ଭୁଲ୍ ମାଗିଲେ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା
ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ବିଜେଡିରେ ମିଶିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ସେହି ସମୟରେ ଭୁଲ୍ ବଶତଃ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଡି କହିଥିବା କଥା ପଦକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ବର୍ତ୍ତମାନ ସେହି ଘଟଣା ପାଇଁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି ଦୈତାରୀ ପଣ୍ଡା ।
ଭୁବନେଶ୍ୱର: ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ବିଜେଡିରେ ମିଶିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ସେହି ସମୟରେ ଭୁଲ୍ ବଶତଃ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଡି କହିଥିବା କଥା ପଦକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ବର୍ତ୍ତମାନ ସେହି ଘଟଣା ପାଇଁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି ଦୈତାରୀ ପଣ୍ଡା ।
ଭିଡିଓରେ ଦୈତାରୀ ପଣ୍ଡା କହିଛନ୍ତି ଯେ, ମୁଁ ଯାହା କହିଥିଲି ବା କହିବାକୁ ଚାହୁଁଥିଲି ଯାହା ଆପଣ ଶୁଣିଛନ୍ତି ତାହା ନୁହେଁ । ମୋର କହିବାର ଅର୍ଥ କିଛି ଅଲଗା ଥିଲା । କିନ୍ତୁ ତାହାକୁ ସୋସିଆଲ ମିଡିଆରେ ଏପରି ପରିବେଶଣ କରାଯାଉଛି ଯାହା କିଛି ଜଗନ୍ନାଥପ୍ରେମୀଙ୍କୁ ଖୁବ୍ ଦୁଃଖ ଦେଇଛି । ବ୍ୟକ୍ତିଗତ ଭାବରେ ମୋର ଦିନ ଆରମ୍ଭ ହୋଇଥାଏ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରୁ । ଯଦି ମୁଁ କୌଣସି ବ୍ୟକ୍ତିଙ୍କୁ ଦୁଃଖ ଦେଇଛି କିମ୍ୱା ମୋକଥା କାହାକୁ ଖରାପ ଲାଗଛି ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ୨ଦିନ ହେବ ଅନେକ ରୋଷ୍ଟର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୈତାରୀ ପଣ୍ଡାଙ୍କୁ ରୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଜଣେ ବରିଷ୍ଠ ଅଭିନେତା ହୋଇ କିପରି ଲୋକଙ୍କ ବିଶ୍ୱାସ ଓ ଭାବନାକୁ ନେଇ ଅଭିନେତା ଦୈତାରୀ ପଣ୍ଡା କିପରି ଏମିତି ମନ୍ତବ୍ୟ ଦେଲେ ତାହାକୁ ନେଇ ଅନେକ ବ୍ୟକ୍ତି ସୋସିଆଲ ମିଡିଆରେ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଥିଲା ।
Also Read- ଚୌଦ୍ୱାର ନୂଆପାଟଣାରେ ଓଲଟିଲା ବସ୍, ଦେବଗଡରୁ ଆସୁଥିଲା ଭୁବନେଶ୍ୱର
Also Read- କାଶ୍ମୀରରୁ କେରଳ ପର୍ଯ୍ୟନ୍ତ ଇଡି ସ୍କାନରରେ ଅନେକ ମୁଖ୍ୟମନ୍ତ୍ରୀ