Kiara and Sidharth Wedding: ସିଦ୍ଧାର୍ଥ ଓ କିୟାରା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।  ଜେସଲମେରର ସୂର୍ଯ୍ୟଗଢ଼ ପ୍ୟାଲେସରେ ବିବାହ କରିବେ । ବିବାହ ଫେବୃଆରୀ ୬ରେ ହେବ ବୋଲି ସୂଚନା ମିଳିଛି । ସିଦ୍ଧାର୍ଥ ଓ କିୟାରା ପଞ୍ଜାବୀ ରୀତିନୀତି ଅନୁସାରେ ବିବାହ କରିବେ । ବିବାହ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସିଦ୍ଧାର୍ଥ ଓ କିୟାରା ମଧ୍ୟ ସେମାନଙ୍କ ପରିବାର ସହ ଜେସଲମେରରେ ପହଞ୍ଚିଛନ୍ତି ।  ଏବଂ କିଛି ଅତିଥି ମଧ୍ୟ ସେଠାରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଏନେଇ ସୋସିଆଲ୍ ମିଡିଆରେ ଉଭୟଙ୍କ ଭିଡିଓ ଭାଇରାଲ ହେଉଛି  । କିନ୍ତୁ ଏପର୍ଯ୍ୟନ୍ତ ସେମାନେ ନେଇ ଏହି ଲବବାର୍ଡ କୌଣସି ଅଫିସିଆଲ ଘୋଷଣା କରି ନାହାଁନ୍ତି । 


COMMERCIAL BREAK
SCROLL TO CONTINUE READING

ଏଥି ସହିତ,ବର୍ତ୍ତମାନ ଖବର ଆସିଛି ଯେ କିଆରା-ସିଦ୍ଧାର୍ଥ ସେମାନଙ୍କ ବିବାହ କାର୍ଯ୍ୟକୁ ଅତି ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି । ଏଭଳି ପରିସ୍ଥିତିରେ ସେ ସମସ୍ତ ଅତିଥିଙ୍କୁ ଅନୁରୋଧ କରିଛନ୍ତି ଯେ ବିବାହର କୌଣସି ଫଟୋ ସୋସିଆଲ ମିଡିଆରେ ସେୟାର ନ କରିବା ପାଇଁ । ଏହା ସହ ଯେଉଁ ହୋଟେଲରେ ବିବାହ ହେବାକୁ ଯାଉଛି,ସେହି ହୋଟେଲ କର୍ମଚାରୀଙ୍କୁ ମଧ୍ୟ ଫୋନ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ  ବିବାହରେ ୧୦୦ରୁ ୧୨୫ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ , ତେବେ କରଣ ଜୋହର, ମନୀଷ ମଲହୋତ୍ରା ଏବଂ ଇଶା ଅମ୍ବାନୀଙ୍କ ପରି ସେଲିବ୍ରିଟିମାନେ ଏହି ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି। ଏମାନଙ୍କ ବ୍ୟତୀତ ସହିଦ କପୁର ଏବଂ ଅନିଲ କପୁରଙ୍କ ନାମ ମଧ୍ୟ ଅତିଥି ତାଲିକାରେ ରହିଛି।


 




Also Read : Shah Rukh Khan: ‘ତୁମେ ବାପା ହୁଅ ମୁଁ ହିରୋ ଭୂମିକାରେ ଅଭିନୟ କରିବି’


Also Read : Rakhi Sawant: ‘ଆଦିଲ୍ ନାଁ କମାଇବା ପାଇଁ ମୋତେ ୟୁଜ୍ କଲା’


 


କୁହାଯାଉଛି ଜେସଲମେରର ସୂର୍ଯ୍ୟଗଢ଼ ପ୍ୟାଲେସରେ ୮୦ ଟି ରୁମ୍ ବୁକ୍ କରାଯାଇଛି । ଯାହାର ଗୋଟିଏ କୋଠରୀର ମୂଲ୍ୟ ଦିନକୁ ପ୍ରାୟ ୧ ଲକ୍ଷ ଟଙ୍କା । ଏହା ବ୍ୟତୀତ ୭୦ଟି ମର୍ସିଡିଜ୍ ବେଞ୍ଜ୍, ବିଏମଡବ୍ଲୁ ଏବଂ ଜାଗୁଆର ଭଳି ୭୦ ଟି ବିଳାସପୂର୍ଣ୍ଣ ଯାନ ଅତିଥିମାନଙ୍କୁ ଆଣିବା ପାଇଁ ରଖାଯାଇଛି। ଏଥି ସହିତ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ସୂଚନାଯୋଗ୍ୟ,ଏହି ପ୍ୟାଲେସରେ ଅନେକ ବଲିଉଡ ଫିଲ୍ମର ସୁଟିଂ ହୋଇଛି । ଏଥିରେ ଅକ୍ଷୟ କୁମାରଙ୍କ ‘ହାଉସଫୁଲ ୪’ ସାମିଲ ରହିଛି । ବିବାହ ପାଇଁ ଏହି ପ୍ୟାଲେସର ଦିନକର ଭଡ଼ା ପ୍ରାୟ ୧ରୁ ୨ କୋଟି ହେବ । କୁହାଯାଉଛି ଯେ, ଏହି ଗ୍ରାଣ୍ତ ଓ୍ବେଡିଂ ପାଇଁ ୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । 


ଉଲ୍ଲେଖନୀୟ କଥା ହେଉଛି,ଫେବୃଆରୀ ୪-୫ ରେ ହଳଦୀ ଏବଂ ମେହେନ୍ଦୀ ରଶମ ହେବ ବୋଲି ସ୍ଥିର ହୋଇଥିବା ବେଳେ ୬ରେ ହାତଗଣ୍ଠି ପଡିବ। ମିଡିଆ ରିପୋର୍ଟ ଅନୁଯାୟୀ, ବିବାହ ପରେ ଏହି ଷ୍ଟାର ଦମ୍ପତି ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ଆୟୋଜନ କରିବେ। ଯେଉଁଥିରେ ବଲିଉଡର ପ୍ରାୟ ସମସ୍ତ ତାରକାଙ୍କୁ ନିମନ୍ତ୍ରଣ କରାଯିବ। ଏହା ବ୍ୟତୀତ ଦିଲ୍ଲୀରେ ଏକ ଗ୍ରାଣ୍ଡ ରିସେପ୍ସନ୍ ମଧ୍ୟ ଦିଆଯିବ ଯେଉଁଥିରେ ସିଦ୍ଧାର୍ଥଙ୍କ ଦିଲ୍ଲୀର ବନ୍ଧୁ ଏବଂ ପରିବାରବର୍ଗଙ୍କୁ ସାମିଲ କରାଯିବ।