Nawazuddin Siddiqui: ନୱାଜୁଦ୍ଦିନ ସିଦ୍ଦିକି ବାସ ଏହି ନାଁ ହିଁ ଯଥେଷ୍ଟ । ପରଦା ଉପରେ ପ୍ରତ୍ୟେକଟି କ୍ୟାରେକ୍ଟରୁ ସେ ନିଜ ଅଭିନୟ ମାଧ୍ୟମରେ ଜୀବନ୍ତ କରିଥାଆନ୍ତି ସେ । ତେବେ ଆଜିକାଲି ପାରିବାରିକ ବିବାଦକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ନୱାଜୁଦ୍ଦିନ ସିଦ୍ଦିକି( Nawazuddin Siddiqui) । କିଛିଦିନ ପୂର୍ବରୁ ଅଭିନେତାଙ୍କ ମାଆ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇଥିଲା । ନୱାଜୁଦ୍ଦିନଙ୍କ ମାଆ ତାଙ୍କ ବୋହୂ ଆଲିଆ ସିଦ୍ଦିକିଙ୍କ ( Aaliya Siddiqui ) ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଆଲିଆ ସିଦ୍ଦିକି । ସେ ଅଭିଯୋଗ କରିଥିଲେ ଯେ, ଅଭିନେତା ଓ ତାଙ୍କ ପରିବାର ଲୋକେ ତାଙ୍କୁ ଅନେକ ଦିନ ହେବ ଖାଇବାକୁ ଦେଇନଥିଲେ । ଏହାଛଡ଼ା ତାଙ୍କୁ ଶୋଇବା ଲାଗି ବେଡ଼ ଓ ବାଥରୁମ ବ୍ୟବହାର କରିବା ଲାଗି ମଧ୍ୟ ଛାଡ଼ିନଥିଲେ । ଆଲିଆଙ୍କ ଅଭିଯୋଗ ପରେ ମୁମ୍ୱାଇ ଅନ୍ଧେରି କୋର୍ଟରୁ ନୱାଜୁଦ୍ଦିନଙ୍କୁ ଏକ ନୋଟିସ ଜାରି କରାଯାଇଛି । ତେବେ ପତ୍ନୀଙ୍କ ସହ ମତାନ୍ତର ପରେ ନୱାଜୁଦ୍ଦିନ ଘର ଛାଡ଼ି ହୋଟେଲରେ ରହୁଥିବା ଚର୍ଚ୍ଚା ହେଉଥିଲା । ଏସବୁ ଭିତରେ ବର୍ତ୍ତମାନ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଓକିଲର ଆଲିଆଙ୍କୁ ନେଇ ଏକ ବଡ଼ ବୟାନ ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ନିକଟରେ ଏକ ପ୍ରେସ କନଫରେନ୍ସ କରି ନୱାଜୁଦ୍ଦିନଙ୍କ ଓକିଲ କହିଛନ୍ତି, ଆଲିଆ ଏପର୍ଯ୍ୟନ୍ତ ତାଙ୍କ ପ୍ରଥମ ସ୍ୱାମୀ ବିନୟ ଭର୍ଗାଭଙ୍କୁ ଛାଡପତ୍ର ଦେଇନାହାଁନ୍ତି ସେ ତାଙ୍କ ସହ ଏବେ ବି ସମ୍ପର୍କରେ ଅଛନ୍ତି । ଅଷ୍ଟମ ଫେଲ ଆଲିଆଙ୍କର ପ୍ରକୃତ ନାମ ଅଞ୍ଜଳୀ କୁମାରୀ ଅଟେ । ନୱାଜୁଦ୍ଦିନଙ୍କୁ ବିବାହ କରିବା ପୂର୍ବରୁ ସେ ବିନୟ ଭର୍ଗାଭଙ୍କୁ ବିବାହ କରିଥିଲେ । ଏହାପରେ ସେ ମୁମ୍ବାଇ ଆସି ନିଜ ନାମ ପରିବର୍ତ୍ତନ କରି ଅଞ୍ଜନା ପାଣ୍ତେ ରଖିଥିଲେ । ୨୦୧୦ରେ ପୁଣିଥରେ ନିଜ ନାମ ପରିବର୍ତ୍ତନ କରି ଅଞ୍ଜନା ଆନନ୍ଦ କରିଦେଇଥିଲେ । କିଛିଦିନ ପର ସେ ତାଙ୍କ ନାମ ଜୈନବ କରିବା ସହ ଇସଲାମ ଧର୍ମ ଗ୍ରହଣ କରିଥିଲେ । ଏହାପରେ ସେ ନୱାଜୁଦ୍ଦିନଙ୍କୁ ବିବାହ କରିଥିଲେ। ବିବାହର ଏକ ବର୍ଷ ପରେ ଅର୍ଥାତ ୨୦୧୧ ମସିହାରେ ସେ ନୱାଜୁଦ୍ଦିନଙ୍କୁ ଛାଡ଼ପତ୍ର ଦେଇଥିଲେ । କିନ୍ତୁ ପରେ ଯେତେବେଳେ ଆଲିଆ ଦେଖିଲେ ଯେ ନୱାଜୁଦ୍ଦିନ ସିଦ୍ଦିକିଙ୍କ କ୍ୟାରିୟର ଠିକ୍ ଚାଲିଛି ସେ ପୁଣିଥରେ ତାଙ୍କ ଜୀବନକୁ ଫେରିବାକୁ ନେଇ ନିଷ୍ପତ୍ତି ନେଇଥିଲେ। ସେ ପୁର୍ନବାର ୨୦୨୦ରେ ନୱାଜୁଦ୍ଦିନଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ, କିନ୍ତୁ ଏଥିରେ କିଛି ଫରକ ପଡ଼ିନଥିଲା କାରଣ ଦୁହେଁ ବହୁ ପୂର୍ବରୁ ଅଲଗା ହୋଇସାରିଥିଲେ।


ସୂଚନା ରହିଛି ଯେ, ଆଲିକା ଓ ନୱାଜୁଦ୍ଦିନ ୨୦୧୦ ମସିହାରେ ବିବାହ କରିଥିଲେ । ଏହାପରେ କୋଭିଡ଼ ମାହାମାରୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ନେଇ ଖବର ସାମ୍ନାକୁ ଆସିଥିଲା । ୨୦୨୦ ମସିହାରେ ସ୍ୱାମୀଙ୍କ ଉପରେ ଘରୋଇ ହିସାଂର ଅଭିଯୋଗ ଆଣି ଛାଡ଼ପତ୍ର ନୋଟିସ ଜାରି କରିଥିଲେ ଆଲିଆ । ଏହାପରେ ସେ ପୁଣିଥରେ ନିଜ ବିବାହକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଥିବା ନେଇ ଖବର ସାମ୍ନାକୁ ଆସିଥିଲା ।