Ollywood News: ଅଗଷ୍ଟ ୬ରେ ନୂଆ ଚଳଚ୍ଚିତ୍ର ‘ତୁମ ବିନା’
Ollywood News: ଲଭ୍ ରୋମାନ୍ସରେ ଭରପୁର ସିନେମା ‘ତୁମ ବିନା’ । ଅଭିନେତା ଶ୍ରୀତମ ଦାସ ଓ ଲିପ୍ସା ମିଶ୍ରଙ୍କ ଯୋଡିକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।
Ollywood News: ଜୀ-ସାର୍ଥକରେ ଅଗଷ୍ଟ ୬ ତାରିଖ ରବିବାର ସନ୍ଧ୍ୟା ୬:୩୦ମି. ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ତୁମ ବିନା' l ଓଡ଼ିଶାର ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ (Sritam das) ଚଳଚ୍ଚିତ୍ର 'ତୁମ ବିନା' ର ନିର୍ଦ୍ଦେଶନା ତଥା ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ କାହାଣୀ ପରିକଳ୍ପନା କରିଛନ୍ତି ଜୀ ସାର୍ଥକ ଚିଫ୍ ଚାନେଲ ଅଫିସର ପ୍ରତୀକ ସିଲ୍ l କଲେଜ୍ ସମୟରୁ ନିଶିଥ ଓ ଦୀପାଳିଙ୍କ ବନ୍ଧୁ ଓ ସମୟକ୍ରମେ ବନ୍ଧୁତ୍ଵରୁ ପ୍ରେମ (Love) ଓ ତା'ପରେ ବାହାଘର, ହେଲେ କାହାଣୀ ଏଠି ସରୁ ନାହିଁ ବରଂ ଆରମ୍ଭ ହୋଇଛି ଓ ସେହି ବାହାଘର ପାଇଁ ଦୁଇ ଜଣକୁ ଦେବାକୁ ପଡେ ବହୁମୂଲ୍ୟ । ଫିଲ୍ମର ନିର୍ଦ୍ଦେଶନା ତଥା ପ୍ରଯୋଜନା ସହିତ ମୁଖ୍ୟ ଚରିତ୍ରରେ ମଧ୍ୟ ଅଛନ୍ତି ଶ୍ରୀତମ ଦାସ l ଶ୍ରୀତମଙ୍କ ବନ୍ଧୁ ମାନେ ତାଙ୍କ ସ୍ତ୍ରୀ ଚରିତ୍ରରେ ଅଛନ୍ତି ଚୁଲବୁଲି ନାୟିକା ଲିପ୍ଶା ମିଶ୍ର (Lipsa mishra) ସହ କଳାକାର ଭାବେ ଉଷଶୀ ମିଶ୍ର ଓ ଶିଶୁ କଳାକାର ଲତାଶା।
ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀକୁ ନେଇ ତିଆରି ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ (Music Director Goodly rath) । ଗୀତଗୁଡିକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର ଓ ଗାଇଛନ୍ତି ଓଡିଆ ଫିଲ୍ମ ଜଗତର ଆଗଧାଡ଼ିର ଗାୟକ ହ୍ୟୁମାନ ସାଗର, ବିଷ୍ଣୁ ମୋହନ କବି, ଗାୟିକା ଲିପ୍ସା ମହାପାତ୍ର ଓ ଲିପାକ୍ଷୀ ଦାସ ।
ବନ୍ଧୁତ୍ଵରୁ ପ୍ରେମ, ପ୍ରେମରୁ ବାହାଘର ଓ ଖୁସିର ସଂସାର ମଧ୍ୟରେ ଆସିଛି ଗୋଟେ କୁନି ପରି ମାନେ ନିଶୀଥ ଓ ଦୀପାଳିଙ୍କ ଝିଅ ହୋଇଛି l ଘର ଖୁସିରେ ଭରିଯାଇଛି ହେଲେ ହଟାତ ଆସିଛି ଏକ ଅପ୍ରତ୍ୟାଶିତ ଝଡ଼ ଯାହା ପୁରା ସଂସାରକୁ ଓଲଟାଇ ଦେଇଛି । ନିଶୀଥ ନିଜର ଚାକିରି ହରାଇଛି ଓ ସାଙ୍ଗରେ ହରାଇଛି ନିଜ ଝିଅ ଓ ସ୍ତ୍ରୀକୁ ବି । ତେବେ କେମିତି ଓ କାହିଁକି ଚାକିରି ହରାଇଲା ନିଶୀଥ ? ଦୀପାଳି କଣ ନିଜ ପରିବାର ର ଦାୟିତ୍ୱ ନିଜ କାନ୍ଧରେ ଉଠାଇ ପାରିବ? ନିଶିଥ କଣ ଏହାକୁ ଗ୍ରହଣ କରିପାରିବେ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଆସିବ ଫିଲ୍ମ ‘ତୁମ ବିନା’ ଅଗଷ୍ଟ ୬ ତାରିଖ ସନ୍ଧ୍ୟା ୬ .୩୦ମି ରେ କେବଳ ଜୀ-ସାର୍ଥକରେ । ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ଜୀବନସାଥୀ, ତୋ ପାଇଁ ମୁଁ, ତୁ ଖରା ମୁଁ ଛାଇ, ଝିଲ୍ଲୀ, ସୁନା ଝିଅ, ମୁଁ ବି ଅର୍ଦ୍ଧାଙ୍ଗିନୀ, ମୁଁ ବି ବିଜୟିନୀ, ସର୍ବଜିତା ଅନୁ, ସରଗମ, ଶ୍ୟାମା, କେମିତି କହିବି କହ, ଜାଗୃତୀ, ପରି ଅନେକ ସୁନ୍ଦର ଧାରାବାହିକ ଭେଟି ଦେଇଛି ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକ । ତନ୍ମଧ୍ୟରେ ଓଲିଉଡ ସୁପରଷ୍ଟାରଙ୍କ ଅଭିନିତ ଧାରାବାହିକ କେମିତି କହିବି କହ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା । ହେଲିକପ୍ଟରରେ ଅଭିନେତା ସିଦ୍ଧାନ୍ତଙ୍କ ଏଣ୍ଟିକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ଏଥିସହ ଲୋକପ୍ରିୟ ଗୀତିକାର ସୂର୍ଯ୍ୟମହାପାତ୍ର ଲେଖିଥିବା କେମିକି କହିବି କହର ଟାଇଟେଲ ଟ୍ରାକ୍ ଦର୍ଶକଙ୍କ ମନକୁ ଖୁବ୍ ଛୁଇଁଥିଲା । କେବଳ ସେତିକି ନୁହେଁ ସିନେମା ନିର୍ମାଣରେ ମଧ୍ୟ ଜୀ ସାର୍ଥକ ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ଚଢିଚାଲିଛି । ଅନେକ ସୁପରହିଟ୍ ସିନେମା ପ୍ରଯୋଜନା କରି ଦର୍ଶକଙ୍କଠାରୁ ଆଦୃତ୍ତ ଲାଭ କରିଛି ।