Entertainment News: ଓଡ଼ିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡ଼ିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ । ଜୀ-ସାର୍ଥକର ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ହେଉ କି ଡାନ୍ସ ଓଡ଼ିଶା ଡାନ୍ସ ଓ ରଜ କୁଇନ୍ (Raja queen) ପରି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନକୁ ଛୁଇଁପାରିଛି । ଜୀ-ସାର୍ଥକ ଓଡ଼ିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି । ସେହିପରି ଆଉ ଦୁଇଟି ମଜବୁତ ଓ ପ୍ରେରଣା ଦାୟୀ କାହାଣୀକୁ ନେଇ ଦୁଇଟି ମେଗା ଧାରାବାହିକ ‘ଶକ୍ତି’ ଓ ‘ସନ୍ଧ୍ୟା ରାଗିଣୀ’ ଆସୁଛି କେବଳ ଜୀ-ସାର୍ଥକରେ ।


COMMERCIAL BREAK
SCROLL TO CONTINUE READING

‘ଶକ୍ତି’ ହେଉଛି ଶକ୍ତି ମହାପାତ୍ର ନାମକ ଏକ ନିଷ୍ଠାପର ଓ ସ୍ବାଭିମାନୀ ଝିଅର କାହାଣୀ । ବିଦେଶରେ ପାଠ ପଢି ଓକିଲ ହେବା, ନିଜ ପରିବାରକୁ ସାହାଯ୍ୟ କରିବା ଓ ସ୍ବାଧୀନ ଭାବରେ ଚଳିବାର ସ୍ୱପ୍ନ ଦେଖେ ଶକ୍ତି  ହେଲେ ନିଜ ପରିବାର ଏବଂ ଶିବରାଜଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା କଳି ଝଗଡା ମଧ୍ୟରେ ସେ ଫସିଯାଇଛି । ଗର୍ବୀ ତଥା ନିର୍ଦ୍ଦୟ ବ୍ୟବସାୟୀ ଶିବରାଜ ଶକ୍ତିକୁ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଯେତେବେଳେ ସେ ମନା କରେ, ସେତେବେଳେ ଶିବରାଜ ତାକୁ ହଇରାଣ କରିବାକୁ ସବୁବେଳେ ଚେଷ୍ଟା କରେ । ଏହା ସତ୍ତ୍ୱେ ଶକ୍ତି, ଯିଏ କି ହାରିବା ଶିଖିନି ବରଂ ଲଢିବା ଶିଖିଛି, ସେ ଶିବରାଜଙ୍କ ସହିତ ବିବାହ କରିବାକୁ ନିଷ୍ପତ୍ତି ନିଏ ।  ହେଲେ କଣ ହେବ ଆଗକୁ ? ସେମାନଙ୍କର ସମ୍ପର୍କ ଶତ୍ରୁତା ପ୍ରେମକୁ ରୂପାନ୍ତରିତ ହେବ ? ସେମାନଙ୍କ ପରିବାର ମଧ୍ୟରେ କଳହର ଅନ୍ତ ଘଟିବ କି ? ତେବେ କାହାଣୀ ଏହିଠାରୁ ଆରମ୍ଭ ମାତ୍ର । 
ଏସ ପି ପି ପ୍ରଡକ୍ଶନ୍ସର ଏହି ଧାରାବାହିକରେ ନାୟକ ନୀଲ ଥିବା ବେଳେ ନାୟିକା ହୋଇଛନ୍ତି ମିତାଲି । ‘ଶକ୍ତି’ ପ୍ରସାରିତ ହେବ କେବଳ ଜୀ-ସାର୍ଥକରେ ସୋମବାରୁ ଶୁକ୍ରବାର ସନ୍ଧ୍ୟା ୮ ରେ ।


