Odisha Entertainment: ଓଡିଶାର ସବୁଠୁ ଲୋକପ୍ରିୟ ଟିଭି ଚାନେଲ ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେବା ସହିତ ଗୋଟିଏ ପରେ ଗୋଟିଏ ମନଛୁଆଁ କାର୍ଯ୍ୟକ୍ରମ ଦୀର୍ଘ ଦିନରୁ ଭେଟି ଦେଇ ଆସୁଛି। ଓଡିଆ ପର୍ବପର୍ବାଣୀ ଓ ପରମ୍ପରାକୁ ଆଖିରେ ରଖି ଅନେକ କାର୍ଯ୍ୟକ୍ରମ ଆମେ ପୁର୍ବରୁ ଦେଖିଛେ ଯାହାକୁ ଆପଣଙ୍କପାଖରୁ ମିଳିଛି ଢେର ଭଲପାଇବା। ତେବେ ଆଗକୁ ସାବିତ୍ରୀ ବ୍ରତ ଉପଲକ୍ଷେ ମଧ୍ୟ ଜାରି ରହିବ ଏହି ବିଶେଷ ଧାରା। ସାବିତ୍ରୀ ବ୍ରତର ଉତ୍ସବକୁ ଆହୁରି ଖାସ କରିବା ପାଇଁ ଜୀ ସାର୍ଥକ ନେଇ ଆସୁଛି ଏକ ବିଶେଷ ୩ ଘଣ୍ଟାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯାହାର ନାଁ ରହିଛି ‘ସାବିତ୍ରୀ ଆମ ପରମ୍ପରା’ । ଯାହାକୁ ଦର୍ଶକେ ଆସନ୍ତା ଜୁନ ୨ ତାରିଖ ରବିବାର ଦିନ ସନ୍ଧ୍ୟା ୬:୩୦ରେ ଦେଖିବାକୁ ପାଇବେ।


COMMERCIAL BREAK
SCROLL TO CONTINUE READING

ପରମ୍ପରା ଅନୁସାରେ ସତ୍ୟବାନକୁ ବଞ୍ଚାଇବାକୁ ଯାଇ ସାବିତ୍ରୀ କଠିନ ରୁ କଠିନ ପରୀକ୍ଷା ଦେଇ ନିଜ ସ୍ବାମୀକୁ ଯେମିତି ମୃତ୍ୟୁମୁଖରୁ ଟାଣିଆଣିଥିଲା ଠିକ ସେମିତି କିଛି କାହାଣୀ ଏହି ୩ ଘଣ୍ଟାର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦର୍ଶକେ ଦେଖିବାକୁ ପାଇବେ ।  ସତ୍ୟବାନ ଓ ସାବିତ୍ରୀ କାହାଣୀରୁ ଅନୁପ୍ରାଣୀତ ହୋଇ ସେହି ଧାରାରେ ଏହି କାର୍ଯ୍ୟକ୍ରମକୁ ତିଆରି କରାଯାଇଛି । ଯେଉଁ କାର୍ଯ୍ୟକ୍ରମରେ ‘ତୁ ମୋ ସାଥୀ’ ପରିବାର ବର୍ଗଙ୍କ ସହ ‘ସନ୍ଧ୍ୟା ରାଗିଣୀ’ , ‘ମଧୁର ସଂସାର’ ଓ ‘ଭାଗ୍ୟ ରେଖା’ର ସଦସ୍ୟଙ୍କ ମଧ୍ୟରେ ହେବାକୁ ଯାଉଛି ବନ୍ଧୁମିଳନ । ଅନ୍ୟପକ୍ଷରେ ଇନ୍ଦ୍ରାଣୀର କୁଚକ୍ରାନ୍ତ ରହିଛି ଯେ ବନ୍ଧୁମିଳନରେ ସାମିଲ ହୋଇଥିବା ମୁଖ୍ୟ ବନ୍ଧୁମାନଙ୍କୁ ଅସୁବିଧାରେ ପକାଇ ଜୀବନରୁ ମାରିଦେବାପାଇଁ, ତେବେ ଇନ୍ଦ୍ରାଣୀର ଏହି କୁଚକ୍ରାନ୍ତରୁ ସାବିତ୍ରୀମାନେ ନିଜ ସତ୍ୟବାନକୁ କେମିତି କରିବେ ରକ୍ଷା । ଏହି ମଜାଦାର ଓ ଟ୍ବିଷ୍ଟରେ ଭରି ରହିଥିବା କାହାଣୀ ଜାଣିବାକୁ ଦେଖନ୍ତୁ ରବିବାର ସନ୍ଧ୍ୟା ୬:୩୦ରେ ‘ସାବିତ୍ରୀ ଆମ ପରମ୍ପରା’।


ଏହା ସହିତ ଏହି ଖାସ ଉତ୍ସବକୁ ଆହୁରି ଖାସ କରିବାପାଇଁ କାର୍ଯ୍ୟକ୍ରମରେ ଯୋଗ ଦେବେ ଓଡିଆ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ। ତେବେ ଏହି ବିଶେଷ କାର୍ଯ୍ୟକ୍ରମରେ ଆମ ସହ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆହୁରି ଖାସ ବନାନ୍ତୁ ବୋଲି ନିବେଦନ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ।