Entertainment News: ଓଡ଼ିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ, ଧାରାବାହିକ ଓ ଫିଲ୍ମ । ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଥିବା ଜୀ ସାର୍ଥକ ନିଚ୍ଛକ କାହାଣୀ ସହିତ ଲୋକଙ୍କର ଦୈନନ୍ଦୀନ ଜୀବନ ସହିତ କାହାଣୀକୁ ସଂଯୋଗ କରିଥାଏ । ଅଗଣିତ ଦର୍ଶକଙ୍କ ପାଖରୁ ମିଳୁଥିବା ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ରୁଚି କୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ବା ଫିଲ୍ମର କାହାଣୀରେ କିଛି ନୂତନତ୍ତ୍ବ ଆଣିବାକୁ ନିଜର ପ୍ରୟାସ ଜାରି ରଖିଥାଏ । ଗତ ବର୍ଷ "ଉଡନ୍ତା ଥାଳିରେ ଆସିଛି ପ୍ରିୟା"ର ଅପାର ସଫଳତା ପରେ ଆସିଛି ନୂଆ ଫିଲ୍ମ ‘ଉଡନ୍ତା ଥାଳିରେ ଆସିଛି ପ୍ରିୟା ୨. ୦’ ଯାହା ଅକ୍ଟୋବର ୧୩ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ପାଇବେ ସିନେପ୍ରେମୀ ଯାହାର କାହାଣୀ ଖୁବ ରୋଚକ ସହିତ ଭିନ୍ନ ରହିଛି । ମୁଖ୍ୟ ଅଭିନୟରେ ଦେଖିବାକୁ ପାଇବେ ଅନନ୍ୟା ଦାସଙ୍କୁ ଯିଏ ତାଙ୍କ ଅଭିନୟ ଦ୍ୱାରା ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ରାହୁଲ ନାମକ ଏକ ପିଲା  ଯାହାଙ୍କର ମହାକାଶ ବିଜ୍ଞାନ ଉପରେ ଢେର ରୂଚି ରହିଛି । ସେ ଏତେ ଜ୍ଞାନୀ ଯେ ସବୁବେଳେ କିଛି ନା କିଛି ନୂଆ ଆବିଷ୍କାର କରୁଥାଏ । ତାଙ୍କର ଏହି ଗୁଣକୁ ଅନ୍ୟ ଗ୍ରହରେ ଥିବା ଏଲିଏନ୍ ଜାଣିପାରି ଖୁବ ଇର୍ଷାରେ ରହୁଥାନ୍ତି । ଏଲିଏନ୍ ରାହୁଲଙ୍କ ଭବିଷ୍ୟତ ଦେଖିପାରି ଜାଣନ୍ତି ଯେ ଏଲିଏନ୍ ସଭ୍ୟତା ପାଇଁ ଆଗକୁ ଯାଇ ରାହୁଲ ବିପଦ ସାଜିପାରନ୍ତି ତେଣୁ ତାଙ୍କୁ ମାରିବାର ଯୋଜନା ପାଞ୍ଚିଥାନ୍ତି ଏଲିଏନ୍ । ରାହୁଲକୁ ମାରିବାପାଇଁ ଜଣେ ଝିଅ ରୂପରେ ଏଲିଏନ ପୃଥିବୀକୁ ଆସି ବିଫଳ ହୋଇଥାଏ । ରାହୁଲ ନିଜର ବୀଚକ୍ଷଣ ବୁଦ୍ଧିର ପ୍ରୟୋଗ କରି ସବୁବେଳେ ମୃତ୍ୟୁକୁ ଚଖମା ଦେଉଥାନ୍ତି । ଏହା ମଧ୍ୟରେ ଝିଅ ରୂପ ନେଇଥିବା ଏଲିଏନ୍ ରାହୁଲ ସହିତ ଖୁବ ଭଲଭାବରେ ସଂଯୋଗ କରିଯାଏ । ରାହୁଲକୁ ମାରିବାକୁ ଆସିଥିବା ଏଲିଏନ୍ ବର୍ତ୍ତମାନ ରାହୁଲଙ୍କ ରକ୍ଷାକର୍ତ୍ତା ଭାବରେ ସବୁ ବିପଦରେ ଠିଆ ହୁଏ । ଏହା ମଧ୍ୟରେ ଏ କଥା ଜାଣି ଆଉ ଅନ୍ୟ ଗ୍ରହରୁ ଆଉ ଏକ ପୁରୁଷ ଏଲିଏନକୁ ରାହୁଲକୁ ମାରିବାକୁ ପଠାନ୍ତି । ଉଭୟ ଏଲିଏନଙ୍କ ମଧ୍ୟରେ କେବେ ସମାପ୍ତ ହେଉନଥିବା ଯୁଦ୍ଧ ଚାଲିଥାଏ ଯାହା ମାନବ ସମାଜ ପାଇଁ ଖୁବ କ୍ଷତିଦାୟକ ଓ ସମାଜ ବିନାଶର କାରଣ । ସମୟକ୍ରମେ ଏହା ଏକ ଚିନ୍ତାଜନକ ବିଷୟ ପାଲଟିଯାଏ । ଯାହାପରେ ରାହୁଲ ଉଭୟଙ୍କୁ ଜୀବନର ମହତ୍ତ୍ବ ବିଷୟରେ ବୁଝାଇଥାନ୍ତି । ତେବେ କଣ ଏଲିଏନ୍ ଜୀବନର ମହତ୍ତ୍ବ ବିଷୟରେ ବୁଝିପାରିବେ ? ସେମାନେ ପୃଥିବୀ ଛାଡି ଚାଲିଯିଵେ କି ? ରାହୁଲର କଣ ହେବ ? ଏ ସବୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର କ୍ଲାଇମାକ୍ସରେ । 


ସୃଜନ ଫିଲ୍ମ୍ସ ବ୍ୟାନର ରେ ନିର୍ମିତ ଏହି ରୋଚକ କାହାଣୀକୁ ନିର୍ଦ୍ଦେଶନା ଦେଇଛନ୍ତି ସଂଜୟ ନାୟକ ଏବଂ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଦେବପ୍ରିୟ ସେନା ନାୟକ । ମୁଖ୍ୟ ଚରିତ୍ରରେ ଅନନ୍ୟା ଦାସ ଙ୍କ ସମେତ ବରଦା ପ୍ରସନ୍ନ, ସ୍ମୃତି ଏବଂ ଶିଶୁ କଳାକାର ତାପସ ଅଭିନୟ କରିଛନ୍ତି । ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ବିରଜା ପ୍ରସାଦ ସର, ଗୀତ ଗୁଡିକୁ କଣ୍ଠଦାନ କରିଛନ୍ତି ସତ୍ୟଜିତ୍, ଅନ୍ତରା ଚକ୍ରବର୍ତ୍ତୀ, ଜିତେନ୍ଦ୍ର ସୁତାର ଭଳି ସୁନାମଧନ୍ୟ କଣ୍ଠଶିଳ୍ପୀ । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ । ଏହି କାହାଣୀକୁ ଅକ୍ଟୋବର ୧୩ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ ଜୀ ସାର୍ଥକରେ ଦେଖିବା ସହିତ କାହାଣୀ ସହିତ ନିଜକୁ ଯୋଡି ହେବାକୁ ଅନୁରୋଧ କରିଛନ୍ତି ଚିଫ୍ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍ ।


Also Read- Ollywood News: ସିନେମା 'ଖୋକା ଭାଇ ତମ ପାଇଁ' ସୁଟିଂ ସେଟରେ ଚାଲିଥିଲା ଏମିତି କିଛି