Kajal Aggarwal  : ତାମିଲ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ (Kajal Aggarwal )। ସେ ଗ୍ଲାମରର୍ସ ଚେହେରା ଓ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି  । ନିକଟରେ ମାଆ ହୋଇଛନ୍ତି କାଜଲ ଅଗ୍ରଓ୍ବାଲ ।   ସେ ଗତ ୬ ମାସ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ସେ ନିଜ ଇନଷ୍ଟାରେ ତାଙ୍କ ପୁଅର ଫଟୋ ଦେବା ସହ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି । ସେ ନିଜ କ୍ୟାପସନରେ ଲେଖିଛନ୍ତି ଯେ, 'ମୁଁ ବିଶ୍ବାସ କରିପାରୁ ନାହିଁ, ଗତ ୬ ମାସ କିଭଳି ଯାଇଛି ମୁଁ ଜାଣି ପାରୁ ନାହିଁ,ମୋ ଜୀବନରେ ଘଟିଥିବା ବଡ ପରିବର୍ତ୍ତନ । ମୁଁ  ମାଆ ହେବା ପୂର୍ବରୁ ଏକ ପିଲାର ଯତ୍ନ ନେବା ନେଇ ବହୁତ ଭୟଭିତ ଥିଲି । ଚିନ୍ତା କରୁଥିଲି ମାଆ ହେବାର କର୍ତ୍ତବ୍ୟ ମୁଁ କିଭଳି ନିଭେଇବି , ହେଲେ ଏବେ ସେ ଡର ନାହିଁ । ଅବଶ୍ୟ, ପୂର୍ଣ୍ଣ ସମୟ କାର୍ଯ୍ୟକୁ ସନ୍ତୁଳିତ କରିବା ଏବଂ ନିଶ୍ଚିତ କରେ ଯେ ମୁଁ ମୋ ସମୟ, ଧ୍ୟାନ, ପ୍ରେମ, ତୁମର ଯତ୍ନ ନେବାରେ କୌଣସି ଆପୋଷ ବୁଝାବଣା କରେ ନାହିଁ, ଏହା ଅତ୍ୟନ୍ତ ଚ୍ୟାଲେଞ୍ଜିଙ୍ଗ୍, ମୁଁ ଏହାକୁ ଅନ୍ୟ ଉପାୟରେ ଚାହେଁ ନାହିଁ ଏବଂ ମୁଁ ଉପଭୋଗ କରିବାର କଳ୍ପନା କରି ନ ଥିଲି ଏତେ ସମୟ '!


COMMERCIAL BREAK
SCROLL TO CONTINUE READING

କାଜଲ ଅଗ୍ରଓ୍ବାଲଙ୍କ ବଏଫ୍ରେଣ୍ତ ଗୌତମ କିଚଲୁ । ଦିର୍ଘ ଦିନ ଧରି ପରପ୍ପରକୁ ଡେଟ କରିଥିଲେ । ଉଭୟଙ୍କୁ ଏକାଠି ବିଭିନ୍ନ ଇଭେଣ୍ତରେ ଦେଖିବାକୁ ମିଳିଥିଲା।  ଦିର୍ଘ ଦିନର ଡେଟ ପରେ ୨୦୨୦ ଅକ୍ଟୋବର ୩୦ ରେ କାଜଲଙ୍କୁ ବିବାହ କରିଥିଲେ ଗୌତମ (Gautam Kitchlu)। କୋରୋନା ପାଇଁ କେବଳ ଘର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। କାଜଲ୍ ଏବଂ ଗୌତମଙ୍କ ବରମାଳାର ଫଟୋ ସାମନାକୁ ଆସିଛି। ଉଭୟଙ୍କ ଏହି ଡ୍ରିମ୍ ଓ୍ବେଡିଂର ଦୀର୍ଘ ଦିନରୁ ଚର୍ଚ୍ଚା ହେଉଥିଲା।  ବିବାହର କିଛି ଦିନ ପୂର୍ବରୁ ତାଙ୍କ ଓ୍ବେଡିଂ ଭେନ୍ୟୁର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।


ଏହାବି ପଢନ୍ତୁ : Doctor G Box Office Day 5: ବକ୍ସ ଅଫିସରେ ଫିଲ୍ମର କଲେକସନ୍ ମାନ୍ଦା, ସିନେ ସମୀକ୍ଷକ କହିଲେ କିଛି ଏମିତି


 



 


ବିବାହ ପୂର୍ବରୁ କାଜଲଙ୍କ ସଙ୍ଗୀତ, ମେନ୍ଦେନ୍ଦୀ ଓ ହଳଦୀ ସେରେମୋନି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା। କାଜଲ ମଧ୍ୟ ବିବାହ ପୂର୍ବରୁ ଦୁଲ୍‌ହନ୍‌ ବେଶରେ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେଆର କରି ଲେଖିଥିଲେ, ‘ଝଡ଼ ପୂର୍ବରୁ ଶାନ୍ତ’। ଯାହାକି ଏବେ ଖୁବ୍‌ ଭାଇରାଲ ହୋଇଥିଲା। ପରେ କିଛି ଦିନ ପାଇଁ ଫିଲ୍ମ ଲାଇନରୁ ଦୂରେଇ ରହିଥିଲା କାଜଲ । ସେ ଅପ୍ରିଲ ୧୯ , ୨୦୨୨ ମସିହାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ  ।  ତାଙ୍କ ସନ୍ତାନର ନାଁ ରହିଛି ନିଲ୍ କିଚଲୁ (Neil Kitchlu) । ନିଲ ଜନ୍ମର  ଦିର୍ଘ ଦିନ ପରେ ସେ ନିଜ ପୁଅ ଫଟୋକୁ ପ୍ରଥମେ ସୋସିଆଲ ମିଡିଆରେ ସେୟାର କରିଥିଲେ। କାଜଲ ଅଗ୍ରଓ୍ବାଲଙ୍କ ସ୍ବାମୀ ଗୌତମ ଜଣେ ଉଦ୍ୟୋଗୀ ।  ଦିର୍ଘ ଦିନ ଧରି ପରପ୍ପରକୁ ଭଲ ପାଉଥିଲେ ଗୌତମ ଓ କାଜଲ । ଏ ଉଭୟଙ୍କ ଲଭଷ୍ଟୋରୀ କୌଣସି ଫିଲ୍ମ ଠାରୁ ମଧ୍ୟ କିଛି କମ୍ ନୁହେଁ ।