କଟକ: ନିଶାଚର ପାଲଟିଲେ କି ଅନୁଭବ ମହାନ୍ତି? ପୁଣି ଥରେ ବିଳମ୍ବିତ ରାତିରେ ୟୁଟ୍ୟୁବରେ ଆଉ ଏକ ଭିଡିଓ ଅପଲୋଡ କରିଛନ୍ତି। ଅଧିକାଂଶ ସମୟରେ ଅଭିନେତା ଅନୁଭବ ରାତିରେ ହିଁ ସୋସିଆଲ ମିଡଆରେ ଆକ୍ଟିଭ୍ ରୁହନ୍ତି। ସେଥିପାଇଁ ସେହି ଚିରାଚରିତ ଢଙ୍ଗରେ ନୂଆ ଭିଡିଓ ରିଲିଜ କରିଛନ୍ତି। କିନ୍ତୁ ଏଥର ଜଣେ ବ୍ଲଗର ଭଳି ନିଜ ରୁମ ଦେଖାଇବା ସହ ଫ୍ୟାନ୍ସ ଓ ପରିବାର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରାପଡା ସାଂସଦ ତାଙ୍କ ନୂଆ ଭିଡିଓର ଟାଇଟଲ ଦେଇଛନ୍ତି, 'ବୋହୁତ ବୋଝ ନେଲିଣି ।। ମତେ ମାରି ସାରିଲଣି ।। ଆଉ ମରିବାକୁ ନେଇ ଡରାଅ ନାହିଁ ।। ଜାଣନ୍ତୁ କଣ ଅନୁଭବଙ୍କ ଶେଷ ଇଚ୍ଛା !'


COMMERCIAL BREAK
SCROLL TO CONTINUE READING

ସୋମବାର ବିଳମ୍ବିତ ରାତି ତଥା ମଙ୍ଗଳବାର ସକାଳ ପାଇବା ପୂର୍ବରୁ ଅନୁଭବ ମହାନ୍ତି ତାଙ୍କର ନୂଆ ଭିଡିଓକୁ ୟୁଟ୍ୟୁବରେ ଅପଲୋଡ କରିଛନ୍ତି। ସେ ଫ୍ୟାନ୍ସଙ୍କ ଡିମାଣ୍ଡରେ ଏହି ଭିଡିଓଟି ତିଆରି କରିଥିବା କହିଛନ୍ତି। ପ୍ରଥମେ ସେ ତାଙ୍କ ଫ୍ୟାନ୍ସ ଓ ସମର୍ଥକଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ପରେ ନିଜ ବେଡରୁମର ସାଜସଜ୍ଜା ଦେଖାଇଛନ୍ତି। ସାଂସଦଙ୍କ ଖଟରେ ଦୁଇଟି ତକିଆ ପଡିଛି, କିନ୍ତୁ ସେ ସେଠାରେ ଏକୁଟିଆ ଶୁଅନ୍ତି। ପୂର୍ବରୁ ସେ ତାଙ୍କ ବାପା ମାଆଙ୍କ ରୁମରେ ଶୋଉଥିଲେ। କିନ୍ତୁ ସେ ତଳେ ଶୋଉଥିବାରୁ ବାପା ଗାଳି ଦେଇ ଅନ୍ୟ ରୁମରେ ଶୋଇବାର ବ୍ୟବସ୍ଥା କରିଛନ୍ତି ବୋଲି ଅନୁଭବ ଭିଡିଓରେ କହିଛନ୍ତି।


 



 


ଏହା ବ୍ୟତୀତ ସେ କହିଛନ୍ତି ଯେ, ସେ ଜଣେ ମଧୂମେୟ ରୋଗୀ। ଦୀର୍ଘ ଦୁଇ ବର୍ଷ ହେଲା ସେ ଶୋଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ନିଦ ହେଉନାହିଁ। ଅନୁଭବ ପାଖରେ ଚକଲେଟ ଓ ଜୁସ ଧରି ଶୁଅନ୍ତି। ଟେବୁଲରେ ଅନେକ ଗୁଡାଏ ବହି ମଧ୍ୟ ରଖିଛନ୍ତି। ମନ ହେଲେ ସେଗୁଡିକୁ ସେ ପଠନ୍ତି। କିଛି ବହି ଉପହାର ସ୍ୱରୂପ ମିଳିଥିବା ଅନୁଭବ କହିଛନ୍ତି। କହିବାକୁ ତାଙ୍କ ପାଖରେ ଅନେକ ଗୁଡାଏ ପ୍ରସଙ୍ଗ ଅଛି କିନ୍ତୁ ଆଇନକୁ ସମ୍ମାନ ଜଣାଇ କୌଣସି ବିବାଦ ସୃଷ୍ଟି ନ କରିବା ପାଇଁ ସେ କିଛି କହୁନାହାନ୍ତି। ତାଙ୍କ ପାଟି ବର୍ତ୍ତମାନ ସିଲ୍ ଥିବା ଅଭିନେତାର ପ୍ରକାଶ କରିଛନ୍ତି।


Also Read: IND vs SA T20I : ବାରବାଟି ମ୍ୟାଚ ପାଇଁ ଆଜିଠୁ ଅଫଲାଇନ ଟିକଟ, ଜାଣନ୍ତୁ କେଉଁଠି ହେଉଛି ଉପଲବ୍ଧ


କାହାରି ନାମ ନ ନେଇ ଅନୁଭବ କହିଛନ୍ତି, 'ଯେମିତି କୁହନ୍ତି, ମତେ ମାରି ସାରିଲଣି। ଆଉ ମରିବାକୁ ନେଇକି ମତେ ଡରାଅନି। ମୁଁ ଜଣେ ମୃତ ବ୍ୟକ୍ତି! ଜଣେ ମୃତ ବ୍ୟକ୍ତି ଭଳି ମୁଁ ବଞ୍ଚୁଛି। ମୁଁ ଆଉ ମରିବାକୁ ଡରୁନାହିଁ। କିନ୍ତୁ ହଁ, ଅନ୍ୟ ମଣିଷଙ୍କ ଭଳି ଯଦି ମୋର ଶେଷ ଇଚ୍ଛା ପଚରା ଯାଏ ତେବେ ମୁଁ ଏତିକି କହିବି, ମୁଁ ସବୁବେଳେ ବଞ୍ଚିବାକୁ ଚାହେଁ। ଆଉ ମୁଁ ଚାହିଁବି ମୋର ଏହି ଇଚ୍ଛା ପୂରଣ ହେଉ। ଆଉ କିଛି କହିବିନି। ଆପଣମାନେ ଅଛନ୍ତି, ବାପାମାଆ ଅଛନ୍ତି, ଜଗନ୍ନାଥ ଅଛନ୍ତି, ଯାହା ହେବ ତାର ସାମ୍ନା କରିବ।'


ଏହା ବ୍ୟତୀତ ବିଜେଡି ସାଂସଦ କହିଛନ୍ତି ଯେ, ସେ କୌଣସି ମିଛ ପରିସ୍ଥିତି ସୃଷ୍ଟି କରିନାହାନ୍ତି କି ମିଛ କାହାଣୀ ଗଢିନାହାନ୍ତି। ଅନ୍ୟମାନେ ତାଙ୍କ ଜୀବନ ବିଷୟରେ କହିପାରୁଛନ୍ତି କିନ୍ତୁ ସେ ଏଥିରୁ ବଞ୍ଚିତ ହେଉଛନ୍ତି। ସେ ଆଇନକୁ ସମ୍ମାନ ଜଣାନ୍ତି। ଆଜି ନ ହେଲେ କାଲିକୁ ନିଶ୍ଚିତ ଭାବେ ସ୍ୱର୍ଯ୍ୟାଦୟ ହେବ। ହୁଏତ କାଳେ ତାଙ୍କ ଶେଷ ପୂର୍ବରୁ ସେ ସ୍ୱର୍ଯ୍ୟାଦୟ ଦେଖିବେ, ତାଙ୍କ ପରିବାର ଦେଖିବ। ବେଳେ ବେଳେ ନିଜ ରକ୍ତ ବି ବେଳେ ବେଳେ ସାଥ ଦିଏ ନାହିଁ। କିନ୍ତୁ ଯେତେବେଳେ ଅନ୍ୟ କେହି କ୍ଷଣିକା ପାଇଁ ମଧ୍ୟ ଅସୁବିଧା ସମୟରେ ଠିଆ ହୁଏ, ତାଙ୍କର ଋଣ ସୁଝି ହେବ ନାହିଁ ବୋଲି ଅନୁଭବ କହିଛନ୍ତି।


 



ଅନ୍ୟ ଭିଡିଓ ପରି ଏହି ଭିଡିଓକୁ ମଧ୍ୟ ଦେଖିଲେ ଅନୁଭବ ମାନସିକ ଅବସାଦରେ ଥିବା ଭଳି ଲାଗୁଛନ୍ତି। ବୋଧହୁଏ ଘରୋଇ କଳହରର ଚାପ୍ଟର ତାଙ୍କ ଆଖିର ନିଦକୁ ହଜାଇ ଦେଉଛି। ଜଣେ ମଧୁମେହ ରୋଗୀ ହୋଇଥିଲେ ସୁଦ୍ଧା ସେ ରତି ରାତି ଅନିଦ୍ରା ରହୁଛନ୍ତି। ସେପଟେ ବର୍ଷାଙ୍କ ସହ ଅନୁଭବ ରହିବାକୁ ଚାହୁଁନଥିବା ବେଳେ ବର୍ଷା ନିଜ ସ୍ୱାମୀଙ୍କୁ ବାଟକୁ ଆଣିବେ ବୋଲି ଜିଦ୍ ଧରିଛନ୍ତି। ଅନ୍ୟପଟେ ଘରୋଇ ହିଂସା ମାମଲା ବିଚାରାଧିନ ଥିବାରୁ ବର୍ଷା ଓ ଅନୁଭବଙ୍କୁ ସୋସିଆଲ ମିଡିଆରେ ଏ ସଂକ୍ରାନ୍ତରେ କୌଣସି ମତ ନ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।