Ollywood News: ବିବାହ ହେଉଛି ଏକ ପବିତ୍ର ବନ୍ଧନ । ବିଶେଷଭାବେ ଆମ ଭାରତୀୟ ସମାଜ ଓ ସଂସ୍କୃତିରେ ବିବାହର ସ୍ୱତନ୍ତ୍ର ସ୍ଥାନ ରହିଛି । କୁହାଯାଏ ଯେ ଏଠି କେବଳ ବର କନ୍ୟାଙ୍କର ନୁହେଁ ବରଂ ଦୁଇଟି ପରିବାର (family) ମଧ୍ୟରେ ବିବାହ ହୋଇଥାଏ । ପୁରୁଷ ଓ ନାରୀ ଉଭୟ ଏହି ବନ୍ଧନରେ ଆବଦ୍ଧ ହୁଅନ୍ତି ଓ ଏକ ସଫଳ ବୈବାହିକ ଜୀବନ (Marriage life)ରେ ଉଭୟଙ୍କର ସ୍ୱତନ୍ତ୍ର ଭୂମିକା ରହିଥାଏ । ବିଶେଷଭାବେ ଝିଅଟିଏ ସିନ୍ଥିରେ ସିନ୍ଦୂର ପିନ୍ଧି ଏରୁଣ୍ଡି ଟପିବା ପୂର୍ବରୁ ନିଜର ପରିଚୟ ନେଇ ଆସିଥାଏ । ସାଥିରେ ନେଇ ଆସିଥାଏ କେତେ ସ୍ବପ୍ନ ଓ କେତେ ସମ୍ଭାବନା । ଅନ୍ୟମାନଙ୍କ ପରି ତାର ବି ଥାଏ ନୂଆ ଦିଶା ଓ ନୂଆ ଆଶା । ଜୀବନର ଚଲାପଥରେ ବାଟ ଚାଲୁଚାଲୁ ଦୃଷ୍ଟିଭଙ୍ଗୀ ଭିନ୍ନ ହେବା ସ୍ୱାଭାବିକ । ସେହି ଆବେଗ ଏବଂ ଭାବନାକୁ ବୁଝି ପରସ୍ପରକୁ ସମ୍ମାନ ଜଣାଇପାରିଲେ ଉଭୟଙ୍କ ଯାତ୍ରା ସୁଗମ ହେବା ସହ ସମ୍ପର୍କ ସମୃଦ୍ଧ ଓ ସୁଦୃଢ ହୋଇଥାଏ । କିନ୍ତୁ ଯଦି ଏପରି ନହୁଏ ତେବେ ଦିନ ସରିଯାଏ ସିନା କଥା ରହିଯାଏ । ବେଙ୍ଗ କହେ ବେଙ୍ଗୁଲିଲୋ ମହି କ୍ଷଣିକ୍ଷଣିକେ ଆନ....! ଏପରି ଏକ ନିଛକ ଓଡ଼ିଆ କାହାଣୀକୁ ନେଇ ନିର୍ମିତ ହୋଇଛି  ସିନେମା "ମାଇଁ ସ୍ୱିଟ ହାଉସ ୱାଇଫ" ଓଡ଼ିଶାର ବିଭିନ୍ନ ସିନେମାହଲ ଗୁଡିକରେ ମୁକ୍ତିଲାଭ କରି ଦର୍ଶକାଦୃତ ହୋଇଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଏବଂ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଅଭିନେତ୍ରୀ ନୈନା ଦାସ ତିୱାରୀ ଓ ଅଭିନେତା ପ୍ରୀତିରାଜ ଶତପଥୀ ଏବଂ ସହଯୋଗୀ ପ୍ରଯୋଜକ ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ତିୱାରୀ ।


COMMERCIAL BREAK
SCROLL TO CONTINUE READING

ଏହି ଚଳଚ୍ଚିତ୍ର ଯାହା ପ୍ରକୃତରେ ଏକ ମୌଳିକ କାହାଣୀ ଏବଂ ଆମ ସମାଜର ଏକ ପ୍ରତିଫଳନ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କୁହାଯାଇଛି । ଜଣେ ମହିଳାର ମତକୁ ଶୁଣାଯିବା, ତାର ନିଷ୍ପତ୍ତିକୁ ସମ୍ମାନ କରାଯିବା ଏବଂ ଜଣେ ଗୃହିଣୀ ହେଲେ ମଧ୍ୟ ତାର ନିଜର ସ୍ୱପ୍ନ ଏବଂ ପସନ୍ଦ ଥାଏ ଯାହାକୁ ସ୍ୱୀକାର କରାଯିବାର ଆବଶ୍ୟକତା ରହିଛି, ଯାହାକୁ ଏହି ଚଳଚ୍ଚିତ୍ର ରେ ଦର୍ଶାଯାଇଛି । ଅନେକ ଅଗ୍ରଣୀ ବ୍ରାଣ୍ଡ ଏବଂ ବ୍ୟକ୍ତିବିଶେଷ ଏହି କାହାଣୀକୁ ସମର୍ଥନ କରୁଛନ୍ତି । ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏବଂ ଏହାକୁ ଦର୍ଶକ ନିଜର ଭଲ ପାଇବା ଦେଉଛନ୍ତି ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି ।


Also Read- Ollywood News: ରିଲିଜ୍ ହେଲା "ପ୍ରଥା", ପୂର୍ବ-ପଶ୍ଚିମ ସବୁଠି ହାଉସଫୁଲ


Also Read- ଶାଗ ଭିତରେ ରାଜା ଏହି ଶାଗ, ପାଳଙ୍ଗ ଓ ସୋରିଷ ଠାରୁ ବି ହଜାରେ ଗୁଣ ଅଧିକ ଶକ୍ତିଶାଳୀ