Doctor G Box Office Day 1 Collection: ଆୟୁଷ୍ମାନ ଖୁରାନା ଓ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ଫିଲ୍ମ ଡକ୍ଟର ଜି (Doctor G Movie ) । ଫିଲ୍ମଟି ଅକ୍ଟୋବର ୧୪ରେ  ରିଲିଜ ହୋଇଛି । ଫିଲ୍ମଟି ବକ୍ସ ଅଫିସରେ  ପ୍ରଥମ ଦିନରେ ପାଖାପାଖି ୩.୮୭ କୋଟି ଟଙ୍କା କଲେକସନ କରିଛି । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କୁ ଜଣେ ଗାଇନୋକୋଲିଜିଷ୍ଟ (gynaecologist )ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମକୁ ଅଧିକ ମାତ୍ରାରେ ଭଲପାଇବା ଦେବକୁ ରକୁଲ ଟୁଇଟ ଯୋଗ ନିଜ୍ ଫ୍ୟାନ୍ସକୁ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ତେବେ, ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ "ଏ" ଗ୍ରେଡର ସେନସେର ବୋର୍ଡ ଅଫ୍ ଫିଲ୍ମ ସାର୍ଟିପିକେଟ(Censor Board of Film Certification)ପାଇଛି । କମେଡି ଡ୍ରାମା ଭରା ଏ ଫିଲ୍ମଟିକୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଫିଲ୍ମରେ ଲିଡ ରୋଲରେ ନଜର ଆସିଛନ୍ତି ଆୟୁଷ୍ମାନ । ଆୟୁଷ୍ମାନ ଉଦୟଙ୍କ ଭୂମିକାରେ ନଜର ଆସିଛନ୍ତି। ଯେକି ଜଣେ ଅର୍ଥୋପେଡିକ୍ସରେ ବିଶେଷଜ୍ଞ ହେବାକୁ ଚାହାଁନ୍ତି କିନ୍ତୁ ସେ ସ୍ତ୍ରୀ ରୋଗ ବିଶେଷଜ୍ଞରେ ତାଙ୍କୁ ଦେଖିବାକୁ ମିଳେ । ପରବର୍ତ୍ତି ମୂହୁର୍ତ୍ତରେ କଣ ହୁଏ  । ତାହା ଆପଣଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ। ବର୍ତ୍ତମାନ, ଡାକ୍ତର ଜି ସିବିଏଫସିରୁ 'ଏ' ଏକ ସାର୍ଟିଫିକେଟ୍ ପାଇଛି । ଏହି ଚଳଚ୍ଚିତ୍ର ବିଷୟରେ ନିର୍ଦ୍ଦେଶକ ଅନୁଭୂତି କାଶ୍ୟପ ( Anubhuti Kashyap ) ଏକ ବିବୃତ୍ତିରେ କହିଛନ୍ତି, "ଡାକ୍ତର ଜି ଏକ କମେଡି ଡ୍ରାମା ଫିଲ୍ମ । ଏବଂ କିଭଳି ଏକ ସ୍ତ୍ରୀରୋଗ ବିଶେଷଜ୍ଞ ପୁରୁଷ ଡାକ୍ତର ତାର ଜୀବନରେ ସଂଘର୍ସ କରୁଛି । ତାହା ଏଥି୍ରେ ଦର୍ଶାଯାଇଛି । ଯେଉଁଥିରେ ଆୟୁଷ୍ମାନ ଡାକ୍ତର ଉଦୟ ଗୁପ୍ତାଙ୍କ ଭୂମିକାରେ ନଜର ଆସିବେ । ଏ ଫିଲ୍ମଟି ବିଶେଷ କରି ଯୁବବର୍ଗଙ୍କୁ ଅଧିକ ପସନ୍ଦ ଆସିବ ବୋଲି ସେ କହିଛନ୍ତି "। ଏ ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତିତ ରକୁଲ ପ୍ରୀତ ସିଂ, ସେଫାଲି ଶାହା ଓ ସେବା ଚଡ୍ଡା ମଧ୍ୟ ନଜର ଆସିବେ।  


ଏହାବି ପଢନ୍ତୁ : Tiger 3 Release Date: କାହିଁକି ବଦଳିଲା ‘ଟାଇଗର-୩’ ର ରିଲିଜ୍ ଡେଟ୍ ? ଜାଣନ୍ତୁ


ଯଦି ଆମେ ଆୟୁଷ୍ମାନ ଖୁରାନାଙ୍କ କାମର କଥା କହିବା ତେବେ ତାଙ୍କ ହାତରେ ଅନେକ ବର୍ତ୍ତମାନ ବଡ ପ୍ରୋଜେକ୍ଟ ରହିଛି ।  ଡ୍ରିମଗାର୍ଲ ୨ରେ ସେ ଅନନ୍ୟା ପାଣ୍ତଙ୍କ ସହ ନଜର ଆସିବେ । ଫିଲ୍ମଟି ଆସନ୍ତାବର୍ଷ ଜୁନ୍ ୨୯ରେ ପରଦାକୁ ଆସିବ। ସେହିପରି ଆନ ଆକ୍ସନ ହିରୋ ଫିଲ୍ମରେ ନଜର ଆସିବେ ସେ । ତାଙ୍କ ସହ ଜୟଦୀପ୍ ଆହାଲତ ମଧ୍ୟ ନଜର ଆସିବେ।  ଏହା ପୂର୍ବରୁ ବଧାଇ ହୋ, ବାଲା, ଗୁଲାବ ସୀତାବୋ , ଡ୍ରିମ୍ ଗାର୍ଲ ପାର୍ଟ ୧, ଅନେକ ଓ ଆର୍ଟିକିଲ୍ ୧୫ ଫିଲ୍ମରେ ମଧ୍ୟ ସେ ଚମକ୍କାର ଅଭିନୟ କରିଥିଲେ। ସେହିପରି ମ୍ୟାରି ପ୍ୟାରି ବିନ୍ଦୁ, ନୌଟଙ୍କି ଶାଲା, ଭିକି ଡୋନର ଓ ଶୁଭମଙ୍ଗଲ ସାବଧାନରେ ମଧ୍ୟ ସେ ଦମଦାର ଅଭିନୟ କରିଛନ୍ତି । କେବଳ ସେତିକି ନୁହେଁ ତୁମାରି ସଲୁ ମଧ୍ୟ ତାଙ୍କୁ ବେଶ ସଫଳତା ଦେଇଛି ।