Doctor G Box Office Day 5: ବକ୍ସ ଅଫିସରେ ଫିଲ୍ମର କଲେକସନ୍ ମାନ୍ଦା, ସିନେ ସମୀକ୍ଷକ କହିଲେ କିଛି ଏମିତି
Advertisement
Article Detail0/zeeodisha/odisha1402267

Doctor G Box Office Day 5: ବକ୍ସ ଅଫିସରେ ଫିଲ୍ମର କଲେକସନ୍ ମାନ୍ଦା, ସିନେ ସମୀକ୍ଷକ କହିଲେ କିଛି ଏମିତି

Doctor G Box Office Day 5: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଓ ରକୁଲ ପ୍ରିତ ସିଂହଙ୍କ ଅଭିନୀତ ଫିଲ୍ମ 'ଡକ୍ଟର ଜି' (Doctor G) । ମୁଭିଟି ଚଳିତ ମାସ ୧୪ ତାରିଖରେ ରିଲିଜ ହୋଇଛି । ହେଲେ ରିଲିଜ୍ ହେବାର ପାଞ୍ଚ ଦିନ ପରେ ବି ବକ୍ସ ଅଫିସରେ ଭଲ କଲେକସନ କରି ପାରିନି ଫିଲ୍ମ ।

ସୌଜନ୍ୟ : ସୋସିଆଲ ମିଡିଆ

Doctor G Box Office Day 5: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଓ ରକୁଲ ପ୍ରିତ ସିଂହଙ୍କ ଅଭିନୀତ ଫିଲ୍ମ 'ଡକ୍ଟର ଜି' (Doctor G) । ମୁଭିଟି ଚଳିତ ମାସ ୧୪ ତାରିଖରେ ରିଲିଜ ହୋଇଛି । ହେଲେ ରିଲିଜ୍ ହେବାର ପାଞ୍ଚ ଦିନ ପରେ ବି ବକ୍ସ ଅଫିସରେ ଭଲ କଲେକସନ କରି ପାରିନି ଫିଲ୍ମ ।  'ଡକ୍ଟର ଜି' ରିଲିଜ୍ ହେବାର ପ୍ରଥମ ସପ୍ତାହରେ ୧୯ ରୁ ୨୦ କୋଟି ଟଙ୍କା ରୋଜଗାର କରିଛି । ହେଲେ ଏହି ଫିଲ୍ମକୁ ବକ୍ସ ଅଫିସରେ କଡା ଟକ୍କର ଦେଉଛି, କନ୍ନଡ ଫିଲ୍ମ କାନ୍ତରା (Kantara) । ବାଣିଜ୍ୟ ବିଶ୍ଳେଷକ ତାରନ ଆଦର୍ଶ କହିଛନ୍ତି ଯେ, କାନ୍ତାରାର ଟିକେଟ୍ ମୂଲ୍ୟ ହ୍ରାସ ଏହାର ବ୍ୟବସାୟକୁ ବୃଦ୍ଧି କରିଛି। ଆଗାମୀ ଦିନରେ 'ଡାକ୍ଟର ଜି' ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସୋମବାର ଏହି ଚଳଚ୍ଚିତ୍ରଟି ୧.୫୦ କୋଟି ଟଙ୍କା ସଂଗ୍ରହ କରିଥିଲା ଏବଂ ମଙ୍ଗଳବାର ଦିନ ବ୍ୟବସାୟ ସମାନ ଥିଲା । ଦିଓ୍ବାଲି ପୂର୍ବରୁ ମଧ୍ୟ 'ଡକ୍ଟର ଜି' ର ବ୍ୟବସାୟ ମଧ୍ୟ ଅଧିକ ଘାଟା ହେବାର ସମ୍ଭାବନା ରହିଛି । କାହିଁକିନା ଚଳିତ ମାସ ୨୧ ତାରିଖରେ ବ୍ଲାକ୍ ଆଦାମ୍ ( Black Adam ) ମଧ୍ୟ ରିଲିଜ୍ ହେବ । ସେହିପରି ଚଳିତ ମାସ ୨୫ ତାରିଖରେ ଖିଲାଡି କୁମାରଙ୍କ 'ରାମ ସେତୁ' ଓ 'ଥ୍ୟାଙ୍କ ଗଡ୍' ମଧ୍ୟ ପରଦାକୁ ଆସିବ । 

ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କୁ ଜଣେ ଗାଇନୋକୋଲିଜିଷ୍ଟ (gynaecologist )ଭୂମିକାରେ ଦେଖିବାକୁ ମିଳିଛି । ତେବେ, ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ "ଏ" ଗ୍ରେଡର ସେନସେର ବୋର୍ଡ ଅଫ୍ ଫିଲ୍ମ ସାର୍ଟିପିକେଟ(Censor Board of Film Certification)ପାଇଛି । କମେଡି ଡ୍ରାମା ଭରା ଏ ଫିଲ୍ମଟିକୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଫିଲ୍ମରେ ଲିଡ ରୋଲରେ ନଜର ଆସିଛନ୍ତି ଆୟୁଷ୍ମାନ । ଆୟୁଷ୍ମାନ ଉଦୟଙ୍କ ଭୂମିକାରେ ନଜର ଆସିଛନ୍ତି। ଯେକି ଜଣେ ଅର୍ଥୋପେଡିକ୍ସରେ ବିଶେଷଜ୍ଞ ହେବାକୁ ଚାହାଁନ୍ତି କିନ୍ତୁ ସେ ସ୍ତ୍ରୀ ରୋଗ ବିଶେଷଜ୍ଞରେ ତାଙ୍କୁ ଦେଖିବାକୁ ମିଳେ । ପରବର୍ତ୍ତି ମୂହୁର୍ତ୍ତରେ କଣ ହୁଏ  । ତାହା ଆପଣଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ। ବର୍ତ୍ତମାନ, ଡାକ୍ତର ଜି ସିବିଏଫସିରୁ 'ଏ' ଏକ ସାର୍ଟିଫିକେଟ୍ ପାଇଛି ।  ଏ ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତିତ ରକୁଲ ପ୍ରୀତ ସିଂ, ସେଫାଲି ଶାହା ଓ ସେବା ଚଡ୍ଡା ମଧ୍ୟ ନଜର ଆସିବେ।  

ଏହାବି ପଢନ୍ତୁ : Brahmastra On Ott: ଖୁବଶିଘ୍ର ଓଟିଟିରେ ଆସିବ ‘ବ୍ରହ୍ମାସ୍ତ୍ର’ !

ଯଦି ଆମେ ଆୟୁଷ୍ମାନ ଖୁରାନାଙ୍କ କାମର କଥା କହିବା ତେବେ ତାଙ୍କ ହାତରେ ଅନେକ ବର୍ତ୍ତମାନ ବଡ ପ୍ରୋଜେକ୍ଟ ରହିଛି ।  ଡ୍ରିମଗାର୍ଲ ୨ରେ ସେ ଅନନ୍ୟା ପାଣ୍ତଙ୍କ ସହ ନଜର ଆସିବେ । ଫିଲ୍ମଟି ଆସନ୍ତାବର୍ଷ ଜୁନ୍ ୨୯ରେ ପରଦାକୁ ଆସିବ। ସେହିପରି ଆନ ଆକ୍ସନ ହିରୋ ଫିଲ୍ମରେ ନଜର ଆସିବେ ସେ । ତାଙ୍କ ସହ ଜୟଦୀପ୍ ଆହାଲତ ମଧ୍ୟ ନଜର ଆସିବେ।  ଏହା ପୂର୍ବରୁ ବଧାଇ ହୋ, ବାଲା, ଗୁଲାବ ସୀତାବୋ , ଡ୍ରିମ୍ ଗାର୍ଲ ପାର୍ଟ ୧, ଅନେକ ଓ ଆର୍ଟିକିଲ୍ ୧୫ ଫିଲ୍ମରେ ମଧ୍ୟ ସେ ଚମକ୍କାର ଅଭିନୟ କରିଥିଲେ। ସେହିପରି ମ୍ୟାରି ପ୍ୟାରି ବିନ୍ଦୁ, ନୌଟଙ୍କି ଶାଲା, ଭିକି ଡୋନର ଓ ଶୁଭମଙ୍ଗଲ ସାବଧାନରେ ମଧ୍ୟ ସେ ଦମଦାର ଅଭିନୟ କରିଛନ୍ତି । କେବଳ ସେତିକି ନୁହେଁ ତୁମାରି ସଲୁ ମଧ୍ୟ ତାଙ୍କୁ ବେଶ ସଫଳତା ଦେଇଛି ।