ଓଡ଼ିଶାର ଏକ ଛୋଟ ଗାଁରେ ଦୁଇ ଭଉଣୀ ଯଶୋଦା ଓ ଦେବକୀ ଏକ ଭୁଲ ବୁଝାମଣା ପାଇଁ ଅଲଗା ହୋଇଯାଇଥିଲେ କାରଣ ଯଶୋଦାର ବାହାଘର ମାଧବ ସହ ଠିକ ହୋଇଥିଲା ବେଳେ ଦେବକୀ ବିବାହ କରିଥିଲେ ମାଧବକୁ ଓ ସେଥିପାଇଁ ଦେବକୀକୁ ଘରୁ ବାହାର କରିଦିଆଯାଇଛି ଓ ତା ବାପା ତାକୁ ଆଉ ଫେରିବାକୁ ବାରଣ କରିଛନ୍ତି । ଯଶୋଦା ରଘୁରାଜକୁ ବିବାହ କରିଛି, ଯିଏକି ତାଙ୍କ ପିତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଦେବକୀ ଠାରୁ ଯଶୋଦାକୁ ଦୂରେଇ ରଖିଛି । ଏହା ମଧ୍ୟରେ ୨୦ ବର୍ଷ ଚାଲିଯାଇଛି, ଦେବକୀର ଝିଅ ରାଗିଣୀ, ଲଣ୍ଡନର ଜଣେ ପାଠ ପଢିଥିବା ଆଧୁନିକ ତଥା ସ୍ବାଧୀନ ଚିନ୍ତାଧାରା ରଖୁଥିବା ଝିଅ ମା’ (ଦେବକୀ) ମୃତ୍ୟୁ ପରେ ଯଶୋଦାର ପରିବାର ସହିତ ରହିବାକୁ ଆସନ୍ତି । ଯଶୋଦାର ଝିଅ ‘ସନ୍ଧ୍ୟା’ ଜଣେ ପାରମ୍ପରିକ ଚଳଣି ସହ ଘରର ବଡ଼ ମାନଙ୍କୁ ଗଭୀର ସମ୍ମାନ କରନ୍ତି । ସେ ତାଙ୍କ ମା ଉପରେ ନିର୍ଭରଶୀଳ ଏବଂ ହକି ଖେଳିବାକୁ ସ୍ବପ୍ନ ଦେଖେ । ଯଶୋଦା, ଜଣେ ସ୍ନେହୀ ମା ଏବଂ ଦ୍ଵାୟୀତ୍ଵବାନ ପତ୍ନୀ, ରାଗିଣୀଙ୍କୁ ଆପଣେଇ ନିଅନ୍ତି । ସେପଟେ କଠୋର ତଥା ପାରମ୍ପାରିକ ପିତା ରଘୁରାଜ, ଝିଅ ମାନଙ୍କର ସୁରକ୍ଷା ଏବଂ ଭବିଷ୍ୟତ ପାଇଁ ପାରିବାରିକ ପରମ୍ପରାକୁ ବଜାୟ ରଖିବାକୁ ଚେଷ୍ଟା କରନ୍ତି ତେବେ କଣ ଦୁଇ ଝିଅ ଏଥର ମିଶି ପାରିବେ ନା ପୁଣି କିଛି ଭୁଲ ବୁଝାମଣା ହେବ । ଓଡ଼ିଶାର ଲୋକପ୍ରିୟ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ଲିତିସା ଓ ପ୍ରିୟଙ୍କା ।


ସେପଟେ ବିବାହାପରେ ପ୍ରେମର ନୂଆ କାହାଣୀ ନେଇ ଆସୁଛି ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ତୁ ମୋ ସାଥିରେ’ । ବାହାଘର ପରେ ଅମ୍ବର ଓ ଧାରା ମଧ୍ୟରେ ହେଉଥିବା ପ୍ରେମ, ଝଗଡା ଓ ବୁଝାମଣା ବହୁ ଉତ୍କଣ୍ଠାପୂର୍ଣ ମୋଡ । ବିଜୟ କାଣ୍ଡୋଇ ପ୍ରଯୋଜିତ ଓ ସରୋଜ ଦାଶ ନିର୍ଦେଶିତ ‘ତୁ ମୋ ସାଥିରେ’କୁ ଦର୍ଶକ ଦେଖିବେ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ ରେ କେବଳ ଜୀ-ସାର୍ଥକରେ  “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ । ଏହି ମେଗା ଧାରାବାହିକ ଗୁଡିକ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି । ଚ୍ଯାନେଲ ମୁଖ୍ୟ କ୍ଲଷ୍ଟର ଅଫିସର ଶ୍ରୀ ସମ୍ରାଟ ଘୋଷ, ଇଷ୍ଟ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ (ZEEL) କହିଛନ୍ତି, “ନଂ-୧ ଜିଇସି ଚ୍ଯାନେଲ ଭାବରେ ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିପାରିଛି ତାର କାରଣ ହେଉଛନ୍ତି ଆମ ଦର୍ଶକ ମାନଙ୍କର ଭଲ ପାଇବା ଓ ଆଶୀର୍ବାଦ । ଆମେ ଆମ ଦର୍ଶକ ମାନଙ୍କୁ ଅନୁରୋଧ କରିବୁ ଯେ ଆମ ପ୍ରତି ତାଙ୍କର ଏହି ପରି ଭଲ ପାଇବା ରହୁ ଓ ଆମ ସହିତ ରହିବେ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀ ଘୋଷ ।


Also Read- ୯୨ ବର୍ଷ ବୟସରେ ପାଠ ପଢିଲେ ଖାନ ଚାଚି, ଅନ୍ୟ ପାଇଁ ସାଜିଲେ ପ୍ରେରଣା


Also Read- ବାପା କିଣିଲେ ସେକେଣ୍ଡ ହ୍ୟାଣ୍ଡ୍ ସାଇକେଲ୍, ଖୁସିରେ ନାଚିଲା ପୁଅ, ଦେଖନ୍ତୁ ଭିଡିଓ