରେ ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ସେଥିପାଇଁ କୌନ ବନେଗା କରୋଡପତି-୧୪ରେ ଏପିସୋଡରେ ବିଶେଷ କିଛି ଦେଖିବାକୁ ମିଳିବ । ଶୋ’ରେ ଅତିଥି ଭାବରେ ନଜର ଆସିବେ ଜୟା ବଚ୍ଚନ ଏବଂ ଅଭିଷେକ ବଚ୍ଚନ । ଅକ୍ଟୋବର ୧୧ରେ ଅମିତାଭ ବଚ୍ଚନଙ୍କୁ ୮୦ ବର୍ଷ ହେବ । ବିଗ୍ ବିର ୮୦ ବର୍ଷର ଜନ୍ମଦିନ ଉତ୍ସବ ପାଳନ କରିବେ । ସେଥିପାଇଁ କେବିସି ନିର୍ମାତାମାନେ ଅମିତାଭ ନିଆରା କିଛି ଉପହାର ଦେବାକୁ ଚିନ୍ତା କରିଛନ୍ତି । ତେବେ ଶୋ’ରେ କିଛି ଘଟିବାକୁ ଯାଉଛି ଯାହା ଅମିତାଭ ବଚ୍ଚନଙ୍କୁ ବହୁତ ଭାବପ୍ରବଣ କରିଦେବ । ଅମିତାଭ ଏତେ ଭାବପ୍ରବଣ ହୋଇଯାଇଛନ୍ତି ଯେ ତାଙ୍କ ଲୁହ ବନ୍ଦ ହେବାର ନା ନେଉନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପ୍ରୋମୋରେ ଅନେକ ବିଶେଷ କିଛି ଦେଖିବାକୁ ମିଳିବ । ପ୍ରୋମୋର ହଟ୍ ସିଟ୍ ଉପରେ ବସିଥିବା ଅଭିଷେକ ବଚ୍ଚନ ନଜର ଆସିବେ । ଏହା ପରେ ହଠାତ ସେଟ୍‌ରେ ନଜର ଆସୁଛନ୍ତି ଜୟା ବଚ୍ଚନ । ତେବେ ଜୟାଙ୍କୁ ହଠାତ୍ ସେଟ୍‌ରେ ଅମିତାଭ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଫଳରେ ବିଗ୍ ବିଙ୍କ ଆଖିରେ ଲୁହ ବୋହୁଥିବା ନଜର ଆସିଛି । ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କୁ ଏହି ଶୋ’ରେ ସ୍ୱାଗତ କରିବା ସହ ଖୁସିରେ ଆଲିଙ୍ଗନ ବି କରିଛନ୍ତି । 


ଏହାବି ପଢନ୍ତୁ : Santokh Singh Death Threats: ଏହି ଅଭିନେତ୍ରୀ ପିତାଙ୍କୁ ମିଳିଛି ହତ୍ୟା ଧମକ, ପୂର୍ବରୁ ହୋଇଥିଲା ଗୁଳିମାଡ


ଅଗଷ୍ଟରେ ଦ୍ବିତୀୟ ଥର ପାଇଁ ଅମିତାଭ କୋରୋନାରେ ସଂକ୍ରମିତ ହୋଇଥିଲେ। ଫଳରେ କିଛି ଦିନ ପାଇଁ  ସେ ସୁଟିଂ ସେଟରୁ ଦୂରେଇ ରହିଥିଲେ। ନିକଟରେ ତାଙ୍କ ଫିଲ୍ମ "ଗୁଡବାଏ" ରିଲିଜ୍ ହୋଇଛି ।  ଏଥିରେ ଲିଡ୍ ରୋଲରେ ନଜର ଆସିଛନ୍ତି ଅମିତାଭ ବଚ୍ଚନ । ଏହାସହ ଫିଲ୍ମରେ ରଶ୍ମିକା ମନ୍ଦନା ଓ ନୀନାଗୁପ୍ତା ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମଟି ଅକ୍ଟୋବର ୭ରେ ରିଲିଜ ହୋଇଛି । ଏହା ବ୍ୟତିତ୍ ଅମିତାଭଙ୍କୁ ଉଞ୍ଚାଇଁ (Uunchai )ରେ ନଜର ଆସିବେ।