ଚୌଦ୍ୱାର ନୂଆପାଟଣାରେ ଓଲଟିଲା ବସ୍, ଦେବଗଡରୁ ଆସୁଥିଲା ଭୁବନେଶ୍ୱର
Advertisement
Article Detail0/zeeodisha/odisha2088908

ଚୌଦ୍ୱାର ନୂଆପାଟଣାରେ ଓଲଟିଲା ବସ୍, ଦେବଗଡରୁ ଆସୁଥିଲା ଭୁବନେଶ୍ୱର

କଟକ ଚୌଦ୍ୱାର ଥାନା ନୂଆପାଟଣା ନିକଟରେ ଭୋର ସମୟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭରସ୍ୟାମ ହରାଇ ଡିଭାଇଡରରେ ପିଟି ହେବା କାରଣରୁ ବସଟି ଓଲଟିପଡିଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ଚୌଦ୍ୱାର ନୂଆପାଟଣାରେ ଓଲଟିଲା ବସ୍, ଦେବଗଡରୁ ଆସୁଥିଲା ଭୁବନେଶ୍ୱର

Bus Accident News: କଟକ ଚୌଦ୍ୱାର ଥାନା ନୂଆପାଟଣା ନିକଟରେ ଭୋର ସମୟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭରସ୍ୟାମ ହରାଇ ଡିଭାଇଡରରେ ପିଟି ହେବା କାରଣରୁ ବସଟି ଓଲଟିପଡିଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଦେବଗଡରୁ ଯାତ୍ରୀ ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ଲକ୍ଷ୍ମୀ ନାମକ ବସ୍ । ଭୋର ସମୟରେ ଭୁବନେଶ୍ୱର ପହଞ୍ଚିଥାନ୍ତା କିନ୍ତୁ ଘନ କୁହୁଡି କାରଣରୁ ଡ୍ରାଇଭର ଭାରସ୍ୟାମ ହରାଇଥିଲେ । ଯାହାଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ଆଲୋଚନା ହେଉଛି । ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ସମସ୍ତ ଆହତ ଓ ଗୁରୁତର ଯାତ୍ରୀଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସମସ୍ତ ଯାତ୍ରୀଙ୍କ ଘର ଦେବଗଡର ବିଭିନ୍ନ ଅଞ୍ଚଳରେ ବୋଲି କୁହାଯାଉଛି ।

Also Read- କାଶ୍ମୀରରୁ କେରଳ ପର୍ଯ୍ୟନ୍ତ ଇଡି ସ୍କାନରରେ ଅନେକ ମୁଖ୍ୟମନ୍ତ୍ରୀ

Also Read- ପେଟିଏମ ଉପରେ ଆକ୍ସନ ନେଲା ଆରବିଆଇ, ଜାଣନ୍ତୁ କଣ ରହିଛି କାରଣ...