Ollywood Actor: ଭୁବନେଶ୍ୱର: ପ୍ରଯୋଜକ ଟୁଟୁ ନାୟକଙ୍କ ଉପରେ ବର୍ଷିଛନ୍ତି ଅଭିନେତା ମନୋଜ ମିଶ୍ର। ସୋସିଆଲ ମିଡ଼ିଆରେ ଲାଇଭ ଆସି ମନୋଜ ପ୍ରବଳ ବର୍ଷିଛନ୍ତି। ବିଗତ ବର୍ଷର ଭେଦଭାବ ତଥା ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରବଳ ବର୍ଷିଛନ୍ତି ମନୋଜ। ସେ ପୂର୍ବ ବର୍ଷର ଘଟଣାକୁ ମନେ ପକାଇ କହିଛନ୍ତି କର୍ମଫଳ ଭୋଗିବାକୁ ହୁଏ। ତୁମେ ଟୁଟୁ କାହାରିକୁ ପ୍ରତିଷ୍ଠା ଦେଇନାହଁ। ନିଜ ନିଜ ପ୍ରତିଭା ବଳରେ ଏହି ଶିଳ୍ପରେ ନିଜ ନିଜ କ୍ଷେତ୍ରରେ ସମସ୍ତ ହିରୋ ସେମାନଙ୍କର ସୁନାମ ଅର୍ଜିଛନ୍ତି। 


COMMERCIAL BREAK
SCROLL TO CONTINUE READING


ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି ଆଇ ଲଭ ୟୁ-2 ସିନେମା ଦେଖିବାକୁ ସେ ସିନେମା ହଲ ଯିବେ। ଏହା ପରେ ସେ ସିନେମା ସମ୍ପର୍କରେ ପୁନର୍ବାର ସୋସିଆଲ ମିଡ଼ିଆରେ ଲାଇଭ ଆସି କହିବେ ବୋଲି କହିଛନ୍ତି। ଏଠାରେ କହି ରଖୁ କି ନୂଆ ଓଡ଼ିଆ ଚଳଚ୍ଚିତ୍ର ଆଇ ଲଭ ୟୁ ୨ ଆଜି ବଡ଼ ପରଦାରେ ରିଲିଜ ହେଉଛି। ଏଥିରେ ନବାଗତ ଆଦିତ୍ୟ ମହାପାତ୍ରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ସେହିପରି ଅପସରା ରାଣୀ ହିରୋଇନ ଭାବେ ନଜର ଆସିଛନ୍ତି। ସହକଳାକାର ଭାବେ ସନ୍ତୁ ନିଜୀ, ବବି ମିଶ୍ର, ମିତାଲି ସରଘରିଆ, ଚୌଧୂରୀ ଜୟପ୍ରକାଶ ଦାସ ଓ ସୁନୀଲ ତିୱାରୀଙ୍କୁ ଦେଖିବାକୁ ମିଳିବ। 


Manoj Mishra Video: Viral Video: I love you 2 ରିଲିଜ୍ ପୂର୍ବରୁ ଟୁଟୁ ନାୟକ ଉପରେ ବର୍ଷିଲେ ମନୋଜ ମିଶ୍ର


ଏଠାରେ କହି ରଖୁ କି ଗତବର୍ଷ ବିବାଦରେ ଛନ୍ଦି ହୋଇ ସମାଲୋଚନାର ଶିକାର ହୋଇଥିଲେ ମନୋଜ। ଏପରିକି ତାଙ୍କୁ କିଛି ଦିନ ପାଇଁ ସିନେ ଜଗତରୁ ବାସନ୍ଦ କରାଯାଇଥିଲା। ସେହି ସମୟରେ ମନୋଜଙ୍କ ଅଭିନୀତ ମାଇଣ୍ଡ ଗେମକୁ ମଧ୍ୟ ବ୍ୟାନ କରାଯାଇଥିଲା। ତେବେ ସେହି ସମୟରେ ସେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଦାୟୀ କରିଥିଲେ ମନୋଜ। ଆଉ ସେହି ଘଟଣାକୁ ନେଇ ମନୋଜ ସୋସିଆଲ ମିଡ଼ିଆକୁ ଆସି ଶ୍ରୀ ନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। 


ସୂଚନା ଯୋଗ୍ୟ ନିକଟରେ ସେ ଦ୍ୱିତୀୟ ବିବାହ କରିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଅଭିନେତ୍ରୀ ତଥା ପ୍ରେମିକା ମମତା ନନ୍ଦଙ୍କୁ ବିବାହ କରିଛନ୍ତି ଅଭିନେତା ମନୋଜ। ବିବାହ ବେଳର ଫଟୋକୁ ମଧ୍ୟ ମନୋଜଙ୍କ ଦ୍ୱିତୀୟ ପତ୍ନୀ ମମତା ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ନୋଜ ତାଙ୍କର ପ୍ରଥମ ସ୍ତ୍ରୀ ମାନା ମିଶ୍ରଙ୍କୁ ନିକଟରେ ଛାଡ଼ପତ୍ର ପ୍ରଦାନ କରିଥିଲେ। ପାରିବାରିକ କାରଣରୁ ସେ ତାଙ୍କୁ ଛାଡ଼ପତ୍ର ଦେଇଥିବା କହିଥିଲେ। ମାନା ଓ ମନୋଜଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ରହିଛନ୍ତି। ସେହିପରି ଛାଡ଼ପତ୍ର ପରେ ମମତାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିବା ନେଇ ଓଲିଉଡ଼ ଜଗତରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ନିକଟରେ ସେ କୋର୍ଟରେ ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ମମତାଙ୍କୁ ମନୋଜ ବିବାହ କରିଥିଲେ। ବିବାହ ସମୟର ଫଟୋ ମନୋଜ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। 


ବିଭିନ୍ନ ସମୟରେ ମନୋଜ ଚର୍ଚ୍ଚାରେ ରହି ଆସିଛନ୍ତି ନିକଟରେ ସେ ଅଭିନେତାରୁ ନେତା ପାଲଟିଥିଲେ। କଂଗ୍ରେସ ଦଳରେ ଯୋଗ ଦେଇ ସେ ସାଧାରଣ ନିର୍ବାଚନ ଲଢିଥିଲେ। ବଲାଙ୍ଗୀର ଲୋକସଭା ଆସନରୁ ସେ କଂଗ୍ରେସ ପାଇଁ ସାଂସଦ ଭାବେ ନିର୍ବାଚନ ଲଢିଥିଲେ। ଏହି ସମୟରେ ସେ କୋଶଳ ରାଜ୍ୟ ଗଠନକୁ ନେଇ ମନ୍ତବ୍ୟ ଦେଇ ଲୋକମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ଓଡ଼ିଆ ସିନେମାକୁ ନେଇ ମନ୍ତବ୍ୟ ଦେଇ ମଧ୍ୟ ସିନେପ୍ରେମୀଙ୍କ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା।