Ollywood News: ଓଲିଉଡ ସୁପରଷ୍ଟାର ଅରିନ୍ଦମଙ୍କ ଅଭିନୟ ଦେଖିବାକୁ ଅନେକ ଲୋକ ଅପେକ୍ଷା କରିଥାନ୍ତି । ତେବେ କିଛି ମାସ ହେବ କୌଣସି କାରଣରୁ ଅରିନ୍ଦମଙ୍କ ପ୍ରଶଂସକମାନେ ନିରାଶ ହୋଇଥିଲେ । କାରଣ ବେଶ୍ କିଛି ମାସ ଧରି ଅରିନ୍ଦମଙ୍କର କୌଣସି ସିନେମା ଆସୁନଥିଲା । ତେବେ ବର୍ତ୍ତମାନ କିନ୍ତୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ସୁପରଷ୍ଟାର ଅରିନ୍ଦମ ରୟଙ୍କ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ସହିତ କ୍ଳାପ୍ କଟକ ପ୍ରେସ୍ ଛକ ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ସୁପରଷ୍ଟାର ଅରିନ୍ଦମ (Arindam Roy) ଦୀର୍ଘ ବର୍ଷର ନୀରବତା ପରେ ଏକ ନୂଆ ଧମାକାଧାର ଓଡ଼ିଆ ଚଳଚ୍ଚିତ୍ର (Odia film) ମାଧ୍ୟମରେ କମ୍ ବ୍ୟାକ୍ କରୁଛନ୍ତି l ଅରିନ୍ଦମ ବାବୁ ଭାଇଜାନ୍ ପରେ କିଛିଦିନର ନିରବତା ଭଙ୍ଗ କରି ନୂଆ ଲୁକ୍ ନୂଆ କାହାଣୀ ସହ ଦଶହରାରେ ଧମାଲ୍ କରିବେ ବୋଲି ପ୍ରଶଂସକ ମହଲରୁ ଆଶା ପ୍ରକଟ କରାଯାଇଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଫିଲ୍ମର ପରବର୍ତ୍ତୀ ପ୍ରେସ୍ ଇସ୍ତାହାରରେ ଷ୍ଟାର କାଷ୍ଟ ତଥା ଫିଲ୍ମର ନାଁ ଘୋଷଣା କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି l ଚଳଚ୍ଚିତ୍ରଟି ଦଶହରାରେ ମୁଜ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ ଚଳିତ ମାସରୁ ହିଁ ସୁଟିଙ୍ଗ ଆରମ୍ଭ ହେବାକୁ ସମସ୍ତ ପ୍ରସ୍ତୁତି ସରିଛି l ଚଳଚ୍ଚିତ୍ରର ପ୍ରଚାର ପ୍ରସାରରେ ମିଡ଼ିଆ ପ୍ଲାନର ଓ କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି l


ସୂଚନାଯୋଗ୍ୟ, ଅଭିନେତା ଅରିନ୍ଦମ ରୟ ପୂର୍ବରୁ ଅନେକ ସିନେମା ଲୋକଙ୍କୁ ଭେଟି ଦେଇଛନ୍ତି । ବିଶେଷ କରି ନିଜର ଡ୍ୟାନ୍ସ, ଆକ୍ସନ ସହିତ ଅଭିନୟରେ ଦର୍ଶକଙ୍କ ମନ ଖୁବ ସହଜରେ କିଣିପାରନ୍ତି ଅରିନ୍ଦମ । ଅନେକ ସମୟରେ ରଜ ବଜାରରେ ଅରିନ୍ଦମଙ୍କ ସିନେମା ମୁକ୍ତି ଲାଭ କରିବା ସହ ସୁପରହିଟ୍ ହୋଇଥାଏ । ସମସ୍ତ ଅଭିନେତ୍ରୀଙ୍କ ସହ ଅରିନ୍ଦମଙ୍କ ଯୋଡି ଖୁପ୍ ଖାପ ଖାଇଥାଏ ବୋଲି ପ୍ରଶଂସକମାନେ ମତ ଦିଅନ୍ତି । ଅରିନ୍ଦମଙ୍କ ଅଭିନିତ ସିନେମା ଗୁଡିକ ମଧ୍ୟରୁ 'ପ୍ରେମ ଋତୁ ଆସିଲାରେ' (Prema Rutu Asilare), କାଳୀ ଶଙ୍କର (Kalishankar), ମିତରେ ମିତ (Mitare Mita), କ୍ରିମିନାଲ (Criminal), ଗୁଡ୍ ବଏ (Gud Boy), ରାଜା ଝିଅ ସଙ୍ଗେ ହେଇଗଲା ଭାବ (Raja Jhia Sathe Heigala Bhaba), ପର୍ଶୁରାମ (Parshuram), ଅଶୋକ ସମ୍ରାଟ (Ashok Samrat), ଇସ୍କ ତୁ ହି ତୁ (Ishq Tu Hi Tu), ଭଉଁରୀ (Bhaunri), କଳ୍କୀ (Kalki), ତୋର ଦିନେକୁ ମୋର ଦିନେ (Tora Dine Ku Mora Dine), ରୋମିଓ ଜୁଲିଏଟ (Romeo Juliet), ଇସ୍କ ପୁଣିଥରେ (Ishq Puni Thare), ବାବୁ ଭାଇଜାନ୍ (Babu Bhaijaan) ରହିଛି । ଏହାସହ ବେଙ୍ଗଲି ସିନେମାରେ ମଧ୍ୟ ଅରିନ୍ଦମଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ୨୦୦୬ ମସିହାରେ ପ୍ରେମ ଋତୁ ଆସିଲା ଚଳଚ୍ଚିତ୍ର ମାଧ୍ୟମରେ ରୁପେଲି ପରଦାରେ ପାଦ ରଖିଥିଲେ ଅରିନ୍ଦମ । ସିନେମାର ସଫଳତା ପରେ ଗୋଟିଏ ପରେ ଆଉ ଗୋଟେ ଅଫର ତାଙ୍କ ପାଖକୁ ଆସିବାରେ ଲାଗିଥିଲା । କାଳୀ ଶଙ୍କର ସିନେମାରେ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ , ସେହି ସିନେମାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତିଙ୍କ ସହ ତାଙ୍କର ଅଭିନୟ ଖୁବ୍ ଦମଦାର ଥିଲା । ସେହିପରି ରଜ ଅବସରରେ ରିଲିଜ୍ ହୋଇଥିବା ସିନେମା ରାଜା ଝିଅ ସଙ୍ଗେ ହୋଇଗଲା ଭାବ ମଧ୍ୟ ଖୁବ୍ ସୁପରହିଟ୍ ହୋଇଥିଲା ।


Also Read- Pakistan: ୨ରାଜ୍ୟରେ ଥିବା ୨ଟି ଗାଁର ସମାନ କାହାଣୀ; ମିଳୁଛି ପାକିସ୍ତାନୀ ଟ୍ୟାଗ୍ !