Actress Tunisha Sharma Suicide: ବଢିଚାଲିଛି ସେଲିବ୍ରିଟିଙ୍କ ଆତ୍ମହତ୍ୟା ମାମଲା । ଏମିତି ଏକ ଖବର ଯାହା ମନୋରଞ୍ଜନ ଦୁନିଆକୁ ଦୋହଲାଇ ଦେଇଛି। ୨୦ବର୍ଷୀୟ ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଥିବା ଖବର ଏବେ ସାମ୍ନାକୁ ଆସିଛି। ଏହି ଆଶ୍ଚର୍ଯ୍ୟଜନକ ଖବର ଆସିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବର୍ତ୍ତମାନ, ତୁନିଶା SAB ଟିଭିର ଶୋ ’ଦାସ୍ତାନ-ଏ-କାବୁଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ, ତେଣୁ ସେ କାହିଁକି ଏତେ ବଡ ପଦକ୍ଷେପ ନେଇଛନ୍ତି ତାହା କେହି ବୁଝିପାରୁନାହାଁନ୍ତି।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମ ରିପୋର୍ଟରୁ ଆସୁଥିବା ଖବର ଅନୁଯାୟୀ ତୁନିଶା ସୋ’ର ସେଟରେ ଏହି ପଦକ୍ଷେପ ନେଇଥିଲେ । ସୋ’ର ମୁଖ୍ୟ ଅଭିନେତାଙ୍କ ମେକ୍ ଅପ ରୁମରେ ଫାଶୀ ଲଗାଇ ନିଜେ ଆତ୍ମହତ୍ୟା (Tunisha Sharma Suicide) କରିଛନ୍ତି । ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ଅଧିକ ସୂଚନା ହସ୍ତାନ୍ତର ହୋଇପାରୁନାହିଁ। ତୁନିଶା କାହିଁକି ଏପରି କଲେ ଏବଂ ଏତେ ବଡ଼ ପଦକ୍ଷେପ ନେବା ପଛରେ କାରଣ କଣ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। କିନ୍ ସୁଟିଂ ସେଟରେ ଏଭଳି ଚରମ ପଦକ୍ଷେପ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। 


Also Read: Anushka Sharma: ପ୍ରଥମେ ଗାଳି ପରେ ତାଳି, ଏମିତି ଢଙ୍ଗରେ ଅନୁଷ୍କା ହେଲେ ପୁମାର ବ୍ରାଣ୍ଡ ଆମ୍ବାସାଡାର


ତୁନିଶାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା ଏବଂ ଏତେ କମ୍ ବୟସରେ ସେ ଲୋକପ୍ରିୟ ସୋ’ରେ (Popular Show) ମୁଖ୍ୟ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ପାଇଁ ଏହା ବହୁତ ଭଲ ସମୟ ଥିଲା। ସେ ଧିରେ ଧିରେ ମରାଠି ଜଗତରେ ପପୁଲାର ହେହାକୁ ଲାଗିଥିଲେ। ମରାଠି ଭାଷାଭାଷୀ ଲୋକଙ୍କ ଘରେଘରେ ପରିଚିତ ଥିଲେ ତୁନିଶା। ମାତ୍ର ତାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। 


Also Read: Sunny Leone On Death Threats: ସନିଙ୍କୁ ହତ୍ୟା ଧମକ, କ୍ୟାମେରା ଆଗରେ ବଡ ଖୁଲାସା କଲେ ଅଭିନେତ୍ରୀ
 
ଅଲି ବାବା-ଦାସ୍ତାନ-ଏ-କାବୁଲରେ ମରିୟମ ଭୂମିକାରେ ଅଭିନୟ କରିଥିବା ତୁନିଶା ପୂର୍ବରୁ ମଧ୍ୟ ଅନେକ ସିରିଏଲରେ ନଜର ଆସିଥିଲେ। ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ, ଗବର ପୁଞ୍ଚୱାଲା, ଭାରତ କା ବୀର ପୁତ୍ର - ମହାରଣା ପ୍ରତାପ, ଇଣ୍ଟରନେଟ ୱାଲା ଲଭ ଏବଂ ଇସ୍କ ସୁଭାନାଲ୍ଲା ଭଳି ଶୋ’ରେ ଅଭିନୟ କରିଥିଲେ। ତେଣୁ ଏହା ବ୍ୟତୀତ ସେ ଫିଲ୍ମରେ ମଧ୍ୟ କାମ କରିଥିଲେ। ସେ କାହାନୀ 2, ବାର ବାର ଦେଖୋ ଏବଂ ଫିତୁରରେ ମଧ୍ୟ ଅଭିନୟ କରିଥିଲେ । କ୍ୟାଟ୍ରିନାଙ୍କ (Katrina Kaif) ଦୁଇଟି ଚଳଚ୍ଚିତ୍ରରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ।