Noida Police Arrest snakes poison Smuggler: ପୁଣି ଚର୍ଚ୍ଚାରେ ‘ବିଗ୍‌ ବସ୍‌ ଓଟିଟି ୨’ର ବିଜେତା ଓ ଜଣାଶୁଣା ୟୁଟୁବର ଏଲଭିଶ ଯାଦବ (bigg boss ott 2 winner elvish yadav)।   ୟୁଟୁବର ଏଲଭିଶ ଯାଦବଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି। ରେଭ୍ ପାର୍ଟିରେ ବିଦେଶୀ ଝିଅ ଓ ବିଶାକ୍ତ ସାପର ବିଷ କାରବାର କରୁଥିବା ନେଇ ଅଭିଯୋଗ ଆସିଛି । ଏନେଇ ନୋଏଡାର ସେକ୍ଟର ୫୯ ଥାନାରେ ଏଲଭିଶ ଯାଦବଙ୍କ ସହ ଅନ୍ୟ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି (noida police registered fir againstelvish yadav)। ପୋଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି। 


COMMERCIAL BREAK
SCROLL TO CONTINUE READING

 



 



ସୂଚନା ଅନୁସାରେ, ଉତ୍ତରପ୍ରଦେଶର ନୋଏଡାର ସେକ୍ଟର ୪୯ କୋଟୱାଲୀ ଅଞ୍ଚଳରେ କିଛି ଯୁବକ ସେକ୍ଟର ୫୧ ର ସାଫ୍ରନ୍ ୱେଡିଂ ଭିଲ୍ଲାରେ ଏକ ରେଭ୍ ପାର୍ଟି ଆୟୋଜିତ କରିଥିଲେ। ଏହି ରେଭ୍ ପାର୍ଟିରେ ଏକାଧିକ ବିଦେଶୀ ଯୁବତୀ ମଧ୍ୟ ସାମିଲ ହୋଇଥିଲେ। ଏନେଇ ପୋଲିସ୍ ଖବର ପାଇ ସେଠାରେ ଚଢାଉ କରିଥିଲା। ଚଢାଉ ସମୟରେ ୫ ଜଣଙ୍କ ଅଭିଯୁକ୍ତଙ୍କୁ ଧରିଥିଲା ପୋଲିସ୍। ସେଠାରେ ରେଭ୍ ପାର୍ଟି ସହିତ ବିଶାକ୍ତ ସାପର ବିଷ ବି କାରବାର କରୁଥିଲେ ଏହି ଅଭିଯୁକ୍ତମାନେ। ପୋଲିସ ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଆଉ ପଚରା ଉଚରା ବି କରିଥିଲା। 


ପଚରା ଉଚରା ସମୟରେ  ‘ବିଗ୍‌ ବସ୍‌ ଓଟିଟି ୨’ର ବିଜେତା ଓ ଜଣାଶୁଣା ୟୁଟୁବର ଏଲଭିଶ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା। ତେବେ,  ଏଲଭିଶ ଯାଦବଙ୍କୁ ଖୁବଶିଘ୍ର ଗିରଫ କରାଯାଇପାରେ ବୋଲି ପୋଲିସ୍ କହୁଛି (Elvish Yadav FIR) । ସେପଟେ, ରେଭ୍ ପାର୍ଟିରୁ ୯ଟି ବିଶାକ୍ତ ସାପ ସହ  ପ୍ଲାଷ୍ଟିକ୍ ବୋତଲରେ ଥିବା ୨୫ ML ସାପ ବିଷ ମଧ୍ୟ ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର କରାଯାଇଛି। ପୋଲିସ କହିଛି ଯେ,  ରେଭ ପାର୍ଟିରେ ଲୋକଙ୍କୁ ଦିଆଯାଉଥିବା ମଦରେ ଅଧିକ ନିଶା ପାଇଁ ସାପ ବିଷ ବ୍ୟବହାର କରାଯାଉଥିଲା।


(Disclaimer: ଏଠାରେ ଦିଆଯାଇଥିବା ସୂଚନା କେବଳ ସୂଚନା ପ୍ରଦାୟୀ। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। )