Gufi Paintal Passes Away: ଆଉ ନାହାଁନ୍ତି ଭେଟେରାନା ଅଭିନେତା ଗୁଫି ପେଣ୍ଟାଲ  (Gufi Paintal)।  ୭୯ ବର୍ଷ ବସୟରେ ତାଙ୍କର ପରୋଲୋକ ହୋଇଛି (Gufi Paintal Passes Away)। ୧୯୮୮ ମସିହାରେ ପ୍ରସାରିତ ହେଉଥିବା ଟିଭି ସିରିଏଲ ମହାଭାରତରେ (Mahabharat)'ସକୁନି ମାମା '(Shakuni Mama) ର ଭୂମିକା ନିଭାଇଥିଲେ। ତାଙ୍କର ଏହି ଭୂମିକା ତାଙ୍କୁ ଦେଇଥିଲା ନୂଆ ପରିଚୟ । ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଦୂରାରୋଗ୍ୟରେ ସେ ଦିର୍ଘ ଦିନ ଧରି ପିଡିତ ଥିଲେ। ଏହି କାରଣରୁ ସେ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କର ମୃତ୍ୟୁରେ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଭେଟେରାନ ଅଭିନେତା ଗୁଫି ପେଣ୍ଟାଲ ଦିର୍ଘ ଦିନ ଧରି ଦୂରାରୋଗ୍ୟରେ ପୀଡିତ ଥିଲେ। କିନ୍ତୁ ଗତ ଦୁଇ ଦିନ ତଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା।  ପରେ ପରିବାର ଲୋକେ ତାଙ୍କୁ ଅନ୍ଧେରୀର ଘରୋଇ ହସପିଟାଲରେ ଭର୍ତ୍ତୀ କରିଥିଲେ। ହେଲେ ତାଙ୍କର ଅଧିକ ଗୁରୁତର ହେବାରୁ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ବଲିଉଡ଼ରେ ଶୋକର ଛାୟା ଖେଳି ଯାଇଛି  । ତେବେ, ପୂର୍ବରୁ  ଗୁଫି ପେଣ୍ଟାଲ ହାର୍ଟ ଓ କୀଡନି ଜନିତ ସମସ୍ୟାରେ ପୀଡିତ ଥିଲେ । ଫଳରେ ସେ ଅଧିକାଂଶ ସମୟ ଅସୁସ୍ଥ ରହୁଥିଲା । ତେବେ, ତାଙ୍କର ମୃତ୍ୟୁ ଖବର ଶୁଣି ଅନେକ ବଲିଉଡ ସେଲିବ୍ରେଟି ଶୋକବ୍ୟକ୍ତ କରିଛନ୍ତି । ଆଜି ଅପରାହ୍ନ ୪ଟା ସମୟରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଜଣାପଡିଛି । ତେବେ, ଏହି ଶେଷଯାତ୍ରାରେ ବଲିଉଡର ଅନେକ ସେଲିବ୍ରେଟି ସାମିଲ ହେବେ। 


 




ବ୍ୟକ୍ତିଗତ ଜୀବନ :
ଗୁଫି ପେଣ୍ଟାଲ ଜଣେ ଭାରତୀୟ ଫିଲ୍ମ ଓ ଟିଭି ଅଭିନେତା । ସେ ୧୯୮୦ ଦଶକରୁ ଅନେକ ହିନ୍ଦୀ ଫିଲ୍ମ ଓ ଟିଭି ସିରିୟାଲରେ ଅଭିନୟ କରି ଆସୁଥିଲେ। ମହାଭାରତ ସିରିଏଲରେ ତାଙ୍କର 'ଶକୁନି ' ଭୂମିକା ପାଇଁ ସେ ଘରେ ଘରେ ପରିଚିତ ହେଇଥିଲେ । ସେ ହାସ୍ୟାଭିନେତା କନବରଜିତ ପେଣ୍ଟାଲଙ୍କ ବଡ଼ ଭାଇ । ସେ ୧୮୪୪,୪ ଅକ୍ଟୋବରରେ ଶିଖ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମରୁ ଇଞ୍ଜିନିଅର ଭାବରେ ନିଜ ଜୀବିକା ନିର୍ବାହ କରୁଥିବା ଗୁଫି ପରେ ଫିଲ୍ମ ଓ ଟିଭି ପ୍ରତିଷ୍ଠାନରୁ ଶିକ୍ଷଣ ନେଇ ତାଙ୍କର ଅଭିନେତା ଜୀବନ ଆରମ୍ଭ କରିଥିଲେ । ୧୯୬୯ ରେ ମୁମ୍ବାଇ ଆସି ପ୍ରଥମେ ମଡେଲିଙ୍ଗ , ସହ ନିର୍ଦ୍ଦେଶକ ଭାବେ କମ କଳା ପରେ ଫିଲ୍ମ ଓ ଟିଭି ଜଗତରେ ଅଭିନେତା ଭାବେ ପାଦ ଥାପିଥିଲେ।  ମହାଭାରତ ସିରିଏଲରେ 'ଶକୁନି' ଭୂମିକାରେ  ସେ ଚମତ୍କାର ଭାବେ ଅଭିନୟ କରି ବିଖ୍ୟାତ ହେଇଯାଇଥିଲେ । 


Also Read: Odisha Train Accident: ଏମାନେ ହେଉଛନ୍ତି ବାହାନଗାର ରିଅଲ ହିରୋ, NDRF ଓ ODRAF ପହଞ୍ଚିବା ଆଗରୁ ଆହତଙ୍କୁ ବଢ଼ାଇଥିଲେ ସହାୟତାର ହାତ


ଗୁଫି ପେଣ୍ଟାଲଙ୍କ ଫିଲ୍ମ :


କାହାନୀ ରବର ବନ୍ଦ କି, କକଟେଲ ଦ ଡେଡ୍ କମ୍ବିନେସନ୍,  ଦଲାଲା ନଂ ୧, ଅଧୁରୀ ସୁହାଗରାତ୍, ଦାଭା,ଲଟେରୀ, କୈନ କରେଗା ଇନସାଫ,ଦି ରିଭେଜ୍ ଗୀତା ମେରା ନାମ୍,ବନ୍ଦ କମରେ ହେଁ,ଅନମୋଲ୍ ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି ।