ମୁମ୍ବାଇ: ୨୦୨୧ Cruise drugs caseରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ Aryan Khanଙ୍କୁ NCB କ୍ଲିନ୍ ଚିଟ୍ ଦେଇଛି। ଆର୍ୟନ ଖାନଙ୍କ ସମେତ ୬ ଜଣଙ୍କୁ କେନ୍ଦ୍ରୀୟ ସଂସ୍ଥା ଦୋଷ ମୁକ୍ତ କରିଛି। NCBର ଏସଆଇଟି ଟିମ୍ ଏହି ମାମଲାରେ ଚାର୍ଜସିଟ ଦାଖଲ କରିଛି। ପରେ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଛି ବୋଲି NCB ଏକ ପ୍ରେସ ନୋଟରେ କହିଛି।


COMMERCIAL BREAK
SCROLL TO CONTINUE READING

Cruise drugs caseରେ ଆର୍ୟନ ଖାନଙ୍କ ସମେତ ୧୪ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। NDPS Actର ବିଭିନ୍ନ ଦଫାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରବର୍ତ୍ତୀ ସମୟରେ ୮ ଜଣଙ୍କୁ ଛାଡି ବାକି ୬ ଜଣଙ୍କ ବିରୁଦ୍ଧରେ ମାମଲା ଚାଲିଲା। ଏବେ Cruise drugs caseର ସମସ୍ତ ଅଭିଯୁକ୍ତଙ୍କୁ NCB କ୍ଲିନ୍ ଚିଟ୍ ଦେଇଛି। ଆର୍ୟନ ଖାନ ଓ ମୋହକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ନିଶାଦ୍ରବ୍ୟ ରଖିଥିବା NCBର ଚାର୍ଜସିଟରେ ଦର୍ଶାଯାଇଛି।


Also Read: କୋରିଆରେ କମାଲ କଲେ ଓଡ଼ିଆ ଝିଅ Sriya Lenka, ବନିଲେ ଭାରତର ପ୍ରଥମ K-Pop Star


 


ଗତବର୍ଷ ଅକ୍ଟୋବର ୩ ତାରିଖରେ ଏକ କ୍ରୁଜରୁ ଆର୍ୟନ ଖାନଙ୍କ ସମେତ ଅନେକ ଲୋକଙ୍କୁ NCB ଗରିଫ କରିଥିଲା। ଆର୍ୟନଙ୍କ ନିକଟରୁ କୌଣିସି ନିଶାଦ୍ରବ୍ୟ ଜବତ ହୋଇନଥିଲା। କିନ୍ତୁ ତାଙ୍କ ସାଙ୍ଗ ଅର୍ବାଜ ମାର୍ଚ୍ଚାଣ୍ଟ ୬ଗ୍ରାମ ଚରସ ରଖିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତମାନଙ୍କୁ NDPS Actର ଦଫା ୮(ସି), ୨୦(ବି), ୨୭, ୨୮, ୨୯ ଓ ୩୫ରେ NCB ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାରେ କ୍ରୁଜର ଅନ୍ୟ ଗେଷ୍ଟ ଓ ଡ୍ରାଗ୍ସ ମାଫିଆମାନଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା।  


ଅକ୍ଟୋବର ୨୮ରେ ବମ୍ବେ ହାଇକୋର୍ଟ ଆର୍ୟନ ଖାନ ଏବଂ ଅନ୍ୟ ଦୁଇ ଜଣଙ୍କୁ ଜାମିନ ଦେଇଥିଲେ। ଆର୍ୟନ ଖାନ ଏବଂ ତାଙ୍କ ସାଙ୍ଗ ଅର୍ବାଜଙ୍କ ବିରୁଦ୍ଧରେ NDPS ଆକ୍ଟ ଅନୁସାରେ କୌଣସି ପ୍ରମାଣ ମିଳିନଥିଲା। ଏହି ମାମଲାର ଜଣେ ସାକ୍ଷୀ ପ୍ରଭାକର ସେଲ, କେସି ଗୋସାଭି, ତଦନ୍ତକାରୀ ଅଧିକାରୀ ଓ ଏନସିବି ନିର୍ଦ୍ଦେଶକ ସମୀର ୱଙ୍ଖେଡେ ଏବଂ ଅନ୍ୟମାନଙ୍କ ନାମରେ ଲାଞ୍ଚ ଅଭିଯୋଗ ଆଣିଥିଲେ। ଯାହାପରେ ମାମଲାକୁ NCBର ଏସଆଇଟି ଟିମକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ମାମଲାର ଚାର୍ଜସିଟ୍ ଦାଖଲ ହେବା ପୂର୍ବରୁ ପ୍ରଭାକର ସେଲଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି।