(ଖୋର୍ଦ୍ଧା,ସୂର୍ଯ୍ୟ ନାରାୟଣ ମହାନ୍ତି) Odia Film: କଳ୍ପନା ଫିଲ୍ମ ବ୍ୟାନରରେ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର 'ରାଉଡି ରାଜା' (Odia Film Rowdy Raja) ଆଜି ମୁକ୍ତିଲାଭ କରିଛି। ରାଜ୍ୟର ୧୫ଟି ହଲରେ ଏହି ସିନେମା ରିଲିଜ୍ ହୋଇଛି।  ଭୁବନେଶ୍ୱର ସ୍ଥିତ (DN Regalia)ଡିଏନ୍ ରେଗାଲିଆ ଆଇନକ୍ସରେ ପ୍ରିମିୟର ଶୋ ହୋଇଥିଲା । ଏହି ଅବସରରେ ଓଲିଉଡ଼ର ଅନେକ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ପ୍ରଣୟ ଜେଠୀ, ଗଙ୍ଗାଧର ରେଡ୍ଡୀ, ଟୁଟୁ ନାୟକ, ରମେଶ ବାରିକ ଏବଂ ଅଭିନେତା ବବି ମିଶ୍ର, ସୋହମ ସିଂହ, ଅଭିଷେକ ଗିରି, ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟିକୁ ଦେଖିଥିଲେ ।


COMMERCIAL BREAK
SCROLL TO CONTINUE READING

Also Read: Sunny Deol Fees: 'ବର୍ଡର-୨' ଫିଲ୍ମ ପାଇଁ କେତେ କୋଟି ନେଉଛନ୍ତି ସନି ଦେଓଲ?


Also Read: Urvashi Rautela: କିଏ ଚୋରି କଲା ଉର୍ବଶୀଙ୍କ iPhone, ସାମ୍ନାକୁ ଆସିଲା ଏହି କ୍ରିକେଟରଙ୍କ ନାଁ!


ଲଭ, ରୋମାନ୍ସ ଓ ଆକ୍ସନରେ ଭରପୁର କମେଡି ତଥା ଏକ ଓଡ଼ିଆ ଘରର ମୌଳକ ପାରିବାରିକ କାହାଣୀକୁ ନେଇ ନିର୍ମାଣ ହୋଇଛି।  ଏହି ଫିଲ୍ମର ପ୍ରଯୋଜକ ଅଛନ୍ତି କଳ୍ପନା ସିଂହ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ । ମୁଖ୍ୟ ହିରୋ ଭୂମିକାରେ ଅଭିନୟ କରିଛନ୍ତି ସୋହମ ସିଂହ ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ । ଏହା ସହିତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ପପି ସନ୍ତୁକା, ସସ୍ମିତା ପ୍ରଧାନ, ଅକ୍ଷୟ ବସ୍ତିଆ, ଅଭିଷେକ, ଦିବ୍ୟା ଅଭିନୟ କରିଛନ୍ତି ।


କାହାଣୀ କଳ୍ପନା ସିଂହଙ୍କର ହୋଇଥିବା ବେଳେ ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ । ଏବଂ ଚିତ୍ରତ୍ତୋଳନ କରିଛନ୍ତି ସୌମ୍ୟ । ଚଳଚ୍ଚିତ୍ରର ଗୀତ ଗୁଡିକ ବେଶ ମନଛୁଆଁ ହେଇଛି। ପ୍ରେକ୍ଷାଳୟରେ ପ୍ରାୟ ସମସ୍ତ ଦର୍ଶକ ଗୁଣୁଗୁଣୁ ହେଉଥିବା ଦେଖିବାକୁ ମିଳିଥିଲା । ତେବେ ପୂଜା ପୂର୍ବରୁ 'ରାଉଡି ରାଜା' ଦର୍ଶକଙ୍କ ମନକୁ ଛୁଇଁବ ଏବଂ ଦର୍ଶକ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି ।