୯୨ ବର୍ଷ ବୟସରେ ପାଠ ପଢିଲେ ଖାନ ଚାଚି, ଅନ୍ୟ ପାଇଁ ସାଜିଲେ ପ୍ରେରଣା
Advertisement
Article Detail0/zeeodisha/odisha1890123

୯୨ ବର୍ଷ ବୟସରେ ପାଠ ପଢିଲେ ଖାନ ଚାଚି, ଅନ୍ୟ ପାଇଁ ସାଜିଲେ ପ୍ରେରଣା

କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ମନର ଦୃଢ ଇଚ୍ଛା ଶକ୍ତି (Strong will power) ମଣିଷକୁ ସଫଳତା ଆଡକୁ ନେଇଯାଇଥାଏ । ସେପରି ଏକ ନିଆରା ଘଟଣା ଆସିଛି ମେରଟରୁ । ଜଣେ ୯୨ ବର୍ଷିୟ ବୃଦ୍ଧା ଆଜି ଶିକ୍ଷିତ ହୋଇପାରିଛନ୍ତି । ପିଲାଙ୍କ ଗହଣରେ ପ୍ରତ୍ୟେକ ଦିନ ବୁଲନ୍ଦଶାହରର ଚାୱଲି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପା

୯୨ ବର୍ଷ ବୟସରେ ପାଠ ପଢିଲେ ଖାନ ଚାଚି, ଅନ୍ୟ ପାଇଁ ସାଜିଲେ ପ୍ରେରଣା

inspiration story: କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ମନର ଦୃଢ ଇଚ୍ଛା ଶକ୍ତି (Strong will power) ମଣିଷକୁ ସଫଳତା ଆଡକୁ ନେଇଯାଇଥାଏ । ସେପରି ଏକ ନିଆରା ଘଟଣା ଆସିଛି ମେରଟରୁ । ଜଣେ ୯୨ ବର୍ଷିୟ ବୃଦ୍ଧା ଆଜି ଶିକ୍ଷିତ ହୋଇପାରିଛନ୍ତି । ପିଲାଙ୍କ ଗହଣରେ ପ୍ରତ୍ୟେକ ଦିନ ବୁଲନ୍ଦଶାହରର ଚାୱଲି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢି ନିଜକୁ ସ୍ୱାକ୍ଷର କରିଛନ୍ତି ବୃଦ୍ଧା ଜଣକ । ପାଠ ପଢିବାର ଇଚ୍ଛା ମନରେ ରହିଥିବାରୁ ଆଜି ସାଲିମାଙ୍କୁ ସଫଳକା ମିଳିଛି । ଗତ ମଙ୍ଗଳବାର ଦିନ ସେ ଏକ ପରୀକ୍ଷା (Exam) ଦେଇଛନ୍ତି ଯାହାର ଫଳାଫଳ ନିକଟରେ ପ୍ରକାଶିତ ହେବାକୁ ଯାଉଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାଲିମା କହିଛନ୍ତି ଯେ, ଶିଖିବାର କୌଣସି ବୟସ ନଥାଏ । ସେ କହିଥିଲେ ଯେ, ଯେତେବେଳେ ସେ ପ୍ରଥମେ ସ୍କୁଲକୁ ଆସିଥିଲେ ସେତେବେଳେ ଅନେକ ଛୋଟ ପିଲା ତାଙ୍କ ନିକଟରେ ବସି ରହୁଥିଲେ । ବର୍ତ୍ତମାନ ବୃଦ୍ଧ ମହିଳା ସାଲିମାଙ୍କୁ ସମସ୍ତେ ଖୁବ ଆଦର କରୁଛନ୍ତି । ବୟସ ଅଧିକ ହୋଇଥିବାରୁ କିଛି ପିଲା ତାଙ୍କର ଉପଯୁକ୍ତ ଯତ୍ନ ମଧ୍ୟ ନେଉଛନ୍ତି । ସ୍କୁଲରେ ପିଲାଙ୍କୁ ପୁରୁଣା କାହାଣୀ ମଧ୍ୟ ଶୁଣାଉଛନ୍ତି ସାଲିମା । ପିଲାଙ୍କ ହସରେ ସେ ମଧ୍ୟ ହସିପକାଉଛନ୍ତି । ସ୍କୁଲରେ ପଢୁଥିବା ପିଲାଙ୍କ ମଧ୍ୟରେ ସାଲିମାଙ୍କ ନାତି ନାତୁଣୀ ମଧ୍ୟ ରହିଛନ୍ତି । ସାଲିମା ବର୍ତ୍ତମାନ ୬ ମାସର ଶିକ୍ଷା ସମାପ୍ତ (6 months of education completed) କରିଛନ୍ତି । ବର୍ତ୍ତମାନ ସେ ଲେଖା ପଢା କରିପାରୁଛନ୍ତି । ସାଲିମାଙ୍କୁ ବିଦ୍ୟାଳୟକୁ ନେବା ଆଣିବାରେ ତାଙ୍କ ପରିବାର ସଦସ୍ୟ ସାହାଯ୍ୟ କରନ୍ତି । ଆଗରୁ ସେ ଟଙ୍କା ଗଣନା (Counting money) କରିପାରୁନଥିଲେ କିନ୍ତୁ ବର୍ତ୍ତମାନ ସେ ଟଙ୍କା ଗଣିପାରୁଛନ୍ତି ।  ସାଲିମା କହିଛନ୍ତି ଯେ, ମୁଁ ମୋର ନାମ ଲେଖିବାରୁଛି ତାହା ସବୁଠାରୁ ବଡ଼ କଥା ମୋପାଇଁ । 

କେନ୍ଦ୍ର ସରକାରଙ୍କ ସାକ୍ଷର ଭାରତ ଅଭିଯାନ ଅଧୀନରେ ୧୫ ବର୍ଷରୁ ଅଧିକ ବୟସର ଅଣ-ସାକ୍ଷରଙ୍କ ପାଇଁ ରବିବାର ଦିନ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଦେଇଛନ୍ତି ସାଲିମା । ପରୀକ୍ଷା ହଲରେ ସୋ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପରୀକ୍ଷା ଦେବା ପରେ ସେ କହିଛନ୍ତି ଯେ, ମୋର ପରୀକ୍ଷାରେ ଖୁବ ଭଲ ହୋଇଛି । ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡ. ପ୍ରତୀଭା ଶର୍ମା କହିଛନ୍ତି ଯେ, “ସଲିମା ପ୍ରାୟ ଆଠ ମାସ ପୂର୍ବରୁ ଆମ ପାଖକୁ ଆସିବା ସହ ଶ୍ରେଣୀ ଗୃହରେ ବସିବାକୁ ଅନୁମତି ମାଗିଥିଲେ । ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଶିକ୍ଷା ଦେବା ଏକ କଷ୍ଟକର କାର୍ଯ୍ୟ ହୋଇଥିଲେ ମଧ୍ୟ ଆମେ ବିନା ଦ୍ୱିଧାରେ ତାଙ୍କୁ ଶିକ୍ଷା ପ୍ରଦାନ କରିଥିଲୁ । ଅଧ୍ୟୟନ ପ୍ରତି ତାଙ୍କର ଆଗ୍ରହ ଅନେକ ରହିଥିଲା । ଏହି ଘଟଣାକୁ ନେଇ ଗାଁରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ଶିକ୍ଷୟତ୍ରୀ ଶର୍ମା କହିଛନ୍ତି ଯେ, ସଲିମାଙ୍କ ଉତ୍ସାହ ଦେଖିବା ପରେ ଗାଁର ଅନ୍ୟ ମହିଳାମାନେ ମଧ୍ୟ ଶ୍ରେଣୀରେ ପାଠ ପଢିବା ପାଇଁ ଆସିଥିଲେ । ଆମେ ସେମାନଙ୍କ ପାଇଁ ଏକ ଅଲଗା କ୍ଲାସର ଆୟୋଜନ କରୁଛୁ । ଏପରି ବୟସରେ ପାଠ ପ୍ରତି ଆକର୍ଷିତ ହେବା ଘଟଣା ଅନ୍ୟ ପାଇଁ ଖୁବ ପ୍ରେରଣାଦାୟକ । ସାଲିମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦୁର୍ବଳ ହୋଇଥିବାରୁ ସେ ଚାଲିବା ସମୟରେ ସାହାଯ୍ୟ ଆବଶ୍ୟକ କରନ୍ତି । ଏତେ ଅସୁବିଧା ପରେ ମଧ୍ୟ ପାଠ ପ୍ରତି ତାଙ୍କର ଆଗ୍ରହଭାବ ଅନ୍ୟମାନଙ୍କ ମନରେ ଉତ୍ସାହ ଭରିଛି । ସାଲିମାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Also Read- ବାପା କିଣିଲେ ସେକେଣ୍ଡ ହ୍ୟାଣ୍ଡ୍ ସାଇକେଲ୍, ଖୁସିରେ ନାଚିଲା ପୁଅ, ଦେଖନ୍ତୁ ଭିଡିଓ

Also Read- Heart Transplant: ଆଶ୍ଚର୍ଯ୍ୟ ! ମଣିଷ ଛାତିରେ ଘୁଷୁରୀ ହାର୍ଟ, ଆମେରିକା ରଚିଲା ଆଉ ଏକ ଇତିହାସ